କାଟାମାଟି ମାଇନ୍ସ ନିକଟରେ ଡିଜେଲ୍ ଚୋରି ଉଦ୍ୟମ; ଗୁଳିମାଡ଼ ପରେ ଜଣେ ଅଭିଯୁକ୍ତକୁ କାବୁ କଲେ ଟ୍ରକ୍ ଡ୍ରାଇଭର
News Summary
କାଟାମାଟି ମାଇନ୍ସରେ ଡିଜେଲ୍ ଚୋରି ଉଦ୍ୟମ, ଗୁଳିମାଡ଼; ଜଣେ ଅଭିଯୁକ୍ତ କାବୁ
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କାଟାମାଟି ମାଇନ୍ସ ନିକଟରେ ରାତିରେ ଟ୍ରକ୍ରୁ ଡିଜେଲ୍ ଚୋରି ଉଦ୍ୟମକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଡିଜେଲ୍ ଚୋରିକୁ ପ୍ରତିବାଦ କରିବାରୁ ଟ୍ରକ୍ ଡ୍ରାଇଭରଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିବା ସହ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ସଶସ୍ତ୍ର ଦୁର୍ବୃତ୍ତ କାଟାମାଟି ମାଇନ୍ସ ନିକଟରେ ରଖାଯାଇଥିବା ଟ୍ରକ୍ଗୁଡ଼ିକରୁ ଡିଜେଲ୍ ଚୋରି କରିବାକୁ ଉଦ୍ୟମ କରୁଥିଲେ। ଏହା ଦେଖି କିଛି ଟ୍ରକ୍ ଡ୍ରାଇଭର ଏହାକୁ ପ୍ରତିବାଦ କରିଥିଲେ।ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଡ୍ରାଇଭରମାନଙ୍କ ଉପରକୁ ଟେକାପଥର ମାଡ଼ କରିବା ସହ ଭୟ ସୃଷ୍ଟି କରିବା ପାଇଁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ପଥର ମାଡ଼ରେ ଦୁଇଜଣ ଟ୍ରକ୍ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।ତେବେ ଡ୍ରାଇଭରମାନେ ଏକାଠି ହୋଇ ଜଣେ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ।
ତାଙ୍କୁ ଧରିବା ପରେ ମାଡ଼ ମାରି ପୋଲିସ ଜିମା ଦେଇଥିବା ଜଣାପଡ଼ିଛି। ଅନ୍ୟ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, ରେଞ୍ଚି, ତେଲ ଜାରକିନ୍ ଏବଂ ଗୋଟିଏ ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି।ଟ୍ରକ୍ ଡ୍ରାଇଭରମାନେ କାବୁ କରିଥିବା ଅଭିଯୁକ୍ତ ଜଣକ ପଡ଼ୋଶୀ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଅଞ୍ଚଳର ସାଲନ୍ ଚାତ୍ତାର ବୋଲି ଜଣାପଡ଼ିଛି। ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଲନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛି।ଏହି ଘଟଣାରେ ଫେରାର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଯୋଡ଼ା ପୋଲିସ ଛାନଭିନ୍ ଜାରି ରଖିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)