କେନ୍ଦୁଝର/ପାଟଣା, ୨/୧୧: ପାଟଣା ବନାଞ୍ଚଳ ଅନ୍ତର୍ଗତ ବଡ଼ଜାମୁପଶି ଗ୍ରାମର ଏକ ଚାଷ ଜମିରୁ ୧୨ ଫୁଟ ଲମ୍ବର ଏକ ବିରାଟକାୟ ଅଜଗର ସାପକୁ ବନବିଭାଗ ଉଦ୍ଧାର କରିଛି।ସୂଚନା ଅନୁଯାୟୀ, ଗ୍ରାମବାସୀ ଚାଷ ଜମିକୁ ଯାଇଥିବା ସମୟରେ ଅଜଗରଟିକୁ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପାଟଣା ବନବିଭାଗକୁ ଖବର ଦେଇଥିଲେ। ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧାଙ୍କ ନିର୍ଦ୍ଦେଶକ୍ରମେ ସର୍ପ ଧରାଳି କାର୍ତ୍ତିକ ମହାନ୍ତ ଓ ବନବିଭାଗର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ପରେ ଅଜଗରଟିକୁ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ବନବିଭାଗର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
ପାଟଣାର ବଡ଼ଜାମୁପଶି ଚାଷ ଜମିରୁ ୧୨ ଫୁଟିଆ ଅଜଗର ଉଦ୍ଧାର
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
ପାଟଣା ବୈତରଣୀ କୂଳରେ ‘ଆମ ସ୍ୱର୍ଗଦ୍ୱାର’ ନିର୍ମାଣ ପାଇଁ ଦାବି, ଉପକୃତ ହେବେ ହଜାର ହଜାର ଲୋକ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୨/୧୧: ପାଟଣା ଓ ସାହାରପଡ଼ା ଅଞ୍ଚଳ ମଧ୍ୟ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଏକ ସ୍ଥାୟୀ ଓ ସୁବ୍ୟବସ୍ଥିତ ‘ଆମ ସ୍ୱର୍ଗଦ୍ୱାର’ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି।ପାଟଣା ବୈତରଣୀ ନଦୀ କୂଳରେ ପ୍ରତିଦିନ ଶବଦାହ କରାଯାଉଥିଲେ ମଧ୍ୟ ଏଠାରେ ଏଯାଏଁ ଏକ ସ୍ଥାୟୀ ଓ ଆବଶ୍ୟକୀୟ ସୁବିଧାଯୁକ୍ତ ଶ୍ମଶାନ ନିର୍ମାଣ ହୋଇନାହିଁ। ଫଳରେ ଶବ ସଂସ୍କାର ସମୟରେ ବର୍ଷା ଓ ଖରାଦିନେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଆଦର୍ଶ ‘ଆମ ସ୍ୱର୍ଗଦ୍ୱାର’ ନିର୍ମାଣ କରାଯାଉଥିବା ବେଳେ ପାଟଣା ବୈତରଣୀ ନଦୀ କୂଳରେ ମଧ୍ୟ ଏଭଳି ଏକ ସୁବ୍ୟବସ୍ଥିତ ଶ୍ମଶାନ ନିର୍ମାଣ କରାଗଲେ ହଜାର ହଜାର ଲୋକ ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।ସୂଚନାଯୋଗ୍ୟ ଯେ, ପବିତ୍ର ପୁଣ୍ୟତୋୟା ବୈତରଣୀ ନଦୀ ଶୈବ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ସ୍ୱାକ୍ଷର ବହନ କରୁଛି। ପାଟଣା ବ୍ଲକ ଅଞ୍ଚଳର ପାଟଣା ଓ ତୁରୁମୁଙ୍ଗା ନିକଟସ୍ଥ ବୈତରଣୀ ନଦୀ କୂଳରେ ପ୍ରତିବର୍ଷ ଶହ ଶହ ଶବ ସଂସ୍କାର କରାଯାଇଥାଏ। ଏପରିକି ପଡ଼ୋଶୀ ଝାଡ଼ଖଣ୍ଡ ଅଞ୍ଚଳରୁ ମଧ୍ୟ ଲୋକମାନେ ଶବ ସଂସ୍କାର ପାଇଁ ଏହି ସ୍ଥାନକୁ ଆସିଥାନ୍ତି।ଅନ୍ୟପକ୍ଷରେ, ପାଟଣାରେ ବନ ବିଭାଗ ପକ୍ଷରୁ କାଠ ଡିପୋ ଖୋଲାଯାଇଥିବାରୁ ଏଠାରେ ‘ଆମ ସ୍ୱର୍ଗଦ୍ୱାର’ ନିର୍ମାଣ ହେଲେ ଶବଦାହ ପାଇଁ ଆବଶ୍ୟକ କାଠ ଯୋଗାଣ ସହ ଅନ୍ୟାନ୍ୟ ସୁବିଧା ମିଳିପାରିବ ବୋଲି ଆଶା କରାଯାଉଛି। ତେଣୁ ଜନସାଧାରଣଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଦାବି ପ୍ରତି ସ୍ଥାନୀୟ ଲୋକପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ସିଲିଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ମହାନ୍ତଙ୍କୁ ଭାବବିହ୍ୱଳ ଅବସରକାଳୀନ ସମ୍ବର୍ଦ୍ଧନା
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
ଚଳନ୍ତା ଟ୍ରାକ୍ଟରରୁ ଖସି ଚକ ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୧/୧୧: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଅନ୍ତର୍ଗତ ତାଟିହୁଡ଼ି ନିକଟରେ ଏକ ମର୍ମନ୍ତୁଦ ଟ୍ରାକ୍ଟର ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଛି। ଚଳନ୍ତା ଟ୍ରାକ୍ଟରରୁ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବା ପରେ ଚକ ତଳେ ଚାପି ହୋଇ ଚାଳକଙ୍କ ଜୀବନ ଯାଇଛି।ମୃତକ ହେଲେ ଏରେଣ୍ଡେଇ ତାଟିହୁଡ଼ି ସାହିର ତ୍ରିଲୋଚନ ମହାନ୍ତଙ୍କ ପୁଅ ରଞ୍ଜନ ମହାନ୍ତ (୩୬)। ସୂଚନା ଅନୁଯାୟୀ, ରଞ୍ଜନ ଧାନ ବୋହିବା କାମ ଶେଷ କରି ଟ୍ରାକ୍ଟର ନେଇ ଘରକୁ ଫେରୁଥିବା ସମୟରେ ବିଳମ୍ବିତ ରାତିରେ ତାଟିହୁଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଚଳନ୍ତା ଟ୍ରାକ୍ଟରରୁ ସେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ଟ୍ରାକ୍ଟରର ବଡ଼ ଚକ ତଳେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ ପାଟଣା ପୁଲିସର ଏଏସ୍ଆଇ ଧନେଶ୍ୱର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ମୃତଦେହ ଉଦ୍ଧାର କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।ଏହି ଘଟଣାକୁ ନେଇ ପାଟଣା ଥାନାରେ କେସ୍ ନଂ ୩୪୧/୨୦୨୬ରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କ ହସ୍ତାନ୍ତର କରାଯାଇଛି।
ପାଟଣାରେ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ନାରୀ ଜାଗରଣ ସମ୍ମିଳନୀ, ୫ ମହିଳାଙ୍କୁ ସମ୍ମାନିତ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୧/୧୧: ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟଣାଠାରେ ନାରୀ ଜାଗରଣ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଦିବା ୧୦ଟାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ନାରୀର ଗରିମା, ଅଧିକାର, ଦାୟିତ୍ୱ ଓ ସାମାଜିକ ଅଭ୍ୟୁଦୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।ପ୍ରାରମ୍ଭରେ ବ୍ଲକ ସଂଯୋଜକ ଶାନ୍ତନୁ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ସଂଯୋଜକ ରମେଶ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଗାୟତ୍ରୀ ପରିବାରର ବରିଷ୍ଠ ପରିଜନ ଶରତ କୁମାର ମିଶ୍ର ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ ଯୋଗଦେଇ ନାରୀ ଜାଗରଣର ଆବଶ୍ୟକତା ଓ ନାରୀ ସଶକ୍ତୀକରଣ ସମ୍ପର୍କରେ ନିଜର ଅଭିଜ୍ଞତା ଓ ମତାମତ ରଖିଥିଲେ। ଘଷିପୁରା ବ୍ଲକର ମହିଳା ସଂଯୋଜିକା ସ୍ନେହଲତା ରାଉତ ନାରୀର ଗରିମା ଓ ଅଭ୍ୟୁଦୟ ସମ୍ପର୍କରେ ଆଲୋଚନା କରିଥିଲେ।ସେହିପରି ପାଟଣା ଶିଶୁମନ୍ଦିରର ସହ ପ୍ରାନ୍ତବାଟିକା ପ୍ରମୁଖ ଶୋଭାଶ୍ରୀ ଷଡ଼ଙ୍ଗୀ ସାମ୍ପ୍ରତିକ ପରିସ୍ଥିତିରେ ନାରୀର ଉତ୍ତରଦାୟିତ୍ୱ ଉପରେ ମତ ରଖିଥିଲେ। ଘଷିପୁରା ବ୍ଲକ ମଛ୍ଛାଳ ହାଇସ୍କୁଲର ଶିକ୍ଷକ ତଥା ଗାୟତ୍ରୀ ପରିବାରର ବରିଷ୍ଠ ପରିଜନ ବିଷ୍ଣୁ ନାରାୟଣ ସାମଲ ଏକବିଂଶ ଶତାବ୍ଦୀକୁ ନାରୀ ଶତାବ୍ଦୀ ଭାବେ ଅଭିହିତ କରି ନାରୀର ଭୂମିକା ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଶରତ କୁମାର ମିଶ୍ର ଗାୟତ୍ରୀ ପରିବାର ଓ ନାରୀ ଜାଗରଣର ସମ୍ପର୍କ ଉପରେ ଅଭିଭାଷଣ ରଖିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ୫ ଜଣ ବିଶିଷ୍ଟ ମହିଳାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶେଷରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଶାନ୍ତନୁ କୁମାର ସାହୁଙ୍କ ଶାନ୍ତିପାଠ ପରେ ସମ୍ମିଳନୀ ଉଦ୍ଯାପିତ ହୋଇଥିଲା।
ପାଟଣାରେ ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ, ନିଶାମୁକ୍ତି ଓ ସାଇବର ଠକେଇ ସଚେତନତା ଉପରେ ଗୁରୁତ୍ୱ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୩୧/୧୦: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆମ ପୁଲିସ ସମିତି ପକ୍ଷରୁ ଶନିବାର ରାଷ୍ଟ୍ରୀୟ ଏକତା ଦିବସ ପାଳନ ସହ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ଆଇ ଲକ୍ଷ୍ମଣ କୁମାର ମାଝୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଟଣା ଅଞ୍ଚଳର ବୁଦ୍ଧିଜୀବୀ, ବଣିକ ସଂଘର ପ୍ରତିନିଧି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ, ଏଏସ୍ଆଇ ଜିତେନ୍ଦ୍ର କୁମାର ପଟେଲ, ଧନେଶ୍ୱର ପାତ୍ରଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।ଥାନାଧିକାରୀ ଶ୍ରୀ ସାହୁ ରାଷ୍ଟ୍ରୀୟ ଏକତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ଦିଗରେ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏଥିସହ ଅଞ୍ଚଳରେ ନିଶାମୁକ୍ତି ଅଭିଯାନକୁ ଅଧିକ ସକ୍ରିୟ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ଏହାବ୍ୟତୀତ ସାଇବର ଅପରାଧ ଓ ଅନଲାଇନ୍ ଠକେଇରୁ ସୁରକ୍ଷିତ ରହିବା, ବିଭିନ୍ନ ପ୍ରକାର ପ୍ରଲୋଭନର ଶିକାର ନହେବା ସହ ସାମାଜିକ ସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଥିଲେ। ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଓ ସହଯୋଗ ବଜାୟ ରଖିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା, ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କୁ ଭାବପୂର୍ଣ୍ଣ ବିଦାୟ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୩୧/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଲ୍ୟାବ୍ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ଅବସର ଉପଲକ୍ଷେ ମହାବିଦ୍ୟାଳୟ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା।କ୍ରୀଡ଼ା ଶିକ୍ଷକ କ୍ୟାପଟେନ୍ ଧର୍ମେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ରଜେନ୍ଦ୍ର କୁମାର ପତି ଓ ଶରତ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ଯୋଗଦେଇଥିଲେ।ସଭାରେ ବକ୍ତାମାନେ ଅବସର ଗ୍ରହଣ କରୁଥିବା ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ଦୀର୍ଘଦିନର କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ମହାବିଦ୍ୟାଳୟ ପ୍ରତି ତାଙ୍କର ନିଷ୍ଠାପର ସେବାକୁ ସ୍ମରଣ କରିଥିଲେ। ତାଙ୍କର କାର୍ଯ୍ୟଦକ୍ଷତା ଓ ଅବଦାନକୁ ପ୍ରଶଂସା କରିବା ସହ ମହାବିଦ୍ୟାଳୟ ପକ୍ଷରୁ ଉପଢ଼ୌକନ ଓ ସମ୍ବର୍ଦ୍ଧନା ଜଣାଇ ବିଦାୟ ଦିଆଯାଇଥିଲା।
କପୁଣ୍ଡିରେ ନଭେମ୍ବର ୧୭ରେ ଗୋଷ୍ଠାଷ୍ଟମୀ ମହୋତ୍ସବ, ପ୍ରସ୍ତୁତି ବୈଠକ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୩୧/୧୦: ଭାଗବତ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପ୍ରଚାର ପ୍ରସାର ସହ ଏହାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୧୭ ତାରିଖରେ ଗୋଷ୍ଠାଷ୍ଟମୀ ମହୋତ୍ସବ ଆୟୋଜନ କରାଯିବ। ଏହି ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ସାହାରପଡ଼ା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ପକ୍ଷରୁ କପୁଣ୍ଡି ଗ୍ରାମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତିଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ବୈଠକରେ ସାହାରପଡ଼ା ବ୍ଲକ ସମିତି ସଭାପତି କେଦାର ଆରୁକ ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲ୍ଲା ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନା, ଉପସଭାପତି ଖଗେଶ୍ୱର ମହାନ୍ତ, ପାଟଣା-ସାହାରପଡ଼ା ବ୍ଲକ ସଂଯୋଜକ ହରେକୃଷ୍ଣ ବେଜ, ବରିଷ୍ଠ ସଦସ୍ୟ କୈଳାଶ ପରିଡ଼ା, ପ୍ରସନ୍ନ କୁମାର ଦାସ, ପ୍ରଣବଧ୍ୱଜ କବି, ଜିତେନ୍ଦ୍ର ବେହେରା, ରବୀନ୍ଦ୍ର ପୃଷ୍ଟି, ପ୍ରଦୀପ ପହି, ସତ୍ୟପ୍ରିୟ ପହି, ରମେଶ ଚନ୍ଦ୍ର ରାଜ ଓ ମୁକ୍ତିକାନ୍ତ ପରିଡ଼ାଙ୍କ ସମେତ ବହୁ ଭାଗବତପ୍ରେମୀ ଯୋଗଦେଇଥିଲେ।ଏହା ସହ ସାଂସଦ ଅନନ୍ତ ନାୟକଙ୍କ ପ୍ରତିନିଧି ପ୍ରହ୍ଲାଦ ପଲେଇ, ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ପାଟଣା ବ୍ଲକ ସଭାପତି ପାର୍ଥ ସାରଥୀ ବେଜ, ସମ୍ପାଦକ ହରେକୃଷ୍ଣ ବାରିକ, ସହଦେବ ମହାନ୍ତ, ଧନୁ ମହାନ୍ତ, ଝାଟିପଡ଼ା ଭାଗବତ ଟୁଙ୍ଗି ସଭାପତି ରଞ୍ଜନ ବାରିକ ଓ କପୁଣ୍ଡି ମା' ତାରିଣୀ ଭାଗବତ ଟୁଙ୍ଗିର ତତ୍ତ୍ୱାବଧାରକ କିଶୋର ଚନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ ଆୟୋଜନ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।କପୁଣ୍ଡି ଗ୍ରାମର ପ୍ରତ୍ୟେକ ଘରେ ଗୋମାତାଙ୍କ ସେବା କରାଯାଉଥିବାରୁ ଚଳିତ ବର୍ଷ ଏହି ଗ୍ରାମରେ ଗୋଷ୍ଠାଷ୍ଟମୀ ମହୋତ୍ସବ ପାଳନ କରିବାକୁ ଆଚାର୍ଯ୍ୟ ଦାଶରଥି ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବରିଷ୍ଠ ଗ୍ରାମବାସୀ ପ୍ରହ୍ଲାଦ ରଣା ଓ କେଶବ ଚନ୍ଦ୍ର ପୃଷ୍ଟି ସ୍ୱାଗତ କରିବା ସହ ମହୋତ୍ସବର ସଫଳ ଆୟୋଜନ ପାଇଁ ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।ବୈଠକରେ ମହୋତ୍ସବ ପାଇଁ ଆନୁମାନିକ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିଲା। ଉପସ୍ଥିତ ଭାଗବତପ୍ରେମୀ ଭାଇ ଓ ଭଉଣୀମାନେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକ ସାମଗ୍ରୀ ଓ ଅର୍ଥରାଶି ପ୍ରଦାନ କରିବାକୁ ସମ୍ମତି ଜଣାଇଥିଲେ।ମହୋତ୍ସବର ସୁପରିଚାଳନା ପାଇଁ କେଶବ ଚନ୍ଦ୍ର ପୃଷ୍ଟିଙ୍କୁ ଆବାହକ, ପ୍ରଦୀପ କୁମାର ପହିଙ୍କୁ ସମ୍ପାଦକ ଏବଂ କିଶୋର ଚନ୍ଦ୍ର ପୃଷ୍ଟିଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେହିପରି କିଶୋର ଚନ୍ଦ୍ର ପୃଷ୍ଟି, ରବୀନ୍ଦ୍ର ପୃଷ୍ଟି, ପ୍ରେମଲତା ବେହେରା ଓ ହେନା ମଲ୍ଲିକଙ୍କୁ ଅଞ୍ଚଳବାସୀଙ୍କଠାରୁ ଅର୍ଘ୍ୟ ସଂଗ୍ରହ ଦାୟିତ୍ୱ ଦିଆଯାଇଛି।ଅତିଥି ଅଭ୍ୟର୍ଥନା ଦାୟିତ୍ୱ ହରେକୃଷ୍ଣ ବେଜ ଓ ଶିରୀଶ ବିଶୋଇଙ୍କୁ ଦିଆଯାଇଥିବା ବେଳେ ଭାଗବତ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଦାୟିତ୍ୱ ପ୍ରହ୍ଲାଦ ରଣାଙ୍କୁ ଅର୍ପଣ କରାଯାଇଛି। ଗୋପୂଜା ଓ ଗୋସେବା ଦାୟିତ୍ୱ କେଶବ ଚନ୍ଦ୍ର ପୃଷ୍ଟିଙ୍କୁ ଏବଂ ଗୋପାଳକ ତଥା ଗ୍ରାମର ମା' ଓ ଭଉଣୀମାନଙ୍କ ସମାବେଶରେ ଗୋବନ୍ଦନା ଦାୟିତ୍ୱ କନକ ପୃଷ୍ଟି ଓ ପ୍ରେମଲତା ବେହେରାଙ୍କୁ ଦିଆଯାଇଛି।ସେହିପରି ମଣ୍ଡପରେ ଅର୍ଘ୍ୟ ସଂଗ୍ରହ ଦାୟିତ୍ୱ ହରେକୃଷ୍ଣ ବେଜଙ୍କୁ, ଭାଗବତ ସତସଙ୍ଗ ସଭା ଓ ସମ୍ବର୍ଦ୍ଧନା ପର୍ବ ଦାୟିତ୍ୱ ସଭାପତି କେଦାର ଆରୁକଙ୍କୁ ଏବଂ ଆନନ୍ଦ ବଜାର ପରିଚାଳନା ଦାୟିତ୍ୱ କେଶବ ଚନ୍ଦ୍ର ପୃଷ୍ଟି, ସୁଦର୍ଶନ ପୃଷ୍ଟି ଓ ରବୀନ୍ଦ୍ର ପୃଷ୍ଟିଙ୍କୁ ଅର୍ପଣ କରାଯାଇଛି।ଶେଷରେ ଆସନ୍ତା ନଭେମ୍ବର ୧୨ ତାରିଖରେ ପରବର୍ତ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ନେଇ ଘୋଷଣା କରାଯିବା ପରେ ସଭା ସମାପ୍ତ ହୋଇଥିଲା।
ଶିବ ତାଣ୍ଡବ ଓ କାଳୀ ତାଣ୍ଡବ ନୃତ୍ୟର ତାଳେ ତାଳେ ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୩୧/୧୦: ପାଟଣା ମୁଖ୍ୟାଳୟସ୍ଥିତ କୁମାର ଉତ୍ସବ କମିଟି ପକ୍ଷରୁ ଆୟୋଜିତ ୫୬ତମ ମା’ ଗଜଲକ୍ଷ୍ମୀ ପୂଜା ଧୁମ୍ଧାମରେ ପାଳିତ ହେବା ପରେ ଶନିବାର ଭସାଣି ଉତ୍ସବ ଅତ୍ୟନ୍ତ ଆକର୍ଷଣୀୟ ଓ ଉତ୍ସବମୁଖର ପରିବେଶରେ ଅନୁଷ୍ଠିତ ହୋଇଥିଲା।ଛତିଶଗଡ଼ର ଅବତାର ଗ୍ରୁପ୍ ପକ୍ଷରୁ ପରିବେଷିତ କାଳୀ ତାଣ୍ଡବ, ଶିବ ତାଣ୍ଡବ, ଅଘୋରୀ ନୃତ୍ୟ ଓ ନୃସିଂହ ନୃତ୍ୟର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ମା’ଙ୍କ ମେଢ଼ ପାଟଣା ବଜାର ପରିକ୍ରମା କରିଥିଲା। ପରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ବୈତରଣୀ ନଦୀରେ ବିସର୍ଜନ କରାଯାଇଥିଲା।ପାଟଣା କୁମାର ଉତ୍ସବ କମିଟିର ସଭାପତି ବିବେକାନନ୍ଦ ଦାଶ ଓ ସମ୍ପାଦକ ଲିପକ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମିଟିର ସଦସ୍ୟ ପ୍ରିୟବ୍ରତ ମିଶ୍ର, ଅଭିଷେକ ଦାଶ, କମଳାକାନ୍ତ ପତି, ପ୍ରୀତମ ପଣ୍ଡା, ସୁଜିତ ମିଶ୍ର ଓ ସୌମ୍ୟରଞ୍ଜନ ଦାଶଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭସାଣି ଶୋଭାଯାତ୍ରାର ସୁପରିଚାଳନାରେ କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ।ଏହି ଭସାଣି ଉତ୍ସବରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ନୃସିଂହ ନୃତ୍ୟ, ଶିବ ତାଣ୍ଡବ ଓ କାଳୀ ତାଣ୍ଡବ ନୃତ୍ୟ ଦର୍ଶକଙ୍କ ମନ ମୋହିଥିବା ବେଳେ ଭକ୍ତିମୟ ପରିବେଶ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ ଶ୍ରଦ୍ଧାଳୁ।
ପାଟଣା ବନାଞ୍ଚଳରେ ବନପାଳଙ୍କ ଅଦଳବଦଳ: ନୂତନ ବନପାଳଙ୍କୁ ସ୍ୱାଗତ, ପୂର୍ବତନଙ୍କୁ ବିଦାୟ ସମ୍ବର୍ଦ୍ଧନା
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
ପାଟଣା, ୩୦/୧୦: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରି ଓ ପାଟଣା ବନପାଳଙ୍କ ବଦଳି ଅବସରରେ ଏକ ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି।ଖିରେଇଟାଙ୍ଗିରିର ପୂର୍ବତନ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ପାଟଣାର ପୂର୍ବତନ ବନପାଳ ନିରଞ୍ଜନ ସେଠୀଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଉଭୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ସେହିପରି ପାଟଣାରେ ନୂତନ ଭାବେ ଯୋଗଦେଇଥିବା ବନପାଳ ନଗେନ୍ଦ୍ର କୁମାର ଜେନା ଓ ଖିରେଇଟାଙ୍ଗିରିରେ ନୂତନ ଭାବେ ଯୋଗଦେଇଥିବା ବନପାଳ ପିଅନ ନାଏକଙ୍କୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ସହ ବନ ସଂରକ୍ଷକ ସୁଦୀପ୍ତ କୁମାର ପଣ୍ଡା, ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା, ସାହାରପଡ଼ା ବନପାଳ ଶ୍ରୀମନ୍ତ ବେହେରାଙ୍କ ସମେତ ବନରକ୍ଷୀ ରଞ୍ଜିତା ମହାନ୍ତ, ଯାଜ୍ଞସେନୀ ଗୋଚ୍ଛାୟତ, ଦୀପକ କୁମାର ରଣା, ରୂପଶ୍ରୀ ଖୁଣ୍ଟିଆ, ଲକ୍ଷ୍ମୀକାନ୍ତ ରାଉତ, ସାଗରିକା ବେଜ୍, ନିରୁପମା ମହାକୁଡ଼, ଅଶ୍ୱିନୀ କୁମାର ସାହୁ, ଝରଣା ରାଣୀ ସାହୁ, ହୃଦାନନ୍ଦ ମହାନ୍ତି, ଡଲିରାଣୀ ସାହୁ, ସୁଜାତା ସାହୁ, ଦେବଜାନୀ ମହାନ୍ତ ଓ ଅନନ୍ୟା ପ୍ରିୟଦର୍ଶିନୀ ନାୟକଙ୍କ ସହ ଟିମ୍ ଲିଡର ରଣଜିତ୍ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ପୂର୍ବତନ ବନପାଳଙ୍କ କାର୍ଯ୍ୟକାଳର ସ୍ମୃତିଚାରଣ କରାଯିବା ସହ ନୂତନ ଭାବେ ଯୋଗଦେଇଥିବା ବନପାଳଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଯାଇଥିଲା।
ପାଟଣାରେ ୫୬ତମ କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା, ଶନିବାର ଭସାଣି ଉତ୍ସବ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
ଚେମେଣାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ, କଳାକାରଙ୍କୁ ସମ୍ବର୍ଦ୍ଧନା
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
ପାଟଣାରେ ସାପ କାମୁଡ଼ାରେ ୧୩ ବର୍ଷୀୟ ନାବାଳକ ଗୁରୁତର, କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
ପିପିଳିଆରେ ଧୁମ୍ଧାମରେ ପାଳିତ ହେଉଛି ୪୯ତମ ମା’ ଗଜଲକ୍ଷ୍ମୀ ପୂଜା, ଦୁଇ ରାତି ନାଟକ ପରିବେଷଣ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୨୭/୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମରେ ମହା ଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ୪୯ତମ ମା’ ଗଜଲକ୍ଷ୍ମୀ ପୂଜା ପାଳନ କରାଯାଉଛି। ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ପୂଜା ଉତ୍ସବକୁ ନେଇ ଗ୍ରାମରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।ପୂଜା ଅବସରରେ ଗ୍ରାମର ରାଜବନ୍ଧ ପୋଖରୀରୁ କଳସ ଯାତ୍ରା ଆୟୋଜନ କରାଯାଇ ମା’ଙ୍କ ଘଟ ସ୍ଥାପନ କରାଯାଇଥିଲା। ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ରାମଚନ୍ଦ୍ର ଦଣ୍ଡପାଟ ଓ ଭଜହରି ନାୟକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଛନ୍ତି। ପୂଜକ ଜଗବନ୍ଧୁ ଦାଶ ପୂଜାକାର୍ଯ୍ୟ ସମ୍ପନ୍ନ କରୁଛନ୍ତି।ପୂଜା ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ଦୁଇ ରାତି ଧରି ନାଟକ ପରିବେଷଣର ବ୍ୟବସ୍ଥା କରାଯାଇଛି। ପ୍ରଥମ ରାତିରେ ପାରିବାରିକ କାହାଣୀ ଆଧାରିତ ନାଟକ ‘କେତେ ଦୁଃଖ ଦେବୁ କହ ଦଇବ’ ଏବଂ ଦ୍ୱିତୀୟ ରାତିରେ ‘ଏଠି ତୋର ଦୋଷ ନା ମୋର ଦୋଷ’ ମଞ୍ଚସ୍ଥ ହେବ।ପୂଜା ମଣ୍ଡପରେ ଆକର୍ଷଣୀୟ ଆଲୋକ ସଜ୍ଜା ଓ ସୁନ୍ଦର ମୃଣ୍ମୟ ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ପୂଜା ଉତ୍ସବର ସୁପରିଚାଳନା ପାଇଁ କମିଟି ସଭାପତି ପରମେଶ୍ୱର ବାରିକ, ସମ୍ପାଦକ ତପନ କୁମାର ନାୟକ ଓ କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ମହାପାତ୍ରଙ୍କ ସହ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।ପିପିଳିଆ ଗ୍ରାମରେ ମା’ ଗଜଲକ୍ଷ୍ମୀଙ୍କ ଏହି ୪୯ତମ ପୂଜା ଉତ୍ସବ ଧାର୍ମିକ ଓ ସାଂସ୍କୃତିକ ପରିବେଶକୁ ଅଧିକ ଉତ୍ସବମୁଖର କରିଛି।
ଡେଣୁଆଁ ଗ୍ରାମରେ ଭକ୍ତିମୟ ପରିବେଶରେ ଚାଲିଛି ମା’ ଗଜଲକ୍ଷ୍ମୀ ପୂଜା
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୨୭/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡେଣୁଆଁ ଗ୍ରାମରେ ଭକ୍ତି ଓ ଶ୍ରଦ୍ଧାର ସହ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜିତ ହେଉଛି। ଅକ୍ଟୋବର ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଅକ୍ଟୋବର ୨୮ ତାରିଖରେ ସମାପନ ହେବ। ପୂଜାକୁ ନେଇ ସମଗ୍ର ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ଦେଖିବାକୁ ମିଳିଛି।ମା’ ଗଜଲକ୍ଷ୍ମୀଙ୍କ ଆରାଧନା ଓ ପୂଜାର୍ଚ୍ଚନା ମାଧ୍ୟମରେ ଗ୍ରାମର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରାଯାଉଛି। ମା’ ଗଜଲକ୍ଷ୍ମୀ ପୂଜା କମିଟି, ଡେଣୁଆଁ ପକ୍ଷରୁ ଏହି ଧାର୍ମିକ ଉତ୍ସବର ଆୟୋଜନ କରାଯାଇଛି।ପୂଜାର କର୍ତ୍ତା ଭାବେ ଦୁର୍ଯ୍ୟୋଧନ ସାହୁ ଓ ଇନ୍ଦୁମତି ସାହୁ ଦାୟିତ୍ୱ ତୁଲାଉଛନ୍ତି। କଳସ ଯାତ୍ରାରେ କୁଳମଣି ସାହୁ, ଲିପନ ସାହୁ, ସୁଧୀର ସାହୁ, ଦେବାଶିଷ ସାହୁ, ଦେବଦ୍ୟୁତି ସାହୁ, ନାରାୟଣ କମାର ଓ ଆଲୋକ କୁମାର ଭୋଳ ସହଯୋଗ କରିଛନ୍ତି। ସେହିପରି ପୂଜକ ଧର୍ମାନନ୍ଦ ମିଶ୍ର ଓ ଗୁଡ଼ୁଲୁ ଶତପଥୀ ପୂଜାକାର୍ଯ୍ୟ ସମ୍ପନ୍ନ କରୁଛନ୍ତି।ଏହି ଗଜଲକ୍ଷ୍ମୀ ପୂଜା କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରୁଛି। ଅକ୍ଟୋବର ୨୮ ତାରିଖରେ ପୂଜାର ସମାପନ ହେବ।
ଶିରୋନାମା: ଚଉଁରା ମୂଳରେ ଚାନ୍ଦ ପୂଜା କରି କୁମାର ପୂର୍ଣ୍ଣିମା ପାଳିଲେ କୁମାରୀ ଓ ନବବଧୂ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୨୫/୧୦: କେନ୍ଦୁଝର ଜିଲ୍ଲାର ପାଟଣା ଓ ଢେଙ୍କିକୋଟ ଅଞ୍ଚଳରେ ଗାଁ ଗାଁରେ ଆନନ୍ଦ ଓ ଉତ୍ସାହର ସହ କୁମାର ପୂର୍ଣ୍ଣିମା ପର୍ବ ପାଳିତ ହୋଇଛି। ଏହି ଅବସରରେ କୁମାରୀ କନ୍ୟା ଓ ନବବଧୂମାନେ ପାରମ୍ପରିକ ରୀତିନୀତି ଅନୁସାରେ ଚାନ୍ଦ ପୂଜା କରିବା ସହ ଚନ୍ଦ୍ରଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ।ସନ୍ଧ୍ୟା ସମୟରେ କୁମାରୀ କନ୍ୟାମାନେ ନିଜ ନିଜ ଘର ଅଗଣାରେ ଥିବା ଚଉଁରା ମୂଳରେ ପୂଜାର୍ଚ୍ଚନା କରିଥିଲେ। କେତେକ ସ୍ଥାନରେ ମଣ୍ଡା ପିଠା ଓ ବିଭିନ୍ନ ମିଠା ସହ ପାରମ୍ପରିକ ଭୋଗ ପ୍ରସ୍ତୁତ କରାଯାଇଥିବା ବେଳେ ଅନ୍ୟ ସ୍ଥାନରେ ଖଇ, ନଡ଼ିଆ, କଦଳୀ, କାକୁଡ଼ି, କନ୍ଦମୂଳ, ସେଓ, ଅଙ୍ଗୁର ଓ ଖଜୁରୀ କୋଳି ଆଦି ଫଳମୂଳ ଭୋଗ ଲଗାଯାଇଥିଲା।ଏହି ପାରମ୍ପରିକ ପର୍ବକୁ ନେଇ କୁମାରୀ କନ୍ୟାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। କୁମାରୀ ଓ ନବବଧୂମାନେ ନୂତନ ବସ୍ତ୍ର ପରିଧାନ କରି ଚଉଁରା ମୂଳରେ ପୂଜା କରିବା ସହ କୁମାର ପୂର୍ଣ୍ଣିମା ବହି ଓ ଜହ୍ନି ଓଷା ବହି ପାଠ କରିଥିଲେ।ପାଟଣା ଓ ଢେଙ୍କିକୋଟ ସମେତ ଆଖପାଖ ଅଞ୍ଚଳରେ କୁମାର ପୂର୍ଣ୍ଣିମା ପର୍ବ ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଥିବା ବେଳେ ଗାଁ ଗାଁରେ ପର୍ବର ଆନନ୍ଦମୟ ପରିବେଶ ଦେଖିବାକୁ ମିଳିଥିଲା।
ଚୋରି ଓ ଡକାୟତି ରୋକିବାକୁ ତୁରୁମୁଙ୍ଗା ପୁଲିସର ଯାନବାହନ ଯାଞ୍ଚ କଡ଼ାକଡ଼ି
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୨୫/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚୋରି, ଡକାୟତି ଓ ଅନ୍ୟାନ୍ୟ ଅପରାଧ ରୋକିବା ପାଇଁ ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ ଓ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଛି। କେନ୍ଦେଇପଶି ପଞ୍ଚାୟତର ଖୁଣ୍ଟାପଡ଼ା ହନୁମାନ ଛକଠାରେ ତୁରୁମୁଙ୍ଗା ପୁଲିସ ପକ୍ଷରୁ ଏହି ଯାଞ୍ଚ ଅଭିଯାନ ଚାଲିଛି।ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଓ ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି। ଯାଞ୍ଚ ସମୟରେ ଦୁଇଚକିଆ ଓ ଚାରିଚକିଆ ଯାନର କାଗଜପତ୍ର, ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଡିକି ଓ ହେଲମେଟ ଯାଞ୍ଚ କରାଯାଉଛି। ଏଥିସହ ବାହାର ରାଜ୍ୟରୁ ଆସୁଥିବା ଚାଳକଙ୍କ ପରିଚୟପତ୍ର ଯାଞ୍ଚ କରାଯାଉଥିବା ବେଳେ ଆବଶ୍ୟକସ୍ଥଳେ ସେମାନଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରାଯାଉଛି।ରବିବାର ହନୁମାନ ଛକଠାରେ ତୁରୁମୁଙ୍ଗା ଥାନାର ଏସ୍ଆଇ ସୁଜାତା ମହାନ୍ତ ଏବଂ ଅପରାହ୍ନରେ ଏସ୍ଆଇ ଅନନ୍ତ ନାରାୟଣ ନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍ ଯାନବାହନ ଯାଞ୍ଚ କରିଥିଲେ।ବିଶେଷକରି ହନୁମାନ ଛକରୁ ଉଦୟପୁର ରାସ୍ତା, କେନ୍ଦେଇପଶିରୁ ପାଟଣା ରାସ୍ତା ଏବଂ ମୁରୁସୁଆଁରୁ କେନ୍ଦେଇପଶି ରାସ୍ତାରେ ଥିବା ଜଙ୍ଗଲ ଓ ନିଛାଟିଆ ଅଞ୍ଚଳ ଉପରେ ପୁଲିସ ନଜର ରଖିଛି। ଏହି ରାସ୍ତାଗୁଡ଼ିକରେ ପୂର୍ବରୁ ଚୋରି, ଡକାୟତି, ହତ୍ୟା ଓ ସଡ଼କ ଦୁର୍ଘଟଣା ଭଳି ଘଟଣା ଘଟିଥିବାରୁ ସମ୍ଭାବ୍ୟ ଅପରାଧକୁ ରୋକିବା ଏବଂ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବାକୁ ନିୟମିତ ଯାଞ୍ଚ ଓ ପେଟ୍ରୋଲିଂ କରାଯାଉଛି।ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ ଏହି ସୂଚନା ଦେଇଛନ୍ତି। ପୁଲିସର ଏଭଳି ଯାଞ୍ଚ ଅଭିଯାନ ଦ୍ୱାରା ଅପରାଧ ନିୟନ୍ତ୍ରଣ ହେବା ସହ ଅଞ୍ଚଳବାସୀଙ୍କ ମଧ୍ୟରେ ସୁରକ୍ଷା ଭାବନା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ପାଟଣାରେ ଆରମ୍ଭ ହେଲା ୫୬ତମ କୁମାରୋତ୍ସବ, ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାରେ ଉତ୍ସବମୁଖର ପରିବେଶ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
ପାଟଣା ଅଗ୍ନିଶମ ସେବାର ଦୁରବସ୍ଥା: ଭଙ୍ଗା-ଦଦରା ଗାଡ଼ି ଭରସାରେ ଜରୁରୀକାଳୀନ ସେବା
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୨୪/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପୁଟୁଳିଆସ୍ଥିତ ଅଗ୍ନିଶମ କେନ୍ଦ୍ରରେ ଜରାଜୀର୍ଣ୍ଣ ଗାଡ଼ି ଭରସାରେ ଚାଲିଛି ଜରୁରୀକାଳୀନ ସେବା। କେନ୍ଦ୍ରରେ ଥିବା ଏକମାତ୍ର ୪୦୭ ଅଗ୍ନିଶମ ଗାଡ଼ିଟି ଦୀର୍ଘଦିନ ଧରି ମରାମତି ଅଭାବରୁ ଜରାଜୀର୍ଣ୍ଣ ଓ ଅସୁରକ୍ଷିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।ପାଟଣା ଅଞ୍ଚଳରେ ଅଗ୍ନିକାଣ୍ଡ, ବନ୍ୟା, ବାତ୍ୟା କିମ୍ବା ସଡ଼କ ଦୁର୍ଘଟଣା ଭଳି ଜରୁରୀ ପରିସ୍ଥିତିରେ ଅଗ୍ନିଶମ ବାହିନୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏକମାତ୍ର ପୁରୁଣା ଗାଡ଼ି ଉପରେ ନିର୍ଭର କରି ସେବା ଯୋଗାଇବାକୁ ପଡ଼ୁଥିବାରୁ ଜରୁରୀକାଳୀନ ସେବାର ଗୁଣବତ୍ତା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ଏହି ଗାଡ଼ିରେ ଦୁର୍ଘଟଣାଗ୍ରସ୍ତ ଆହତ ଓ ବିପଦରେ ଥିବା ଲୋକଙ୍କୁ ମଧ୍ୟ ଡାକ୍ତରଖାନାକୁ ନିଆଯାଉଛି।ଏପରି ଗୁରୁତ୍ୱପୂର୍ଣ୍ଣ ସେବାରେ ନିୟୋଜିତ ଗାଡ଼ିର ଅବସ୍ଥା ଦୟନୀୟ ଥିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ହୋଇନଥିବା ଅଞ୍ଚଳବାସୀଙ୍କ ଅସନ୍ତୋଷର କାରଣ ପାଲଟିଛି। ଏନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।ତେଣୁ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ପାଟଣା ଅଗ୍ନିଶମ କେନ୍ଦ୍ରକୁ ଆଧୁନିକ ସୁବିଧାସମ୍ପନ୍ନ ନୂତନ ଅଗ୍ନିଶମ ଗାଡ଼ି ଯୋଗାଇଦେବା ସହ ପୁରୁଣା ଗାଡ଼ିର ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
ତଣ୍ଡୋ ନିକଟରେ ବାଇକ୍ ଦୁର୍ଘଟଣା, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
କେନ୍ଦୁଝର/ପାଟଣା, ୨୪/୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳର ତଣ୍ଡୋ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ଡୁମୁରିଆ ଗ୍ରାମ ହାତୀନୋଟା ସାହିର ତ୍ରିନାଥ ଦଳେଇଙ୍କ ପୁଅ ବିଜୟ ଓରଫ ବିଜୁ ଦଳେଇ।ସୂଚନା ଅନୁଯାୟୀ, ବିଜୟ ଗତକାଲି ରାତିରେ ନିଜ ସାଙ୍ଗମାନଙ୍କ ସହ ଭୀମକୁଣ୍ଡରେ ଭୋଜି କରିଥିଲେ। ଏହାପରେ ରାତି ପ୍ରାୟ ୧୧ଟା ପରେ ବାଇକ୍ ଯୋଗେ ନିଜ ଗ୍ରାମ ହାତୀନୋଟା ସାହିକୁ ଫେରୁଥିବା ବେଳେ ତଣ୍ଡୋ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ।ରାତି ହୋଇଥିବାରୁ ଦୁର୍ଘଟଣା ସମ୍ପର୍କରେ ତୁରନ୍ତ କାହାରି ନଜର ପଡ଼ିନଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ହିଁ ବିଜୟଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ଢେଙ୍କିକୋଟ ପୁଲିସ ବିଟ୍ର ଏଏସ୍ଆଇ କ୍ଷୀରୋଦିନୀ ନିଆଲ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।ଏହି ଘଟଣାକୁ ନେଇ ଘଟଗାଁ ଥାନାରେ କେସ୍ ନମ୍ବର ୫୩୨/୨୦୨୬ରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।