ନାବାଳିକା ଶିଶୁକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ କକା ଗିରଫ, କୋର୍ଟ ଚାଲାଣ
News Summary
କେନ୍ଦୁଝର ପାଟଣା ଥାନା ଅଞ୍ଚଳରେ ୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ କକା ସିଙ୍ଗରାୟ ଚାମ୍ପିଆ ଗିରଫ ହୋଇ କୋର୍ଟ ଚାଲାଣ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୯/୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡ଼ା ବ୍ଲକ ଅଞ୍ଚଳରେ ଜଣେ ୬ ବର୍ଷୀୟା ନାବାଳିକା ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ ତାଙ୍କ ସମ୍ପର୍କୀୟ କକାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସିଙ୍ଗରାୟ ଚାମ୍ପିଆ ଓରଫ ମୁଣ୍ଡା (୨୧)।ସୂଚନା ଅନୁଯାୟୀ, ନାବାଳିକାଙ୍କ ବାପା ଓ ମାଆ କାମ ପାଇଁ ଯଶୀପୁର ଅଞ୍ଚଳକୁ ଯାଇଥିବା ବେଳେ ଶିଶୁଟି ତାଙ୍କ ବଡ଼ ମାଆଙ୍କ ନିକଟରେ ରହୁଥିଲା। ଗତ ମଙ୍ଗଳବାର ଅଭିଯୁକ୍ତ ଚକୋଲେଟ ଓ ବିସ୍କୁଟ ଦେବାର ବାହାନା କରି ଶିଶୁଟିକୁ ଘର ପଛପଟକୁ ନେଇଥିବା ଅଭିଯୋଗ ହୋଇଛି।ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ କରାଯିବା ପରେ ପାଟଣା ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲା ନମ୍ବର ୩୨୧/୨୦୨୬ ରେ ମାମଲା ରୁଜୁ କରି ସାହାରପଡ଼ା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ଘଟଣାର ତଦନ୍ତ କରୁଥିଲେ।ପୁଲିସ ତଦନ୍ତ ପରେ ଅଭିଯୁକ୍ତ ସିଙ୍ଗରାୟ ଚାମ୍ପିଆଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହାପୂର୍ବରୁ ଅଭିଯୁକ୍ତ ଓ ପୀଡ଼ିତା ନାବାଳିକାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି।
ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ସହ ଉଦ୍ବେଗ ପ୍ରକାଶ ପାଇଛି। ମାମଲାର ତଦନ୍ତ ଜାରି ରହିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)