Showing posts with label ସଡ଼କ ଦୁର୍ଘଟଣା. Show all posts
Showing posts with label ସଡ଼କ ଦୁର୍ଘଟଣା. Show all posts
କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦମ୍ପତିଙ୍କ ମୃତ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର, ୨୩/୯: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବାଲିଆଗୋଡ଼ା ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଅଜଣା ଗାଡ଼ି ଧକ୍କା ଦେବା ପରେ ଘଟିଥିବା ଏହି ଦୁର୍ଘଟଣାରେ ଦମ୍ପତି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି।ମୃତକ ଦମ୍ପତି ହେଲେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ନିକଟସ୍ଥ ନୂଆଡ଼ିହ ଗ୍ରାମର କାହ୍ନୁ ଚରଣ ମହାନ୍ତ ଓ ତାଙ୍କ ପତ୍ନୀ ରଶ୍ମିରାଣୀ ମହାନ୍ତ। କାହ୍ନୁ ଚରଣ ପେଶାରେ ଜଣେ ଶିକ୍ଷକ ଥିଲେ। ସେ ରାଇସୁଆଁସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନ ଗୁରୁଜୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ପତ୍ନୀ ପରିବା ବ୍ୟବସାୟ କରୁଥିଲେ।ମିଳିଥିବା ସୂଚନା ଅନୁସାରେ, ରଶ୍ମିରାଣୀଙ୍କ ଆଖି ସମସ୍ୟା ଥିବାରୁ ତାଙ୍କୁ ଡାକ୍ତର ଦେଖାଇବା ପାଇଁ ଦମ୍ପତି ବାଇକ୍ରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ। ବାଲିଆଗୋଡ଼ା ନିକଟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି।ଧକ୍କାରେ ବାଇକ୍ଟି ରାସ୍ତାକଡ଼କୁ ଛିଟିକି ପଡ଼ିଥିବା ବେଳେ ଦମ୍ପତି ରାସ୍ତା ଉପରେ ପଡ଼ିଯାଇଥିଲେ। ଏହାପରେ ଅଜଣା ଗାଡ଼ିଟି ସେମାନଙ୍କ ଉପରେ ମାଡ଼ିଯାଇଥିବାରୁ ଦୁହିଁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଟାଉନ୍ ଥାନା ଓ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।ଏହି ଘଟଣା ପରେ ଦମ୍ପତିଙ୍କ ପୁଅ ବାପା ମାଆ ଙ୍କୁ ହରାଇ ଅନାଥ ହୋଇପଡ଼ିଛନ୍ତି। ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।କାହ୍ନୁ ଚରଣ ମହାନ୍ତଙ୍କ ଅକାଳ ବିୟୋଗରେ ରାଇସୁଆଁ ସରସ୍ୱତୀ ଶିଶୁ ମନ୍ଦିର ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସେ ଜଣେ ମେଳାପୀ, ପରୋପକାରୀ ଓ ଆଦର୍ଶ ଶିକ୍ଷକ ଭାବେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପ୍ରିୟ ଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଦମ୍ପତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।ସୂଚନାଯୋଗ୍ୟ, ୨୦ ନମ୍ବର ଜାତୀୟ ରାଜପଥର ରାଜାଉଆସ ନିକଟରୁ ପଳାଶପଙ୍ଗା ସ୍ପଞ୍ଜ ଛକ ପର୍ଯ୍ୟନ୍ତ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବାରୁ ଅନେକ ଧନଜୀବନ ହାନି ହେଉଛି। ଏହି ରାସ୍ତାରେ ଦୁର୍ଘଟଣା ରୋକିବା ପାଇଁ ନିୟମିତ ପୁଲିସ ପେଟ୍ରୋଲିଂ, ମଦ୍ୟପ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ରାସ୍ତାକଡ଼ରେ ବେଆଇନ ପାର୍କିଂ ରୋକିବା ଭଳି ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଖୋର୍ଦ୍ଧାରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରଲରକୁ ପଛରୁ ପିଟିଲା ଟ୍ରକ, ଡ୍ରାଇଭର ଓ ହେଲ୍ପର ମୃତ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଖୋର୍ଦ୍ଧା:୨୦/୯, ଭୋର ସମୟରେ ଖୋର୍ଦ୍ଧାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟାପଡ଼ା ଛକ ନିକଟ ରେଳବାଇ ଓଭରବ୍ରିଜ୍ ତଳେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରଲରକୁ ପଛରୁ ଟ୍ରକ ଧକ୍କା ଦେବାରୁ ଟ୍ରକର ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ଘଟିଛି।
ଟ୍ରଲରକୁ ପଛରୁ ଧକ୍କା ଦେଲା ଟ୍ରକ
ଖୋର୍ଦ୍ଧା SDPO ପଙ୍କଜ କୁମାର ମାଝୀଙ୍କ ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୩ଟା ସମୟରେ ଜାତୀୟ ରାଜପଥ ଉପରେ ଏକ ଟ୍ରଲର ଛିଡ଼ା ହୋଇଥିଲା। ଏହି ସମୟରେ କର୍ଣ୍ଣାଟକ ନମ୍ବର ଥିବା ଏକ ମାଲବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଟ୍ରଲରର ପଛ ପାର୍ଶ୍ୱକୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କା ଏତେ ତୀବ୍ର ଥିଲା ଯେ ଟ୍ରକର ସମ୍ମୁଖଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଟ୍ରକ ଭିତରେ ଥିବା ଡ୍ରାଇଭର ଓ ହେଲ୍ପରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଉଦ୍ଧାର କାର୍ଯ୍ୟ କରିବା ସହ ଦୁଇ ମୃତଦେହକୁ ଜବତ କରି ହସ୍ପିଟାଲକୁ ପଠାଇଛି। ତେବେ ମୃତ ଡ୍ରାଇଭର ଓ ହେଲ୍ପରଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।ଦୁର୍ଘଟଣାଗ୍ରସ୍ତ ଟ୍ରକର ନମ୍ବର KA 35 C 4577 ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଟ୍ରଲରଟି ଘଟଣାସ୍ଥଳରୁ ପଳାଇଯାଇଥିବା ସୂଚନା ମିଳିଛି।
ବେଆଇନ ପାର୍କିଂକୁ ନେଇ ବଢ଼ୁଛି ଦୁର୍ଘଟଣା ଆଶଙ୍କା
ଦୁର୍ଘଟଣା ପରେ ଟ୍ରକଟି ଜାତୀୟ ରାଜପଥ ଉପରେ ରହିଥିବାରୁ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ତୋଟାପଡ଼ା ଛକ ଅଞ୍ଚଳରେ ରାତି ସମୟରେ ବଡ଼ ବଡ଼ ଟ୍ରକ ଓ ଟ୍ରଲର ରାସ୍ତାର ଦୁଇ ପାର୍ଶ୍ୱରେ ଏବଂ ଜାତୀୟ ରାଜପଥ ଓ ସର୍ଭିସ ରୋଡ୍ ମଝିରେ ବେଆଇନ ଭାବେ ପାର୍କିଂ ହୋଇ ରହୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏହି ବେଆଇନ ପାର୍କିଂ ଯୋଗୁଁ ରାତି ସମୟରେ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଭଳି ପାର୍କିଂ ଉପରେ ପୋଲିସ, ଜାତୀୟ ରାଜପଥ ପ୍ରାଧିକରଣ, ପରିବହନ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।ଖୋର୍ଦ୍ଧା SDPO ପଙ୍କଜ କୁମାର ମାଝୀ କହିଛନ୍ତି ଯେ, ଦୁର୍ଘଟଣାରେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଘଟଣାର ତଦନ୍ତ ଚାଲିଛି। ରାସ୍ତାକଡ଼ରେ ହେଉଥିବା ବେଆଇନ ପାର୍କିଂ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଓଭରବ୍ରିଜ୍ରେ ଭୟଙ୍କର ଦୁର୍ଘଟଣା: ପରିବା ବୋଝେଇ ଟ୍ରକ୍ ଚାଳକ ମୃତ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ବାଲେଶ୍ୱର:୧୬/୯,ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଚଡ଼କମରା ଓଭରବ୍ରିଜ୍ ଉପରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପରିବା ବୋଝେଇ ଟ୍ରକ୍ର ଚାଳକଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ସମୟରେ ପଶ୍ଚିମବଙ୍ଗରୁ ଭଦ୍ରକ ଅଭିମୁଖେ ଏକ ପରିବା ବୋଝେଇ ଟ୍ରକ୍ ଯାଉଥିଲା। ଚଡ଼କମରା ଓଭରବ୍ରିଜ୍ ଉପରେ କୌଣସି ଏକ ଗାଡ଼ିକୁ ଟ୍ରକ୍ଟି ପଛରୁ ଧକ୍କା ଦେଇଥିବା ଜଣାପଡ଼ିଛି।ଦୁର୍ଘଟଣା ପରେ ସମ୍ମୁଖରେ ଥିବା ଗାଡ଼ିଟି ଘଟଣାସ୍ଥଳରୁ ଚାଲିଯାଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁସାରେ, ଓଭରବ୍ରିଜ୍ ଉପରେ କୌଣସି ଏକ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ପରିବା ବୋଝେଇ ଟ୍ରକ୍ଟି ତାହାର ପଛପଟେ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି।ଧକ୍କା ଏତେ ଜୋରଦାର ଥିଲା ଯେ ପରିବା ବୋଝେଇ ଟ୍ରକ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲକୁ ପଠାଇଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକ୍ଟିକୁ ମଧ୍ୟ ସୋର ଥାନାକୁ ନିଆଯାଇଛି।ସୋର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ସମ୍ମୁଖରେ ଥିବା ଗାଡ଼ି ସମ୍ପର୍କରେ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ଭୟାବହ ସଡ଼କ ଦୁର୍ଘଟଣାରେ ମହିଳା ମୃତ, ଧକ୍କା ଦେଇ ବିଲ ମଧ୍ୟରେ ଓଲଟିଲା ସ୍କୋଡା କାର
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ସାହାରପଡା:୧୫/୯, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ସାହାରପଡ଼ା ଫାଣ୍ଡି ଅନ୍ତର୍ଗତ ମାଟିଆଗୁନି ଗ୍ରାମ ନିକଟରେ ମଙ୍ଗଳବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ସ୍କୋଡା କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ପରେ କାରଟି ବିଲ ମଧ୍ୟରେ ଓଲଟି ପଡ଼ିଥିଲା। ମୃତ ମହିଳା ହେଲେ ମାଟିଆଗୁନି ଗ୍ରାମର ଜୁନାଇ ମୁଣ୍ଡା (୫୬)।ସୂଚନା ଅନୁଯାୟୀ, ଏକ ସ୍କୋଡା କାର ସାହାରପଡ଼ା ପଟୁ ବାରତଣିଆଁ ଅଭିମୁଖେ ଯାଉଥିଲା। ମାଟିଆଗୁନି ବାଙ୍କ ନିକଟରେ କାର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ରାସ୍ତା ପାର୍ଶ୍ୱରେ ବସିଥିବା ଜୁନାଇ ମୁଣ୍ଡାଙ୍କୁ କାରଟି ଧକ୍କା ଦେଇଥିଲା।ଧକ୍କା ଦେବା ପରେ କାରଟି ରାସ୍ତା ପାର୍ଶ୍ୱରେ ଥିବା ଏକ ସିମେଣ୍ଟ ପିଲ୍ଲରରେ ଧକ୍କା ଦେଇ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ କାର ଭିତରେ ୩ ଜଣ ଥିବା ବେଳେ ସେମାନେ ସୁରକ୍ଷିତ ଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।ଅନ୍ୟପକ୍ଷରେ, କାର ଧକ୍କାରେ ଗୁରୁତର ଆହତ ହୋଇଥିବା ଜୁନାଇ ମୁଣ୍ଡାଙ୍କୁ ସାହାରପଡ଼ା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରି କରଞ୍ଜିଆ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୋଡା କାରକୁ ଜବତ କରିଛି। ପରେ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ସ୍କୋଡା କାରଟି ବାରତଣିଆଁ ଗ୍ରାମ ନିକଟସ୍ଥ ବରବେଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ କଣ ଏବଂ କାରଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା, ସେନେଇ ପାଟଣା ପୋଲିସ ତଦନ୍ତ ଜାରି ରଖିଛି।
ଟ୍ରକ୍ ଧକ୍କାରେ ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର, କଟକ ସ୍ଥାନାନ୍ତର
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମୟୂରଭଞ୍ଜ/ରାଇରଙ୍ଗପୁର:୧୪/୯, ଗଣେଶ ପୂଜା ପାଇଁ ସ୍କୁଲ ଯାଉଥିବା ବେଳେ ଭୟାବହ ସଡ଼କ ଦୁର୍ଘଟଣାରେ ତିରିଂ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ ନନ୍ଦ ଗୁରୁତର ଆହତ ହୋଇଛନ୍ତି। ତାଙ୍କ କାର ସହ ଏକ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଆଜି ସକାଳେ ପ୍ରଧାନଶିକ୍ଷକ ରଞ୍ଜନ ନନ୍ଦ ନିଜ କାରରେ ରାଇରଙ୍ଗପୁରରୁ ତିରିଂ ଅଭିମୁଖେ ଯାଉଥିଲେ। ବହଳଦା ଥାନା ଅନ୍ତର୍ଗତ କାଦୁଆଣୀ ଗାଁ ନିକଟ ଜାତୀୟ ରାଜପଥ-୨୨୦ରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହ ତାଙ୍କ କାରର ମୁହାଁମୁହିଁ ଧକ୍କା ହୋଇଥିଲା।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରଞ୍ଜନ ନନ୍ଦଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଇରଙ୍ଗପୁରରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ଘଟଣାସ୍ଥଳରେ ବହଳଦା ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦ୍ରାପଡ଼ା/ମାର୍ଶାଘାଇ:୧୨/୯,କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପେଣ୍ଠ ଗ୍ରାମର ଜଣେ ଯୁବକଙ୍କ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି। ମୃତକ ହେଲେ ଲଲାଟ ସ୍ୱାଇଁ (୩୨)।ସୂଚନା ଅନୁସାରେ, ଲଲାଟ ଗତ ୧୪ ଅଗଷ୍ଟ ୨୦୨୬ ରାତି ପ୍ରାୟ ୮ଟା ସମୟରେ ନିଜ ବ୍ୟକ୍ତିଗତ କାମ ସାରି କେନ୍ଦ୍ରାପଡ଼ାରୁ ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ଦୁର୍ଘଟଣା ପରେ ଲଲାଟ ଘଟଣାସ୍ଥଳରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଥିଲେ। ଖବର ପାଇ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ କଟକ ବଡ଼ ଡାକ୍ତରଖାନା ଏବଂ ପରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଚିକିତ୍ସା ସତ୍ତ୍ୱେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଲଲାଟଙ୍କ ମୃତ୍ୟୁ ଘଟିଛି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।

