ଛୁରୀରେ ସ୍ତ୍ରୀଙ୍କ ବେକ କାଟିଲା ସ୍ୱାମୀ: ଗୁରୁତର ଅବସ୍ଥାରେ ମହିଳା ଡାକ୍ତରଖାନାରେ ଭର୍ତ୍ତି
By Nazar Odisha Team|📅 September 13, 2026
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ବଗଡିହା ଛକ ନିକଟରେ ରବିବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ବ୍ୟକ୍ତି ଧାରୁଆ ଛୁରୀରେ ନିଜ ସ୍ତ୍ରୀଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ଶୂଳିଆପଦା ଥାନା ଅନ୍ତର୍ଗତ ଗଉଡୁଣୀ ଡୁବା ଗ୍ରାମର ଗୁରା ନାଏକଙ୍କ ୪୫ ବର୍ଷୀୟ ପୁଅ କଟିଆ ନାୟକ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ନାଏକ ବଗଡିହା ଛକ ନିକଟରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ କୌଣସି କାରଣକୁ ନେଇ କଟିଆ ହଠାତ୍ ଉତ୍ତେଜିତ ହୋଇ ଧାରୁଆ ଅସ୍ତ୍ରରେ ସୁକାନ୍ତିଙ୍କ ବେକରେ ଆକ୍ରମଣ କରିଥିବା ଜଣାପଡ଼ିଛି।ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସୁକାନ୍ତି ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରି ସ୍ଥାନୀୟ ଲୋକଙ୍କ ନିକଟକୁ ଦୌଡ଼ି ଯାଇ ଜୀବନ ବଞ୍ଚାଇବାକୁ ସହାୟତା ମାଗିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ତାଙ୍କ ବେକରେ ଚାଦର ବାନ୍ଧି ରକ୍ତସ୍ରାବ ରୋକିବା ସହ ଉଦ୍ଧାର କରିଥିଲେ।ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ସୁକାନ୍ତିଙ୍କ ଚିକିତ୍ସା ଜାରି ରହିଛି।ଘଟଣାର ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଅଭିଯୁକ୍ତ ସ୍ୱାମୀ କଟିଆ ନାୟକଙ୍କୁ ଅଟକ ରଖି ଘଟଣାର କାରଣ ଓ ପୂରା ପରିସ୍ଥିତି ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ବଗଡିହା ଛକ ଓ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
News Summary:
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ବଗଡିହା ଛକ ନିକଟରେ ରବିବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ବ୍ୟକ୍ତି ଧାରୁଆ ଛୁରୀରେ ନିଜ ସ୍ତ୍ରୀଙ୍କ...
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
