କ୍ଷେତ୍ରୀୟ ଆଥଲେଟିକ୍ସରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା, ୨ ଛାତ୍ରୀ ପ୍ରଥମ
ପାଟଣା: ୧/୯ (ବ୍ୟୁରୋ ରିପୋର୍ଟ)ପଶ୍ଚିମବଙ୍ଗର କେଶିଆଡ଼ିଠାରେ ଅନୁଷ୍ଠିତ କ୍ଷେତ୍ରୀୟ ଆଥଲେଟିକ୍ସ ପ୍ରତିଯୋଗିତାରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।ନବମ ଶ୍ରେଣୀର ଛାତ୍ରୀ ଅର୍ଚ୍ଚିତା ସିଂହ ୩ ହଜାର ମିଟର ଦୌଡ଼ରେ ଏବଂ ଦଶମ ଶ୍ରେଣୀର ଲିକି ରାଣୀ ମହାନ୍ତ ୮୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଦୁଇ ଛାତ୍ରୀଙ୍କ ସଫଳତା ବିଦ୍ୟାଳୟ ପାଇଁ ଗୌରବ ଆଣିଛି।ଏହି ସଫଳତା ପରେ ବିଦ୍ୟାଳୟ ପକ୍ଷରୁ ଦୁଇ କୃତୀ ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟାଳୟର ସମ୍ପାଦକ ଅଶୋକ କୁମାର ସାହୁ, ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ଓ ଶାରୀରିକ ପ୍ରମୁଖ ସୁରେଶ ଚନ୍ଦ୍ର ମହାନ୍ତଙ୍କ ଉପସ୍ଥିତିରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା।ଉଲ୍ଲେଖନୀୟ ଯେ, ଅର୍ଚ୍ଚିତା ସିଂହ ଓ ଲିକି ରାଣୀ ମହାନ୍ତ ଆଗାମୀ ଦିନରେ ଉତ୍ତରପ୍ରଦେଶର ଗାଜିୟାବାଦ ନେହେରୁ ନଗରଠାରେ ହେବାକୁ ଥିବା ଅଖିଳ ଭାରତୀୟ ଖେଳକୁଦ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।ଦୁଇ ଛାତ୍ରୀଙ୍କ ଏହି ସଫଳତାରେ ବିଦ୍ୟାଳୟ ପରିବାର ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଦ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
