ପାଟଣା, ୮/୯ : ନାଁ ଭତୃହରି ମହାନ୍ତ। କିନ୍ତୁ ଏହି ନାଁରେ ତାଙ୍କୁ ଜାଣୁଥିବା ଲୋକଙ୍କ ସଂଖ୍ୟା ଯେତିକି, ‘ଭୂତ ଭାଇ’ ନାଁରେ ଜାଣୁଥିବା ଲୋକଙ୍କ ସଂଖ୍ୟା ବୋଧହୁଏ ତା’ଠାରୁ ଅଧିକ। ପାଟଣା ଅଞ୍ଚଳରୁ କେନ୍ଦୁଝର ଜିଲ୍ଲା, ଏପରିକି ଜିଲ୍ଲା ବାହାରେ ମଧ୍ୟ ‘ଭୂତ ଭାଇ’ ନାଁଟି ତାଙ୍କର ଏକ ନିଆରା ପରିଚୟ ପାଲଟିଛି।ନିଆରା ହେୟାର ଷ୍ଟାଇଲ୍, ଭିନ୍ନ ଢଙ୍ଗର କଥାବାର୍ତ୍ତା ଏବଂ ବାଇକ୍ରେ ବଡ଼ ଅକ୍ଷରରେ ଲେଖା ‘ଭୂତ ଭାଇ’। ତାଙ୍କୁ ଦେଖିଲେ ଥରେ ନଜର ଅଟକିଯିବା ସ୍ୱାଭାବିକ। ତେବେ ଏହି ନିଆରା ଷ୍ଟାଇଲ୍ ପଛରେ ଲୁଚିଛି ଜଣେ ଅତ୍ୟନ୍ତ ସରଳ, ମେଳାପୀ ଓ ଭଦ୍ର ମଣିଷଙ୍କ ଚେହେରା।
☕ ଖବର ଖୋଜୁ ଖୋଜୁ ‘ଭୂତ ଭାଇ’ଙ୍କ ଉପରେ ପଡ଼ିଲା ନଜର
ପାଟଣା ମୁଖ୍ୟାଳୟରେ ଖବର ସଂଗ୍ରହ କରୁଥିବା ସମୟରେ ହଠାତ୍ ଆମ ନଜର ଓଡ଼ିଶା ଟିମ୍ର ନଜର ପଡ଼ିଥିଲା ଏହି ନିଆରା ମଣିଷଙ୍କ ଉପରେ।
ଆମର ଟ୍ୟାଗ୍ଲାଇନ୍—“ଓଡ଼ିଶାର ପ୍ରତିଟି ଖବର ଉପରେ ନଜର”।
ତେଣୁ ଯେତେବେଳେ ‘ଭୂତ ଭାଇ’ ନଜରରେ ପଡ଼ିଗଲେ, ତାଙ୍କୁ ନଜରଅନ୍ଦାଜ କରି ଚାଲିଯିବା କେମିତି ସମ୍ଭବ! ଖବର ଖୋଜୁ ଖୋଜୁ ଆରମ୍ଭ ହେଲା ଏକ ନିଆରା ସାକ୍ଷାତ, ଆଉ ସେହି ସାକ୍ଷାତ ପରେ ଜମିଗଲା ଚା’ ଖଟି।ଭୂତ ଭାଇ’ ଆମ ଟିମ୍କୁ ସାଦର ସମ୍ମାନ ଜଣାଇବା ସହ ଚା’ ପିଇବାକୁ ଦେଇଥିଲେ। ଚା’ କପ୍ରୁ ଉଠୁଥିବା ଧୂଆଁ ସାଙ୍ଗକୁ ଜମିଥିଲା ଗପସପ। କିଛି ସମୟର ଏହି ଖଟିରେ ତାଙ୍କ ଜୀବନ, ବ୍ୟକ୍ତିତ୍ୱ ଓ ଲୋକଙ୍କ ସହ ତାଙ୍କ ସମ୍ପର୍କର ଅନେକ କଥା ସାମ୍ନାକୁ ଆସିଥିଲା।
👻 ‘ଭୂତ ଭାଇ’ ନାଁଟି କେମିତି ହେଲା ପରିଚୟ?
କପୁଣ୍ଡି ନିକଟବର୍ତ୍ତୀ ମିରିଗିଖୋଜୀ ଗ୍ରାମ ପଞ୍ଚାୟତ ଅଞ୍ଚଳର ଭତୃହରି ମହାନ୍ତଙ୍କୁ ଲୋକେ ସ୍ନେହରେ ‘ଭୂତ ଭାଇ’ ବୋଲି ଡାକନ୍ତି। ତାଙ୍କ ହେୟାର ଷ୍ଟାଇଲ୍, କଥାବାର୍ତ୍ତା ଓ ନିଆରା ଚାଲିଚଳଣ ହିଁ ତାଙ୍କୁ ଏକ ଅଲଗା ପରିଚୟ ଦେଇଛି।
ବାଇକ୍ରେ ବି ଲେଖା ରହିଛି—‘ଭୂତ ଭାଇ’।
ଫଳରେ ରାସ୍ତାରେ ବାଇକ୍ ଧରି ଯାଉଥିବା ବେଳେ ଦୂରରୁ ମଧ୍ୟ ଲୋକେ ଚିହ୍ନି ଯାଆନ୍ତି—ଆରେ, ଏ ତ ‘ଭୂତ ଭାଇ’!ଏଠି ସେଠି ସବୁଠି ଭୂତ ଭାଇ, ବାଇକ୍ ଧରି ବୁଲନ୍ତି ଘାଇଁ ଘାଇଁ। ଏହି ନିଆରା ଷ୍ଟାଇଲ୍ ହିଁ ତାଙ୍କୁ ଲୋକଙ୍କ ମଧ୍ୟରେ ଚର୍ଚ୍ଚିତ କରିଛି।
❤️ ନାଁ ଭୂତ, ହେଲେ ହୃଦୟ ମଣିଷପଣିଆରେ ଭରା
‘ଭୂତ ଭାଇ’ ନାଁଟି ଶୁଣିଲେ ହୁଏତ ମନରେ ଏକ ଅଲଗା ଚିତ୍ର ଆସିପାରେ। କିନ୍ତୁ ତାଙ୍କୁ ନିକଟରୁ ଭେଟିଲେ ଜଣାପଡ଼େ, ନାଁ ଯେତେ ନିଆରା, ମଣିଷଟି ସେତେ ଆପଣାର।ଭତୃହରି ମହାନ୍ତ ଅଞ୍ଚଳରେ ଜଣେ ସମାଜସେବୀ ଓ ମେଳାପୀ ମଣିଷ ଭାବରେ ପରିଚିତ। ଲୋକଙ୍କ ସୁଖରେ ସାମିଲ ହେବା ହେଉ କି ଦୁଃଖ ସମୟରେ ପାଖରେ ଛିଡ଼ା ହେବା—ସେ ସବୁବେଳେ ଲୋକଙ୍କ ସହ ରହିବାକୁ ପସନ୍ଦ କରନ୍ତି।
ସେଥିପାଇଁ ତାଙ୍କ ପରିଚୟ କେବଳ ‘ଭୂତ ଭାଇ’ରେ ସୀମିତ ନୁହେଁ। ତାଙ୍କ ମିଳାମିଶା ସ୍ୱଭାବ ଓ ମଣିଷଙ୍କ ପ୍ରତି ଭଲପାଇବା ପାଇଁ ସେ ଅନେକଙ୍କ ହୃଦୟରେ ନିଜର ଏକ ସ୍ଥାନ କରିପାରିଛନ୍ତି।
📸 ଆମ ନଜରରେ ଆସିଥିବା ଏକ ନିଆରା କାହାଣୀ
ପାଟଣା ମୁଖ୍ୟାଳୟରେ ଘଟିଥିବା ଏହି ଛୋଟ ସାକ୍ଷାତ ହୁଏତ କିଛି ମିନିଟ୍ର ଥିଲା, କିନ୍ତୁ ଏହା ଆମ ସାମ୍ନାରେ ଖୋଲିଦେଇଥିଲା ଜଣେ ନିଆରା ମଣିଷଙ୍କ ଜୀବନର ଏକ ଛୋଟ ଅଧ୍ୟାୟ।ନାଁ ‘ଭୂତ ଭାଇ’, ଷ୍ଟାଇଲ୍ ନିଆରା, ବାଇକ୍ ବି ନିଆରା; ହେଲେ ହୃଦୟଟି ଖୁବ୍ ସରଳ ଓ ଆପଣାର।
ଆଉ ଏହି ଘଟଣା ହୁଏତ ପୁଣିଥରେ ମନେ ପକାଇଦିଏ—
ପରିଚୟ କେବଳ ନାଁ କିମ୍ବା ଷ୍ଟାଇଲ୍ରେ ନୁହେଁ, ଜଣେ ମଣିଷର ପ୍ରକୃତ ପରିଚୟ ତାଙ୍କ ମଣିଷପଣିଆରେ।
