କଳିଙ୍ଗା ଘାଟିରେ ଭୂସ୍ଖଳନ ଭୟ: ୨ ଦିନ ପାଇଁ ଯାନବାହନ ଚଳାଚଳ ବନ୍ଦ, ଘାଟି ସିଲ୍ କଲା ପ୍ରଶାସନ
News Summary
କନ୍ଧମାଳ କଳିଙ୍ଗା ଘାଟିରେ ଭୂସ୍ଖଳନ ଆଶଙ୍କା। ପ୍ରବଳ ବର୍ଷା ପରେ ସେପ୍ଟେମ୍ବର ୨୩ ଓ ୨୪ରେ ଯାନବାହନ ଚଳାଚଳ ବନ୍ଦ, ଘାଟି ସିଲ୍ କଲା ପ୍ରଶାସନ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କନ୍ଧମାଳ:୨୩/୯,ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। କଳିଙ୍ଗା ଘାଟିରେ ଭୂସ୍ଖଳନ ଆଶଙ୍କା ଥିବାରୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ଘାଟି ଦେଇ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ଗତକାଲି ରାତି ୧୨ଟାରୁ ସ୍ଥାନୀୟ ପୁଲିସ କଳିଙ୍ଗା ଘାଟି ଆରମ୍ଭ ମୁଖ୍ୟ ସଡ଼କରେ ଅବରୋଧ କରିଛି। ଏଥିସହ ୨୪ ଘଣ୍ଟିଆ ନାକା ବ୍ୟବସ୍ଥା କରାଯାଇ ଘାଟି ଦେଇ ଯାତାୟତ ନକରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ବିକଳ୍ପ ରାସ୍ତା ଭାବେ ଚକାପାଦ ରାସ୍ତା ଦେଇ ଯିବାକୁ ଯାତ୍ରୀ ଓ ଯାନବାହନ ଚାଳକଙ୍କୁ ପରାମର୍ଶ ଦିଆଯାଉଛି।ଗତକାଲି ରାତିଠାରୁ କଳିଙ୍ଗା ଘାଟି ସମେତ ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଘାଟି ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବଢ଼ିଥିବାରୁ ପ୍ରଶାସନ ପକ୍ଷରୁ ଯାତାୟତ ଉପରେ କଟକଣା ଲଗାଯାଇଛି।ସୂଚନା ଅନୁସାରେ, ଗତବର୍ଷ ମଧ୍ୟ ଏହି ସମୟରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଥିଲା। ଫଳରେ ଦୀର୍ଘ ୪୭ ଦିନ ଧରି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହା ଯୋଗୁଁ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାବାସୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।ଚଳିତବର୍ଷ ପୁଣି ପ୍ରବଳ ବର୍ଷା ଓ ପାଣିପାଗ ବିଭାଗର ସତର୍କ ସୂଚନା ପରେ ଭୂସ୍ଖଳନ ଆଶଙ୍କାକୁ ନଜରରେ ରଖି କଳିଙ୍ଗା ଘାଟିରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସ୍ଥାନୀୟ ତହସିଲଦାରଙ୍କ ଲିଖିତ ନିର୍ଦ୍ଦେଶନାମା ପରେ ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟିକୁ ସିଲ୍ କରାଯାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)