ଭଦ୍ରକାଳୀ ପଞ୍ଜିକା | ଆଜିର ଓଡ଼ିଆ ପଞ୍ଜିକା ଓ ଦୈନିକ ରାଶିଫଳ
କାର୍ତ୍ତିକ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ସୋମବାର ୨ ନଭେମ୍ବର ୨୦୨୬। ଆଜି ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି କିପରି ରହିବ, କେଉଁ ରାଶିର ଭାଗ୍ୟ ଉଜ୍ଜ୍ୱଳ ରହିବ ଏବଂ କେଉଁ ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡ଼ିବ, ଆସନ୍ତୁ ଜାଣିବା ଆଜିର ରାଶିଫଳ।
ଆଜିର ପଞ୍ଜିକା – ୨ ନଭେମ୍ବର ୨୦୨୬
- ବାର: ସୋମବାର
- ଶକାବ୍ଦ: ୧୯୪୮
- ସମ୍ବତ୍: ୨୦୮୩
- ସମ୍ବତ୍ସର: ରୌଦ୍ର
- ମାସ: କାର୍ତ୍ତିକ
- ପକ୍ଷ: କୃଷ୍ଣପକ୍ଷ
- ତିଥି: ଅଷ୍ଟମୀ, ଦିବା ୧ଟା ୧୦ ପରେ ନବମୀ
- ନକ୍ଷତ୍ର: ଅଶ୍ଳେଷା, ରାତି ୩ଟା ୪୬ ପରେ ମଘା
- ଯୋଗ: ଶୁଭ
- କରଣ: କୌଳବ
- ସୂର୍ଯ୍ୟୋଦୟ: ପ୍ରାତଃ ୫ଟା ୪୭ ମିନିଟ୍
- ସୂର୍ଯ୍ୟାସ୍ତ: ସନ୍ଧ୍ୟା ୫ଟା ୮ ମିନିଟ୍
ଶୁଭ ଓ ଅଶୁଭ ସମୟ
କାଳବେଳା: ଦିବା ୭ଟା ୧୫ରୁ ୮ଟା ୪୧ ମଧ୍ୟରେ।
ବାରବେଳା: ଦିବା ୨ଟା ୨୦ରୁ ୩ଟା ୪୫ ମଧ୍ୟରେ।
ବିଶୁଦ୍ଧ ଅମୃତବେଳା: ଦିବା ୭ଟା ୧୪ ପୂର୍ବରୁ, ସକାଳ ୯ଟା ୬ରୁ ୧୧ଟା ୨୮ ମଧ୍ୟରେ ଏବଂ ରାତି ୭ଟା ୪୦ରୁ ୧୦ଟା ୫୩ ମଧ୍ୟରେ।
ଘାତବାର: ମିଥୁନ ରାଶି।
ଘାତଚନ୍ଦ୍ର: କର୍କଟ ଓ ମକର ରାଶି।
ଭକ୍ଷଣ ନିଷେଧ: ଦିବା ୧ଟା ୧୦ ପରେ ଲାଉ ଭକ୍ଷଣ ନିଷେଧ।
ଆଜିର ୧୨ ରାଶିର ରାଶିଫଳ
ମେଷ: ଆଜି ଆପଣଙ୍କ ମନସ୍କାମନା ପୂରଣ ହେବାର ସୁଯୋଗ ରହିଛି। ଦେବଦର୍ଶନର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। କର୍ମକ୍ଷେତ୍ରରେ ବାଧାବିଘ୍ନ କମିବା ସହ ବିରୋଧୀଙ୍କ ଉଦ୍ୟମ ବିଫଳ ହେବ।
ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ କାର୍ଯ୍ୟରେ ସେବା କରିବାର ସୁଯୋଗ ପାଇବେ। ବ୍ୟବସାୟରେ ଲାଭ ହେବା ସହ ଅଫିସରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ମିଳିପାରେ।
ମିଥୁନ: ଆଜି ହଠାତ୍ କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ। କର୍ମକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ବନ୍ଧୁଙ୍କଠାରୁ ଶୁଭ ଖବର ପାଇବେ ଏବଂ ବଡ଼ ବ୍ୟବସାୟିକ ସୁଯୋଗ ମିଳିପାରେ।
କର୍କଟ: ଆଜି ଆପଣଙ୍କ ପାଇଁ ଶୁଭ ସମୟ ରହିଛି। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିପାରେ। ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରଭାବ କମିବ। ଯୌଥ ବ୍ୟବସାୟରୁ ଲାଭ ମିଳିବା ସହ ପ୍ରେମ ସମ୍ପର୍କରେ ସଫଳତା ମିଳିପାରେ।
ସିଂହ: ମନରେ କିଛି ଦ୍ୱନ୍ଦ୍ୱ ରହିପାରେ, କିନ୍ତୁ ଆପଣଙ୍କ ବ୍ୟବହାର ମଧୁର ରହିବ। ପୁରୁଣା ସମସ୍ୟାର ସମାଧାନ ପାଇଁ ଦିନଟି ଅନୁକୂଳ। ଅନ୍ୟମାନଙ୍କଠାରୁ ସହଯୋଗ ମିଳିବ। ମହିଳାମାନେ ଘରୋଇ ଜିନିଷପତ୍ର କିଣାକିଣିରେ ବ୍ୟସ୍ତ ରହିପାରନ୍ତି।
କନ୍ୟା: ଆଜି ମନରେ ଅଶାନ୍ତି ରହିପାରେ, କିନ୍ତୁ ସୃଜନଶୀଳ ଚିନ୍ତାଧାରା ବଢ଼ିବ। ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ମଧୁର ହେବ। ନୂଆ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ।
ତୁଳା: ଆଜି ନୂଆ ଆହ୍ୱାନର ସାମ୍ନା କରିବାକୁ ପଡ଼ିପାରେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ବ୍ୟବସାୟୀଙ୍କ ପାଇଁ ବଡ଼ ଚୁକ୍ତିର ସୁଯୋଗ ରହିଛି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରକୁ ଅତିଥି ଆସିପାରନ୍ତି।
ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ସୁଖଦ ପରିବେଶ ରହିବ। ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଯୋଗାଯୋଗ ହୋଇପାରେ।
ଧନୁ: ଆଜି ସତର୍କତାର ସହ କାର୍ଯ୍ୟ କଲେ ଲାଭ ପାଇବେ। ବ୍ୟସ୍ତତା ମଧ୍ୟରେ ନିଜ ପାଇଁ ସମୟ ବାହାର କରିପାରିବେ। ନୂଆ ବନ୍ଧୁତା ସୃଷ୍ଟି ହେବ। ପରିବାର ସମ୍ବନ୍ଧୀୟ କାର୍ଯ୍ୟ ସମ୍ପନ୍ନ ହୋଇପାରେ।
ମକର: ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ନୂଆ ଯୋଜନା କରିବେ ଏବଂ ସେଥିରୁ ଲାଭ ପାଇପାରନ୍ତି। ପ୍ରେମ ସମ୍ପର୍କ ଓ ବ୍ୟବସାୟରେ ସଫଳତାର ଯୋଗ ରହିଛି।
କୁମ୍ଭ: ଆଜି ଦିନଟି ମିଶ୍ରିତ ଫଳ ଦେଇପାରେ। ବ୍ୟବସାୟରେ ଶେଷ ହେବାକୁ ଯାଉଥିବା କାମରେ ବାଧା ଉପୁଜିପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପରିବାର ଓ ଜୀବନସାଥୀଙ୍କଠାରୁ ଖୁସି ପାଇବେ।
ମୀନ: ଆଜି ଆପଣଙ୍କ ନିଷ୍ପତ୍ତିରୁ ଲାଭ ମିଳିପାରେ। ଅଫିସରେ ଲାଗି ରହିଥିବା ଅବ୍ୟବସ୍ଥାର ସମାଧାନ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ପ୍ରେମ ସମ୍ପର୍କରେ ମଧୁରତା ଓ ସ୍ୱୀକୃତି ମିଳିପାରେ।
ଜ୍ୟୋତିର୍ବିଦ: ଭାବଗ୍ରାହୀ ଖଡ଼ିରତ୍ନ
ଯୋଗାଯୋଗ: ୯୪୩୮୧୫୨୬୨୭
ବିଶେଷ ସୂଚନା: ଏହି ରାଶିଫଳ ପାରମ୍ପରିକ ଜ୍ୟୋତିଷ ଆଧାରିତ ଏକ ସାଧାରଣ ଆକଳନ। ଏହାକୁ ନିଶ୍ଚିତ ଭବିଷ୍ୟବାଣୀ ଭାବେ ଗ୍ରହଣ କରନ୍ତୁ ନାହିଁ।
ଅଧିକ ଖବର ଓ ଦୈନିକ ରାଶିଫଳ ପାଇଁ ପଢ଼ୁଥାନ୍ତୁ – ନଜର ଓଡ଼ିଶା।
www.nazarodisha.com