ଢେଙ୍କିକୋଟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’: ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରଛାତ୍ରୀ
News Summary
କେନ୍ଦୁଝର ଘଟଗାଁ ଢେଙ୍କିକୋଟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ। ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୩୦/୯: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ସତ୍ୟନାରାୟଣ ବିଦ୍ୟାପୀଠ, ଢେଙ୍କିକୋଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଜିତେନ୍ଦ୍ର କୁମାର ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିଶୁ ମହୋତ୍ସବକୁ ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଗଳ୍ପ କଥନ, ଗଣିତ କୁଇଜ୍ ଓ ଗଣିତ ଦୌଡ଼ ଭଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ସେହିପରି ୪ର୍ଥରୁ ୭ମ ଶ୍ରେଣୀ କନିଷ୍ଠ ବର୍ଗ, ୮ମରୁ ୧୦ମ ଶ୍ରେଣୀ ବରିଷ୍ଠ ବିଭାଗ ଏବଂ ୧୧ଶ ଓ ୧୨ଶ ଶ୍ରେଣୀ ଉଚ୍ଚ ମାଧ୍ୟମିକ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା, ତର୍କ, ଦେଶାତ୍ମବୋଧକ ସଙ୍ଗୀତ ଓ ଅନ୍ୟାନ୍ୟ ପ୍ରତିଯୋଗିତା ହୋଇଥିଲା। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଚିତ୍ର ଓ ସଙ୍ଗୀତ ପ୍ରତିଯୋଗିତା ରହିଥିଲା। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରାଯାଇଥିଲା।ଏହି କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ୧୩ଟି ପ୍ରାଥମିକ ବିଦ୍ୟାଳୟ, ୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରାଜକିଶୋର ମିଶ୍ର, ଭଗବତୀ କର, ମୀନତି ମହାରଣା, କମଳ କୁମାର ନାୟକ, ହରେକୃଷ୍ଣ ପାତ୍ର, ବିଷ୍ଣୁ ପ୍ରସାଦ ସାହୁ, ଚନ୍ଦ୍ରକାନ୍ତ ବେହେରା, ଶୁଭଶ୍ରୀ ପହୀ, କଳାବତୀ ବିନିଶିୟା, ଭାଗ୍ୟଶ୍ରୀ ପଲେଇ, ଦୀପ୍ତିମୟୀ ଚାନ୍ଦ, ଅମୂଲ୍ୟ ଦତ୍ତ, ଜଗବନ୍ଧୁ ମହାନ୍ତ, ହରପ୍ରିୟା ବେହେରା, ବୃନ୍ଦାବନ ମାଝି ଓ ଶାନ୍ତିଲତା ସା ପ୍ରମୁଖ ସହଯୋଗ କରିଥିଲେ।ମଧ୍ୟାହ୍ନ ପୂର୍ବରୁ ଘଟଗାଁ ବିଇଓ ହରେକୃଷ୍ଣ ନାୟକ, ସାମ୍ବାଦିକ ନୀଳମଣି ମଣ୍ଡଳ, ସଞ୍ଜୟ କୁମାର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତାରାଣୀ ପଣ୍ଡା ଓ ସାମାଜିକ କର୍ମୀ କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଘଟଗାଁ ବ୍ଲକ ଏଲିମେଣ୍ଟାରି ଶିକ୍ଷକ ସଂଘ ସଭାପତି କୃତ୍ତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।