ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଓଭରବ୍ରିଜ୍‌ରେ ଭୟଙ୍କର ଦୁର୍ଘଟଣା: ପରିବା ବୋଝେଇ ଟ୍ରକ୍‌ ଚାଳକ ମୃତ

News Summary

ବାଲେଶ୍ୱର ସୋର ୧୬ ନମ୍ବର ଜାତୀୟ ରାଜପଥ ଚଡ଼କମରା ଓଭରବ୍ରିଜ୍‌ରେ ଭୋର ସମୟରେ ଦୁର୍ଘଟଣା। ପରିବା ବୋଝେଇ ଟ୍ରକ୍‌ ଚାଳକଙ୍କ ମୃତ୍ୟୁ, ତଦନ୍ତ କରୁଛି ସୋର ପୁଲିସ।

ନଜର ଓଡ଼ିଶା | Nazar Odisha
ବାଲେଶ୍ୱର:୧୬/୯,ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଚଡ଼କମରା ଓଭରବ୍ରିଜ୍‌ ଉପରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପରିବା ବୋଝେଇ ଟ୍ରକ୍‌ର ଚାଳକଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ସମୟରେ ପଶ୍ଚିମବଙ୍ଗରୁ ଭଦ୍ରକ ଅଭିମୁଖେ ଏକ ପରିବା ବୋଝେଇ ଟ୍ରକ୍‌ ଯାଉଥିଲା। ଚଡ଼କମରା ଓଭରବ୍ରିଜ୍‌ ଉପରେ କୌଣସି ଏକ ଗାଡ଼ିକୁ ଟ୍ରକ୍‌ଟି ପଛରୁ ଧକ୍କା ଦେଇଥିବା ଜଣାପଡ଼ିଛି।ଦୁର୍ଘଟଣା ପରେ ସମ୍ମୁଖରେ ଥିବା ଗାଡ଼ିଟି ଘଟଣାସ୍ଥଳରୁ ଚାଲିଯାଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁସାରେ, ଓଭରବ୍ରିଜ୍‌ ଉପରେ କୌଣସି ଏକ ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ପରିବା ବୋଝେଇ ଟ୍ରକ୍‌ଟି ତାହାର ପଛପଟେ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି।ଧକ୍କା ଏତେ ଜୋରଦାର ଥିଲା ଯେ ପରିବା ବୋଝେଇ ଟ୍ରକ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଟ୍ରକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲକୁ ପଠାଇଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟିକୁ ମଧ୍ୟ ସୋର ଥାନାକୁ ନିଆଯାଇଛି।ସୋର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ସମ୍ମୁଖରେ ଥିବା ଗାଡ଼ି ସମ୍ପର୍କରେ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।