୨୬ ସେପ୍ଟେମ୍ବର ୨୦୨୬ ଭଦ୍ରକାଳୀ ପଞ୍ଜିକା: ତିଥି, ନକ୍ଷତ୍ର, ଯୋଗ, କରଣ ଓ ଆଜିର ରାଶିଫଳ
News Summary
୨୬ ସେପ୍ଟେମ୍ବର ୨୦୨୬ ଭଦ୍ରକାଳୀ ପଞ୍ଜିକା ଓ ଆଜିର ରାଶିଫଳ। ଜାଣନ୍ତୁ ତିଥି, ନକ୍ଷତ୍ର, ଯୋଗ, କରଣ, ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ, ଶୁଭ ସମୟ ଓ ୧୨ ରାଶିର ରାଶିଫଳ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ନଜର ଓଡ଼ିଶା: ଆଜି ୨୬ ସେପ୍ଟେମ୍ବର ୨୦୨୬, ଶନିବାର। ଜାଣନ୍ତୁ ଆଜିର ଭଦ୍ରକାଳୀ ପଞ୍ଜିକା ଅନୁସାରେ ତିଥି, ନକ୍ଷତ୍ର, ଯୋଗ, କରଣ, ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ, ଶୁଭ ସମୟ ଏବଂ ୧୨ଟି ରାଶିର ରାଶିଫଳ।
🌼 ଆଜିର ଭଦ୍ରକାଳୀ ପଞ୍ଜିକା
ତାରିଖ: ୨୬ ସେପ୍ଟେମ୍ବର ୨୦୨୬, ଶନିବାର
ଶକାବ୍ଦ: ୧୯୪୮
ସମ୍ବତ୍: ୨୦୮୩
ଦିଲ୍ଲୀଶ୍ୱରାବ୍ଦ: ୧୪୩୩
ସମ୍ବତ୍ସର: ରୌଦ୍ର
ମାସ: ଭାଦ୍ରବ
ପକ୍ଷ: ଶୁକ୍ଳପକ୍ଷ
ତିଥି: ପୂର୍ଣ୍ଣିମା, ରାତ୍ରି ୧୦ଟା ୧୮ ମିନିଟ୍ ପରେ ପ୍ରତିପଦ
ନକ୍ଷତ୍ର: ପୂର୍ବଭାଦ୍ରପଦ, ଦିବା ୧୧ଟା ୩୨ ମିନିଟ୍ ପରେ ଉତ୍ତରଭାଦ୍ରପଦ
ଚନ୍ଦ୍ର ରାଶି: ମୀନ
ଯୋଗ: ଗଣ୍ଡ
କରଣ: ବିଷ୍ଟି
ସୌରମାସ: କନ୍ୟା, ୧୦ ଦିନ
🌅 ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
ସୂର୍ଯ୍ୟୋଦୟ: ପ୍ରାତଃ ୫:୩୪:୪୨
ସୂର୍ଯ୍ୟାସ୍ତ: ସନ୍ଧ୍ୟା ୫:୩୭:୨୧
🪔 ଅନ୍ୟାନ୍ୟ ପଞ୍ଜିକା ତଥ୍ୟ
ଯୋଗିନୀ: ବାୟବ୍ୟେ, ରାତ୍ରି ୧୦ଟା ୦୮ ମିନିଟ୍ ପରେ ପୂର୍ବେ
ଘାତଚନ୍ଦ୍ର: ଧନୁ ରାଶି
ଘାତବାର: ବୃଷ, ସିଂହ ଓ କନ୍ୟା ରାଶି
ଶ୍ରାଦ୍ଧ: ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ପୁଷ୍କରଦୋଷ: ମୃତେ ଦ୍ୱିପାଦ ଏବଂ ଦିବା ୧୧ଟା ୩୨ ମିନିଟ୍ ପରେ ଏକପାଦ ପୁଷ୍କରଦୋଷ
⏰ କାଳବେଳା ଓ ବାରବେଳା
କାଳବେଳା: ଦିବା ୭:୧୧ ମଧ୍ୟରେ ଏବଂ ଦିବା ୪:୦୫ ପରେ ୫:୩୬ ମଧ୍ୟରେ
ବାରବେଳା: ଦିବା ୧:୦୮ ପରେ ୨:୪୧ ମଧ୍ୟରେ
🌺 ଶୁଭ ସମୟ
ବିଶୁଦ୍ଧ ଅମୃତ ବେଳା: ଦିବା ୭:୧୭ ପରେ ୯:୩୯ ମଧ୍ୟରେ ଏବଂ ୧୨:୦୪ ପରେ ୧:୦୭ ମଧ୍ୟରେ।
ବିଶୁଦ୍ଧ ମାହେନ୍ଦ୍ର ବେଳା: ରାତ୍ରି ୨:୨୪ ପରେ ୩:୧୧ ମଧ୍ୟରେ।
ଆଜି ଆମିଷ ଭକ୍ଷଣ ନିଷେଧ।
🌹 ଆଜିର ରାଶିଫଳ
♈ ମେଷ ରାଶି
କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହୋଇପାରନ୍ତି। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବନ୍ଧୁଙ୍କୁ ଭେଟିବାର ସୁଯୋଗ ମିଳିପାରେ। ପାରିବାରିକ ଅସହଯୋଗ ଯୋଗୁଁ କିଛି କାମ ଶେଷ ପର୍ଯ୍ୟାୟରେ ଅଟକିପାରେ। ପାରିବାରିକ ଚାପ ଯୋଗୁଁ ମାନସିକ ଭାବେ କଷ୍ଟ ଅନୁଭବ କରିପାରନ୍ତି।
♉ ବୃଷ ରାଶି
ଆଜି ମାନସିକ ଭାବେ କିଛିଟା ଅସ୍ଥିରତା ଅନୁଭବ ହୋଇପାରେ। ଆକସ୍ମିକ ଆବଶ୍ୟକତା ପୂରଣରେ କିଛି ଅସୁବିଧା ହୋଇପାରେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣ ହୋଇପାରନ୍ତି। ଅନ୍ୟର କଥାରେ ପ୍ରଭାବିତ ହୋଇ ଭୁଲ ନିଷ୍ପତ୍ତି ନନେବା ଭଲ।
♊ ମିଥୁନ ରାଶି
ବନ୍ଧୁମାନଙ୍କ ସହଯୋଗରେ ମନୋବଳ ବଢ଼ିବ। କର୍ମକ୍ଷେତ୍ରର କିଛି ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇପାରେ। ଅପେକ୍ଷା କରିଥିବା ଖବର ଆଜି ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ସହଜରେ କାମ ହାସଲ କରିବା କିଛିଟା କଷ୍ଟକର ହୋଇପାରେ।
♋ କର୍କଟ ରାଶି
ଭାବପ୍ରବଣ ହୋଇ ଅନ୍ୟଙ୍କ କଥାରେ ପ୍ରଭାବିତ ହେବାରୁ ଦୂରେଇ ରୁହନ୍ତୁ। ବନ୍ଧୁମାନଙ୍କ ମଧ୍ୟରେ ବାକ୍ ସଂଯମ ରକ୍ଷା କରିବା ଆବଶ୍ୟକ। ବ୍ୟବସାୟକୁ ନେଇ ଆଶା ଓ ଆଶଙ୍କା ଉଭୟ ରହିପାରେ। ଧୈର୍ଯ୍ୟର ସହ ନିଷ୍ପତ୍ତି ନେଲେ ଭଲ ଫଳ ମିଳିପାରେ।
♌ ସିଂହ ରାଶି
ନିକଟ ଅତୀତରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ପଡ଼ୋଶୀଙ୍କ ସହଯୋଗ ମିଳିପାରେ। କର୍ମକ୍ଷେତ୍ରରେ ଭୁଲ ଅଭିଯୋଗକୁ ନେଇ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ଖର୍ଚ୍ଚ ବଢ଼ିବା କିମ୍ବା ଯାତାୟାତ ସମସ୍ୟା ଯୋଗୁଁ ବ୍ୟସ୍ତତା ବଢ଼ିପାରେ।
♍ କନ୍ୟା ରାଶି
ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ହୋଇପାରେ। ଆଲୋଚନା ସମୟରେ ପରିବାରରେ ମତପାର୍ଥକ୍ୟ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହାତଛଡ଼ା ହୋଇପାରେ। ସାହିତ୍ୟ ଓ କଳା କ୍ଷେତ୍ରରୁ ପ୍ରଶଂସା ମିଳିପାରେ।
♎ ତୁଳା ରାଶି
ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇପାରେ। ଜିଦ୍ଖୋର ମନୋଭାବ ତ୍ୟାଗ କଲେ ଲାଭବାନ ହେବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଳମ୍ବ ହୋଇପାରେ।
♏ ବିଛା ରାଶି
ସାଧାରଣ କଥାକୁ ନେଇ ମନରେ ବିରକ୍ତି ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ମାଧ୍ୟମରେ ସମସ୍ୟାର ସରଳ ସମାଧାନ ହେବ। ପାରିବାରିକ ସମସ୍ୟା ସମାଧାନରେ ପଡ଼ୋଶୀଙ୍କ ସହଯୋଗ ମିଳିପାରେ। ଦୀର୍ଘଦିନ ଧରି ଭାବୁଥିବା କାମଟି ଆଜି ଶେଷ କରିପାରନ୍ତି।
♐ ଧନୁ ରାଶି
ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ ହୋଇପାରେ। ପ୍ରିୟଜନଙ୍କ ସହ ସମ୍ପର୍କକୁ ନେଇ ଚିନ୍ତା ବଢ଼ିପାରେ। ଭୁଲ ବୁଝାମଣା ଯୋଗୁଁ ପରିବାରରେ ମତପାର୍ଥକ୍ୟ ହୋଇପାରେ। ଯାତ୍ରାରେ ସଫଳତା ମିଳିବାର ସମ୍ଭାବନା ରହିଛି। ବିବାଦ ସମୟରେ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ।
♑ ମକର ରାଶି
ବନ୍ଧୁଙ୍କ ଆନ୍ତରିକ ପରାମର୍ଶ ଗ୍ରହଣ କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହଯୋଗରେ ସ୍ଥଗିତ କାମ ଆଗକୁ ବଢ଼ାଇପାରିବେ। ଶାନ୍ତ ଭାବରେ ପରିସ୍ଥିତିକୁ ନିରୀକ୍ଷଣ କରି ସମସ୍ୟାର ସମାଧାନ କରିପାରିବେ।
♒ କୁମ୍ଭ ରାଶି
କୌଣସି କଥାକୁ ସରଳ ଭାବରେ ଗ୍ରହଣ ନକରି ଭଲ ଭାବେ ପରୀକ୍ଷା କରି ନିଷ୍ପତ୍ତି ନେଲେ ଲାଭ ହେବ। ଅଫିସରେ ବାଦବିବାଦ ଜଟିଳ ହୋଇପାରେ, ତଥାପି ଆପଣ ସଫଳତା ହାସଲ କରିପାରିବେ। ଜମିଜମା ସମ୍ବନ୍ଧୀୟ ବ୍ୟବସାୟରେ ଉନ୍ନତି ହୋଇପାରେ। ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ମଧ୍ୟ ଭଲ ହେବ।
♓ ମୀନ ରାଶି
ଆଜି ନିଜ ଲକ୍ଷ୍ୟ ପୂରଣରେ ଜଣେ ଅଜଣା ବ୍ୟକ୍ତିଙ୍କ ସହଯୋଗ ମିଳିପାରେ। କୌଣସି କ୍ଷେତ୍ରରେ ତରବରିଆ ନିଷ୍ପତ୍ତି ନନେବା ଭଲ। ଅସମର୍ଥିତ ସୂତ୍ରରୁ ମିଳିଥିବା ଖବରକୁ ଯାଞ୍ଚ ନକରି ବିଶ୍ୱାସ କଲେ ସମସ୍ୟା ହୋଇପାରେ। ପାରିବାରିକ ଅଶାନ୍ତିରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।
ଜ୍ୟୋତିର୍ବିଦ: ଭାବଗ୍ରାହୀ ଖଡ଼ିରତ୍ନ
ଯୋଗାଯୋଗ: ୯୪୩୮୧୫୨୬୨୭
ଟିପ୍ପଣୀ: ରାଶିଫଳ ଜ୍ୟୋତିଷ ଆଧାରିତ ସାଧାରଣ ଆକଳନ। ଏହାକୁ ନିଶ୍ଚିତ ଭବିଷ୍ୟବାଣୀ ଭାବେ ନେବା ଉଚିତ ନୁହେଁ।
Tags:ରାଶିଫଳ
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)