ଅଟୋ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର; କେନ୍ଦୁଝରରେ ସଡ଼କ ଦୁର୍ଘଟଣା
News Summary
କେନ୍ଦୁଝରର ଚିକିଣିଆ ଜିଲ୍ଲା ପାର୍କ ନିକଟରେ ଅଟୋ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର। ଘଟଗାଁ ଥାନାରେ ମାମଲା ରୁଜୁ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୯/୯: କେନ୍ଦୁଝର ଜିଲ୍ଲାରେ ଅଟୋ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ୨୦ ନମ୍ବର ଜାତୀୟ ରାଜପଥର ଚିକିଣିଆ ଜିଲ୍ଲା ପାର୍କ ନିକଟରେ ଗତକାଲି ସନ୍ଧ୍ୟାରେ ଏହି ସଡ଼କ ଦୁର୍ଘଟଣା ଘଟିଛି।ସୂଚନା ଅନୁଯାୟୀ, ଚିକିଣିଆ ଗ୍ରାମର ପ୍ରତାପ ମହାନ୍ତ (୫୬) ଓ ଯଦୁମଣୀ ମହାନ୍ତ (୫୫) ରାସ୍ତା ପାର ହେଉଥିବା ସମୟରେ ଏକ ଦ୍ରୁତଗାମୀ ଅଟୋ ସେମାନଙ୍କୁ ଧକ୍କା ଦେଇଥିଲା। ଅଟୋ ଧକ୍କାରେ ଉଭୟ ଗୁରୁତର ଆହତ ହୋଇଥିଲେ।ଦୁର୍ଘଟଣା ପରେ ଉଭୟଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୦ଟା ସମୟରେ ପ୍ରତାପ ମହାନ୍ତଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟପକ୍ଷରେ ଯଦୁମଣୀ ମହାନ୍ତଙ୍କ ହାତ ଭାଙ୍ଗିଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।ଘଟଗାଁ ଥାନାରେ ଦୁର୍ଘଟଣା ସମ୍ପର୍କିତ ମାମଲା ନମ୍ବର ୪୭୦/୨୦୨୬ ରୁଜୁ ହୋଇଛି। ଢେଙ୍କିକୋଟ ପୁଲିସ ବିଟ୍ ହାଉସ୍ ଅଧିକାରୀ ତ୍ରିନାଥ ନାଏକ କେନ୍ଦୁଝର ଯାଇ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇଥିବା ଜଣାପଡ଼ିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)