ପ୍ରଶାସନ ଶୁଣିଲା ନାହିଁ, ଚାନ୍ଦା ଆଦାୟ କରି ଗାଁ ରାସ୍ତା ମରାମତି କଲେ ଗ୍ରାମବାସୀ
News Summary
ପ୍ରଶାସନର ଅବହେଳା ଅଭିଯୋଗ ପରେ ଦୁଧିନାଳି ଗ୍ରାମବାସୀ ଘର ପିଛା ୨୦ ଟଙ୍କା ଚାନ୍ଦା ଆଦାୟ କରି ହ୍ୟୁମ୍ ପାଇପ୍ କିଣି ନିଜେ ଶ୍ରମଦାନ କରି ଗାଁ ରାସ୍ତା ମରାମତି କଲେ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ସାହାରପଡ଼ା, ୩୦/୯: ଲଗାଣ ବର୍ଷାରେ ଗାଁର ମୁଖ୍ୟ ରାସ୍ତା ଧୋଇଯିବା ପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଶେଷରେ ଗ୍ରାମବାସୀ ନିଜେ ଚାନ୍ଦା ଆଦାୟ କରି ରାସ୍ତା ମରାମତି କରିଛନ୍ତି।କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ମାଛଗଡ଼ ପଞ୍ଚାୟତ ଅନ୍ତର୍ଗତ ଦୁଧିନାଳି ଗ୍ରାମର ମୁଖ୍ୟ ରାସ୍ତା ଲଗାଣ ବର୍ଷାରେ ଧୋଇଯାଇଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ହୁଡ଼ି ସାହିକୁ ଯାତାୟାତରେ ଗ୍ରାମବାସୀ ଅସୁବିଧା ଭୋଗୁଥିଲେ। ଏନେଇ ଗ୍ରାମବାସୀ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ରାସ୍ତା ମରାମତି ହୋଇନଥିବା ଅଭିଯୋଗ ହୋଇଛି।ସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ, ନିକଟରେ ଜଣେ ଗର୍ଭବତୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ମଧ୍ୟ ଉକ୍ତ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲା। ଏହାପରେ ଗ୍ରାମବାସୀ ନିଜେ ରାସ୍ତା ମରାମତି କରିବାକୁ ଆଗେଇ ଆସିଥିଲେ।ଗତକାଲି ଗ୍ରାମବାସୀ ଘର ପ୍ରତି ୨୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ଏକ ହ୍ୟୁମ୍ ପାଇପ୍ କିଣିଥିଲେ। ପରେ ଗ୍ରାମବାସୀ ନିଜେ ଶ୍ରମଦାନ କରି ରାସ୍ତାରେ ହ୍ୟୁମ୍ ପାଇପ୍ ପକାଇ ମରାମତି କରିଥିବା ଜଣାପଡ଼ିଛି।ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ ନେଇ ଆଖପାଖ ଗ୍ରାମର ଅଧିବାସୀମାନେ ସେମାନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।