ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ଜିଲ୍ଲା ଉପସଭାପତି ରମେଶ ପଲେଇଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା
By Nazar Odisha Team|📅 September 13, 2026
କେନ୍ଦୁଝର, ୧୩/୦୯: କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ବାସଭବନ ସଂଲଗ୍ନ କାର୍ଯ୍ୟାଳୟ ପରିସରରେ ରବିବାର ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ପଣ୍ଡାପଡ଼ା ଅଞ୍ଚଳର ବିଜେଡିର ପୂର୍ବତନ ଜିଲ୍ଲା ଉପସଭାପତି ତଥା ପୂର୍ବତନ ଘଟଗାଁ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ପଲେଇଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦେଇଛନ୍ତି।ସାଂସଦ ପ୍ରତିନିଧି ଅଖିଳ ପାତ୍ର ଓ ଢେଙ୍କିକୋଟ ମଣ୍ଡଳ ସଭାପତି ସଞ୍ଜିତ ନାୟକଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ପଣ୍ଡାପଡ଼ା ମଣ୍ଡଳ ସଭାପତି ଶାନ୍ତନୁ କୁମାର ଖିଲାର ମଧ୍ୟ ଏଥିରେ ଉପସ୍ଥିତ ଥିଲେ।ଏହି ଅବସରରେ ବସନ୍ତପୁର ପଞ୍ଚାୟତର ବିଜେଡି ସଭାପତି ଗଣେଶ୍ୱର ମହାନ୍ତଙ୍କ ସମେତ ସନ୍ତୋଷ ସାହୁ, ରତିକାନ୍ତ ମହାନ୍ତ, ସତ୍ୟବ୍ରତ ମହାନ୍ତ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ।ନୂତନ ଭାବେ ବିଜେପିରେ ଯୋଗଦେଇଥିବା କାର୍ଯ୍ୟକର୍ତ୍ତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି, ଆଦର୍ଶ ଓ ଜନକଲ୍ୟାଣକାରୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଦଳରେ ଯୋଗଦେଇଥିବା କହିଥିଲେ।ଏହି ଅବସରରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ନୂତନ ସାଥୀମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ବିଜେପିକୁ ସ୍ୱାଗତ କରିଥିଲେ।
News Summary:
କେନ୍ଦୁଝର, ୧୩/୦୯: କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ବାସଭବନ ସଂଲଗ୍ନ କାର୍ଯ୍ୟାଳୟ ପରିସରରେ ରବିବାର ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମି...
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
