ଗାମ୍ଭରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା
By Nazar Odisha Team|📅 September 13, 2026
କେନ୍ଦୁଝର/ଚମ୍ପୁଆ ୧୩/୯: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଗାମ୍ଭରିଆ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରକୁ ପଶି ତାଣ୍ଡବ ରଚିବା ସହ ଏକ ଗୋଠଛଡ଼ା ଦନ୍ତା ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି।ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ହାତୀପଲ ହଠାତ୍ ଗାମ୍ଭରିଆ ଗାଁ ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଏକ ଗୋଠଛଡ଼ା ଦନ୍ତା ଘରଦ୍ୱାର ଭାଙ୍ଗିବା ସହ ଘରେ ଥିବା ବିଭିନ୍ନ ଜିନିଷପତ୍ର ନଷ୍ଟ କରିଥିଲା।ଦନ୍ତାଟି ଘରେ ରଖାଯାଇଥିବା ଧାନ ଓ ଚାଉଳ ଖାଇବା ସହ ଘର ଆଖପାଖରେ ଥିବା ପନିପରିବା ନଷ୍ଟ କରିଥିବା ଜଣାପଡ଼ିଛି। ହାତୀପଲଙ୍କ ଏଭଳି ଉପଦ୍ରବ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବାରୁ ଲୋକଙ୍କ ଧନଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଏନେଇ ବନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ହାତୀପଲଙ୍କୁ ଗାଁଠାରୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ପରିବାରକୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
News Summary:
କେନ୍ଦୁଝର/ଚମ୍ପୁଆ ୧୩/୯: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଗାମ୍ଭରିଆ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ହାତୀପଲ ଗାଁ ଭି...
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
