ପାଟଣାରେ ରକ୍ତଦାନ ଶିବିର: ୬୪ ୟୁନିଟ୍ ରକ୍ତ ସଂଗ୍ରହ
News Summary
ପାଟଣାରେ ଯୁବ କଣ୍ଠଶିଳ୍ପୀ ଶ୍ରୀତମ କୁମାର ପଣ୍ଡାଙ୍କ ସ୍ମୃତିରେ ରକ୍ତଦାନ ଶିବିର। ଡି ଭାଇରସ୍ ଗ୍ରୁପ୍ ପକ୍ଷରୁ ଆୟୋଜିତ ଶିବିରରେ ୬୪ ୟୁନିଟ୍ ରକ୍ତ ସଂଗ୍ରହ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା: ୧୫/୯, ପାଟଣାର ଯୁବ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଶ୍ରୀତମ କୁମାର ପଣ୍ଡାଙ୍କ ସ୍ମୃତିରେ ବିଘ୍ନରାଜ ପୂଜା କମିଟି, ପାଟଣାର ଡି ଭାଇରସ୍ ଗ୍ରୁପ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ଡାକ୍ତର ଅଭିଷେକ ସାହୁ ଓ ଡାକ୍ତର ଅର୍ଣ୍ଣବ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଓଡ଼ିଶା ରକ୍ତ ଭଣ୍ଡାର, କେନ୍ଦୁଝର ଜିଲ୍ଲା ଶାଖାର କର୍ମଚାରୀମାନେ ଶିବିରରେ ରକ୍ତ ସଂଗ୍ରହ କରିଥିଲେ। ଶ୍ରୀତମ କୁମାର ପଣ୍ଡାଙ୍କ ଭାଇ, ଭାଉଜ ଓ ନିକଟ ସମ୍ପର୍କୀୟଙ୍କ ସମେତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ-ଗୁରୁମା ଏବଂ ବହୁ ସ୍ୱେଚ୍ଛାସେବୀ ଏହି ଶିବିରରେ ରକ୍ତଦାନ କରିଥିଲେ।ସ୍ୱେଚ୍ଛାସେବୀମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଯୋଗୁଁ ଶିବିରରେ ମୋଟ ୬୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶ୍ରୀତମଙ୍କ ସ୍ମୃତିରେ ଆୟୋଜିତ ଏହି ରକ୍ତଦାନ ଶିବିର ସମାଜ ପାଇଁ ଏକ ମହତ୍ୱପୂର୍ଣ୍ଣ ସେବାମୂଳକ ପଦକ୍ଷେପ ବୋଲି ଅଞ୍ଚଳବାସୀ କହିଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
