ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

Showing posts with label ରାଇରଙ୍ଗପୁର. Show all posts
Showing posts with label ରାଇରଙ୍ଗପୁର. Show all posts

ତ୍ରିରଙ୍ଗା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ: ଆଦିତ୍ୟଙ୍କ ଧୂଆଁଧାର ବ୍ୟାଟିଂରେ ରୟାଲ୍ ଷ୍ଟ୍ରାଇକର୍ସ ଚମ୍ପିୟାନ୍

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha


ମୟୂରଭଞ୍ଜ/ରାଇରଙ୍ଗପୁର,୧୫/୯: ରାଇରଙ୍ଗପୁର ସ୍ଥାନୀୟ ୧୫ ନମ୍ବର ୱାର୍ଡସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ପଡ଼ିଆରେ ତ୍ରିରଙ୍ଗା କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ତିନିଦିନିଆ ତ୍ରିରଙ୍ଗା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ୍ ମ୍ୟାଚ୍‌ରେ ରୟାଲ୍ ଷ୍ଟ୍ରାଇକର୍ସ ୮ ୱିକେଟ୍‌ରେ ମା’ ଅମ୍ବିକା ସୁପର୍ ସ୍ମାଶର୍ସକୁ ପରାସ୍ତ କରି ଚମ୍ପିୟାନ୍ ହୋଇଛି।ପ୍ରଥମେ ବ୍ୟାଟିଂ କରି ମା’ ଅମ୍ବିକା ସୁପର୍ ସ୍ମାଶର୍ସ ୧୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଲାଲଟୁ ସିଂ ୨୧ଟି ବଲ୍‌ରେ ୬୮ ରନ୍‌ର ଆକର୍ଷଣୀୟ ଇନିଂସ ଖେଳିଥିଲେ। ରୟାଲ୍ ଷ୍ଟ୍ରାଇକର୍ସ ପକ୍ଷରୁ ପୁଙ୍ଗା ସୋରେନ, ହୀରକ ସିଂ ଓ ନିହାର ରଞ୍ଜନ ନାଏକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।୧୬୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଷ୍ଟ୍ରାଇକର୍ସ ୯.୩ ଓଭରରେ ୨ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳର ବିଜୟରେ ଆଦିତ୍ୟ ବସାଙ୍କ ଧୂଆଁଧାର ବ୍ୟାଟିଂ ପ୍ରମୁଖ ଭୂମିକା ନେଇଥିଲା। ଆଦିତ୍ୟ ୩୩ଟି ବଲ୍‌ରେ ୫ଟି ଚୌକା ଓ ୧୧ଟି ଛକା ସହ ୯୨ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ।ମୃତ୍ୟୁଞ୍ଜୟ ଘୋସାଲ ଓ ସ୍ୱାଭିମ ଦାସ ମ୍ୟାଚ୍ ପରିଚାଳନା କରିଥିବା ବେଳେ ଶେକ୍ ନାଫିସୁଲ ହୁସେନ ଓ ଦୀନକୃଷ୍ଣ ନାୟକ ସ୍କୋରିଂରେ ସହଯୋଗ କରିଥିଲେ। ମାନସ ରଞ୍ଜନ ସିଂହ ଧାରାବିବରଣୀ ପ୍ରଦାନ କରିଥିଲେ।ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ସମ୍ବିତ ସାମଲ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଲାଲଟୁ ସିଂ, ଶ୍ରେଷ୍ଠ ବୋଲର୍ ଭାବେ ଆଲୋକ ଦାସ ପୁରସ୍କୃତ ହୋଇଥିଲେ। ସେହିପରି ଆଦିତ୍ୟ ବସା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ପୁରସ୍କୃତ ହୋଇଥିଲେ।ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ଏମ୍‌ସିସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି, ପୂର୍ବତନ କ୍ରିକେଟ୍ ଖେଳାଳି ସୋମନାଥ ସିଂହ ଓ ତ୍ରିରଙ୍ଗା କ୍ଲବ୍ ଉପସଭାପତି ରବୀନ୍ଦ୍ର କୁମାର ମହାନ୍ତି ଯୋଗଦେଇ ବିଜେତା ଓ ଅନ୍ୟ ପୁରସ୍କାର ବିଜେତାଙ୍କୁ ପୁରସ୍କୃତ କରିଥିଲେ।କ୍ଲବ୍‌ର ବରିଷ୍ଠ ସଦସ୍ୟ ସରୋଜ ମହାପାତ୍ର (ଲିଟନ୍)ଙ୍କ ନେତୃତ୍ୱରେ ମହମ୍ମଦ ଭାଇ, ଓମ୍ ପ୍ରକାଶ, ଅଭିଜିତ ବେହେରା, ଚିରଞ୍ଜୀବ, ଉପେନ୍ଦ୍ର ନାୟକ, ଶିବୁ, ତୁଷାର ଓ ବିନୋରିଲାଲ ରଣା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

ଟ୍ରକ୍ ଧକ୍କାରେ ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର, କଟକ ସ୍ଥାନାନ୍ତର

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha


ମୟୂରଭଞ୍ଜ/ରାଇରଙ୍ଗପୁର:୧୪/୯, ଗଣେଶ ପୂଜା ପାଇଁ ସ୍କୁଲ ଯାଉଥିବା ବେଳେ ଭୟାବହ ସଡ଼କ ଦୁର୍ଘଟଣାରେ ତିରିଂ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ ନନ୍ଦ ଗୁରୁତର ଆହତ ହୋଇଛନ୍ତି। ତାଙ୍କ କାର ସହ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଆଜି ସକାଳେ ପ୍ରଧାନଶିକ୍ଷକ ରଞ୍ଜନ ନନ୍ଦ ନିଜ କାରରେ ରାଇରଙ୍ଗପୁରରୁ ତିରିଂ ଅଭିମୁଖେ ଯାଉଥିଲେ। ବହଳଦା ଥାନା ଅନ୍ତର୍ଗତ କାଦୁଆଣୀ ଗାଁ ନିକଟ ଜାତୀୟ ରାଜପଥ-୨୨୦ରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହ ତାଙ୍କ କାରର ମୁହାଁମୁହିଁ ଧକ୍କା ହୋଇଥିଲା।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରଞ୍ଜନ ନନ୍ଦଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଇରଙ୍ଗପୁରରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ଘଟଣାସ୍ଥଳରେ ବହଳଦା ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ମୟୂରଭଞ୍ଜ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
ମୟୂରଭଞ୍ଜ/ରାଇରଙ୍ଗପୁର: ରାଇରଙ୍ଗପୁରସ୍ଥିତ ମହତାବ ଭବନ ପରିସରରେ ମୟୂରଭଞ୍ଜ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଛି। ଏହି ଅବସରରେ ସାମ୍ବାଦିକତା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ସାମ୍ବାଦିକମାନଙ୍କ ସମସ୍ୟା ଓ ସାମ୍ବାଦିକତାର ବିକାଶ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟର ରାଜ୍ୟ ସଭାପତି ମନୋଜ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ଆଲୋଚନାର ଶୁଭାରମ୍ଭ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପାଠ କରାଯାଇଥିଲା।କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କ ଏକତା ଓ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ସାମ୍ବାଦିକତା କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।ରାଇରଙ୍ଗପୁର ମହତାବ ଭବନରେ ଆୟୋଜିତ ଏହି ବୈଠକ ଓ ଆଲୋଚନାଚକ୍ରରେ କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟର ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ମଢେଇ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ପୋଲିସ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଏବଂ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ସାମ୍ବାଦିକମାନଙ୍କ ପକ୍ଷରୁ ଆଠଗୋଟି ମୌଳିକ ଦାବି ମୁଖ୍ୟ ଅତିଥିଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ସାମ୍ବାଦିକମାନଙ୍କ ଦାବି ଓ ସମସ୍ୟାଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ଆବଶ୍ୟକ ପଦକ୍ଷେପ ପାଇଁ ଉଦ୍ୟମ କରାଯିବ ବୋଲି ମୁଖ୍ୟ ଅତିଥି ତଥା ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସଂଘର ସଭାପତି ଅରୁଣ ଓତା, ସାଧାରଣ ସମ୍ପାଦକ ସଞ୍ଜୟ ଅଗ୍ରୱାଲା, ବାମନ ଘାଟି ଉପଖଣ୍ଡ ସଭାପତି ଖୁଦିରାମ ମହାନ୍ତି, ସମ୍ପାଦକ ବିଶ୍ୱରଞ୍ଜନ ପାଲ୍ ଏବଂ କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟର ରାଜ୍ୟ ଉପସଭାପତି ସୌରଭ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ଅଗ୍ରୱାଲା ଧନ୍ୟବାଦ ଅର୍ପଣ କରିଥିଲେ।ଉତ୍ସବରେ ଅନଶନ ମହାନ୍ତ, ପ୍ରଭାତ କୁମାର ହୋତା, ଲଲାଟେନ୍ଦୁ ପାତ୍ର, ଅଜିତ କୁମାର ସେନାପତି ଓ ଅଭିଜିତ୍ ବିଶ୍ୱାଳ ପ୍ରମୁଖ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା।
ନଜର ଓଡ଼ିଶା
Nazar Odisha
Powered by Blogger.
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।