ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NDRF ଟିମ୍; ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶିକ୍ଷଣ
ଘଟଗାଁ, ୧/୯ (ବ୍ୟୁରୋ ରିପୋର୍ଟ): ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଛି।ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF), କଟକ ଶାଖା ଏବଂ ବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS)ର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ସ୍ୱେଚ୍ଛାସେବୀ ଓଛାତ୍ରଛାତ୍ରୀମାନଙ୍କୁ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ କିପରି ସହାୟତା କରିହେବ, ସେନେଇ ବିଭିନ୍ନ କୌଶଳ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।NDRF କମାଣ୍ଡର ରାଜୀବ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଟିମ୍ର ସଦସ୍ୟମାନେ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ପ୍ରାୟୋଗିକ କୌଶଳ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଏହି କୌଶଳଗୁଡ଼ିକୁ ଆଗ୍ରହର ସହ ଅଭ୍ୟାସ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ NDRF ଟିମ୍ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାଜର ମଙ୍ଗଳରେ ସହାୟକ ହେବ ବୋଲି କହିଥିଲେ।ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଅଲେଖ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
