ଭୂ-ବିଜ୍ଞାନରେ ସ୍ୱାତୀ ସୂଚନାଙ୍କ କୃତିତ୍ୱ, ସ୍ୱର୍ଣ୍ଣ ପଦକରେ ସମ୍ମାନିତ
ଢେଙ୍କିକୋଟ, ୭/୯: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭୂ-ବିଜ୍ଞାନ ବିଷୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଘଟଗାଁ ବ୍ଲକ ଗଦାଧରପୁର ଗ୍ରାମର ଛାତ୍ରୀ ସ୍ୱାତୀ ସୂଚନା ବେହେରା। ୨୦୨୫-୨୬ ଶିକ୍ଷାବର୍ଷରେ ଭୂ-ବିଜ୍ଞାନରେ ୯୦.୦୫ ପ୍ରତିଶତ CGPA ହାସଲ କରି ସେ କୃତିତ୍ୱ ଅର୍ଜନ କରିଛନ୍ତି।ଏହି ସଫଳତା ପାଇଁ ସ୍ୱାତୀ ସୂଚନାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସ୍ୱର୍ଣ୍ଣ ପଦକ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଛି। ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାତୀଙ୍କୁ ସମ୍ମାନିତ କରିଥିଲେ।ସମାବର୍ତ୍ତନ ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।ସ୍ୱାତୀ ସୂଚନା ଘଟଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପିଲାଟି ଦିନରୁ ହିଁ ସେ ଜଣେ ମେଧାବୀ ଛାତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। ଭୂ-ବିଜ୍ଞାନରେ ଉଚ୍ଚ ନମ୍ବର ରଖି ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ତାଙ୍କ ସଫଳତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଖୁସି ପ୍ରକାଶ ପାଇଛି।ସ୍ୱାତୀ ସୂଚନାଙ୍କ ଏହି ସଫଳତାରେ ତାଙ୍କ ପିତା ସୁରେଶ ଚନ୍ଦ୍ର ବେହେରା ଓ ମାତା ପୂର୍ଣ୍ଣିମା ଖୁସି ବ୍ୟକ୍ତ କରିଛନ୍ତି। ଝିଅର ପରିଶ୍ରମ ଓ ମେଧାର ଏହି ସ୍ୱୀକୃତି ପରିବାର ପାଇଁ ଗର୍ବର ବିଷୟ ବୋଲି ସେମାନେ କହିଛନ୍ତି।
Tags:କେନ୍ଦୁଝର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
