ସାହାରପଡା ବ୍ଲକରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି, ୧୬୮ ଅଭିଯୋଗର ଶୁଣାଣି
News Summary
ସାହାରପଡା ବ୍ଲକରେ କେନ୍ଦୁଝର ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି। ୧୬୮ଟି ଅଭିଯୋଗର ଶୁଣାଣି ସହ ୮ ଜଣ ଭିନ୍ନକ୍ଷମଙ୍କୁ ବିଦ୍ୟୁତଚାଳିତ ଟ୍ରାଇସାଇକେଲ ପ୍ରଦାନ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୮/୯: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ସଭାଗୃହରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୧୬୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା।
ଏଥିମଧ୍ୟରୁ ସର୍ବାଧିକ ଅଭିଯୋଗ ସାମାଜିକ ସୁରକ୍ଷା ବିଭାଗର ଭତ୍ତା ସମ୍ବନ୍ଧୀୟ ଥିବାବେଳେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରେସନ କାର୍ଡ ସମ୍ବନ୍ଧୀୟ ଅଭିଯୋଗ ମଧ୍ୟ ଆସିଥିଲା। ଅଭିଯୋଗଗୁଡ଼ିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା।ଏହି ଅବସରରେ ୮ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଦ୍ୟୁତଚାଳିତ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା।
ଶିବିରରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଦାଗୁଡୁ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଡିଏଫଓ ଏଚ୍.ଡି. ଧନରାଜ, ସିଡିଏମ୍ଓ ଡ଼ଃ ଧନେଶ୍ୱର ସେଠୀ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଉପଜିଲ୍ଲାପାଳ ଉମାକାନ୍ତ ଦଳେଇଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।ସେହିପରି ସାହାରପଡା ବିଡିଓ ରଞ୍ଜିତ କୁମାର ମହାନ୍ତ, ଏବିଡିଓ ରଶ୍ମିରେଖା ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତୁଙ୍ଗ, ତହସିଲଦାର ଲୀଳାବତୀ ନାୟକ, ଯୋଗାଣ ଅଧିକାରୀ ସସ୍ମିତା ସେଠୀ, ଗ୍ରାମ ପଞ୍ଚାୟତ ସହାୟତା ଅଧିକାରୀ ତପନ କୁମାର ସାହୁଙ୍କ ସମେତ ବ୍ଲକସ୍ତରୀୟ କନିଷ୍ଠ ଯନ୍ତ୍ରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।