ମୟୂରଭଞ୍ଜ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର
News Summary
ମୟୂରଭଞ୍ଜ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ରାଇରଙ୍ଗପୁର ମହତାବ ଭବନରେ ଅନୁଷ୍ଠିତ। ସାମ୍ବାଦିକଙ୍କ ୮ ଦାବି ଓ ବିଭିନ୍ନ ସମସ୍ୟା ନେଇ ଆଲୋଚନା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମୟୂରଭଞ୍ଜ/ରାଇରଙ୍ଗପୁର: ରାଇରଙ୍ଗପୁରସ୍ଥିତ ମହତାବ ଭବନ ପରିସରରେ ମୟୂରଭଞ୍ଜ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଛି। ଏହି ଅବସରରେ ସାମ୍ବାଦିକତା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ସାମ୍ବାଦିକମାନଙ୍କ ସମସ୍ୟା ଓ ସାମ୍ବାଦିକତାର ବିକାଶ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟର ରାଜ୍ୟ ସଭାପତି ମନୋଜ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ଆଲୋଚନାର ଶୁଭାରମ୍ଭ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପାଠ କରାଯାଇଥିଲା।କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କ ଏକତା ଓ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ସାମ୍ବାଦିକତା କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।ରାଇରଙ୍ଗପୁର ମହତାବ ଭବନରେ ଆୟୋଜିତ ଏହି ବୈଠକ ଓ ଆଲୋଚନାଚକ୍ରରେ କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟର ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ମଢେଇ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ପୋଲିସ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଏବଂ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ସାମ୍ବାଦିକମାନଙ୍କ ପକ୍ଷରୁ ଆଠଗୋଟି ମୌଳିକ ଦାବି ମୁଖ୍ୟ ଅତିଥିଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ସାମ୍ବାଦିକମାନଙ୍କ ଦାବି ଓ ସମସ୍ୟାଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ଆବଶ୍ୟକ ପଦକ୍ଷେପ ପାଇଁ ଉଦ୍ୟମ କରାଯିବ ବୋଲି ମୁଖ୍ୟ ଅତିଥି ତଥା ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସଂଘର ସଭାପତି ଅରୁଣ ଓତା, ସାଧାରଣ ସମ୍ପାଦକ ସଞ୍ଜୟ ଅଗ୍ରୱାଲା, ବାମନ ଘାଟି ଉପଖଣ୍ଡ ସଭାପତି ଖୁଦିରାମ ମହାନ୍ତି, ସମ୍ପାଦକ ବିଶ୍ୱରଞ୍ଜନ ପାଲ୍ ଏବଂ କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟର ରାଜ୍ୟ ଉପସଭାପତି ସୌରଭ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ଅଗ୍ରୱାଲା ଧନ୍ୟବାଦ ଅର୍ପଣ କରିଥିଲେ।ଉତ୍ସବରେ ଅନଶନ ମହାନ୍ତ, ପ୍ରଭାତ କୁମାର ହୋତା, ଲଲାଟେନ୍ଦୁ ପାତ୍ର, ଅଜିତ କୁମାର ସେନାପତି ଓ ଅଭିଜିତ୍ ବିଶ୍ୱାଳ ପ୍ରମୁଖ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।