କେନ୍ଦେଇପଶି-ପାଟଣା ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଟଙ୍କା ବ୍ୟାଗ ଲୁଟ୍ ଘଟଣା ,ମହିଳା କନେଷ୍ଟବଳ ଙ୍କ ସ୍ଵାମୀ ମୃତ
News Summary
କେନ୍ଦୁଝର ପାଟଣା କେନ୍ଦେଇପଶି ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଟଙ୍କା ବ୍ୟାଗ୍ ଲୁଟ୍; ତ୍ରିଲୋଚନ ମହାନ୍ତ ମୃତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା ୨୯/୯:କେନ୍ଦୁଝର ଜିଲ୍ଲା କେନ୍ଦେଇପଶି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିବା ସହ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ବେଳେ ତାଙ୍କ ନିକଟ ରୁ ଟଙ୍କା ବ୍ୟାଗ ଲୁଟ୍ ହୋଇଥିବା ଜଣାପଡ଼ିଛି ।ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି।ମୃତକ ହେଲେ କେନ୍ଦେଇପଶି ପଞ୍ଚାୟତ ଖଜିରାପଶି ଗ୍ରାମର ସାଧବ ମହାନ୍ତଙ୍କ ପୁଅ ତ୍ରିଲୋଚନ ମହାନ୍ତ (୪୨) ବୋଲି ଜଣାପଡିଛି।ଖବର ଅନୁସାରେ ସୋମବାର ରାତି ପ୍ରାୟ ୧୦ଟା ୨୦ ପରେ ପରେ ପାଟଣା ଓ ତୁରୁମୁଙ୍ଗା ଥାନା ସୀମାନ୍ତ ଅଞ୍ଚଳର ହନୁମାନ ଛକ ପାଖ ଜଙ୍ଗଲ ନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।ତ୍ରିଲୋଚନ କେନ୍ଦେଇପଶି ବଜାରର ବଲାଣିପଶି ରାସ୍ତାରେ ଏକ ଜନସେବା କେନ୍ଦ୍ର ସହ ବ୍ୟାଙ୍କିଂ ସେବା କେନ୍ଦ୍ର ଚଳାଉଥିଲେ। ପ୍ରତିଦିନ ଭଳି ସୋମବାର ରାତିରେ ମଧ୍ୟ ସେ ଦୋକାନ ବନ୍ଦ କରି ଟଙ୍କା ବ୍ୟାଗ୍ ଧରି ପାଟଣା ଥାନାରେ କାର୍ଯ୍ୟରତ ତାଙ୍କ କନେଷ୍ଟବଳ ଥିବା ମହିଳା ପତ୍ନୀ ଙ୍କ ନିକଟ କୁ ଫେରୁଥିଲେ। ଏହି ସମୟରେ ଖୁଣ୍ଟାପଡ଼ା ଆକାଶିଆ ଜଙ୍ଗଲ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ତ୍ରିଲୋଚନ ଟଙ୍କା ନଦେଇ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି କରିବାରୁ ତାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇବା ସହ ବାମ ହାତ ଓ ଅଣ୍ଟାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା କୁହାଯାଉଛି। ପରେ ଦୁର୍ବୃତ୍ତମାନେ ତାଙ୍କ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି।
ଘଟଣାସ୍ଥଳରେ ତ୍ରିଲୋଚନଙ୍କ ମୃତଦେହ ସହ ତାଙ୍କ ସ୍କୁଟି ମଧ୍ୟ ରହିଥିଲା। ଖବର ପାଇ ପୋଲିସର ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାକାବନ୍ଦୀ କରିଥିଲେ। ତ୍ରିଲୋଚନଙ୍କୁ ଉଦ୍ଧାର କରି କେନ୍ଦୁଝରସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ପ୍ରତ୍ୟୁଷ ମହାପାତ୍ର, ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ଏସ୍ଆଇ ଲକ୍ଷ୍ମଣ ମାଝି, ଚମ୍ପୁଆ ଏସ୍ଡିପିଓ ରଶ୍ମିରଞ୍ଜନ ସାହୁ, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ ଓ ଏଏସ୍ଆଇ ସୁଜାତା ମହାନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ତ୍ରିଲୋଚନଙ୍କ ସ୍ତ୍ରୀ ତୁଳସୀ ମହାନ୍ତ ପାଟଣା ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଘଟଣା ପରେ ପୋଲିସ ପକ୍ଷରୁ ସାଇଣ୍ଟିଫିକ୍ ଟିମ୍କୁ ଡକାଯାଇ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି। ହତ୍ୟାକାଣ୍ଡର କାରଣ ଏବଂ ଘଟଣାରେ କେତେଜଣ ସମ୍ପୃକ୍ତ ଥିଲେ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।ଆଜି ସକାଳୁ ମଧ୍ୟ ପୁଲିସ ଘଟଣା ଘଟିଥିବା ସ୍ଥାନ ରେ ଥିବା ଜଣାପଡିଛି।
Tags:Breaking Newsଅପରାଧ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।