🌹🌼👉ଭଦ୍ରକାଳୀ ପଞ୍ଜିକା👈🌼🌹 ✧═════•❁❀❁•═════✧
ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ୨୦୨୬ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୮
ସମ୍ବତ୍ -୨୦୮୩
ଦିଲ୍ଲୀଶ୍ବରାବ୍ଦ -୧୪୩୩
ସମ୍ବତ୍ସର- ରୌଦ୍ର
ଭାଦ୍ରବମାସ- ଶୁକ୍ଳପକ୍ଷ
ତିଥି- ଏକାଦଶୀ ରାତ୍ରି ଘ୦୯/୪୩ ଗତେ ଦ୍ୱାଦଶୀ
ନକ୍ଷତ୍ର- ଉତ୍ତରାଷାଢ଼। ଦିବା ଘ୦୭/୦୬ ଗତେ ଶ୍ରବଣ।
ଚନ୍ଦ୍ର- ମକର
ଯୋଗ- ଅତିଗଣ୍ଡ
କରଣ - ବାଣିଜ୍ୟ
ସୌରମାସ- କନ୍ୟା ୦୬ ଦିନ
✧═════•❁❀❁•════✧
ସୂର୍ୟୋଦୟ- ପ୍ରାତଃ ଘ୦୫/୩୩/୧୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୪୧
✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୯/୪୩ ଗତେ ନୈରୁତେ
ମକର ରାଶିର ଘାତବାର
ସିଂହ ରାଶି ର ଘାତଚନ୍ଦ୍ର
ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୃତେ ଦ୍ଵୀ ପାଦ ଦିବା ଘ୦୭/୦୬ ଗତେ ଏକପାଦ ଓ ରାତ୍ରି ଘ୦୯/୪୩ ଗତେ ଦ୍ଵୀପ।ଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା-ଦିବା ଘ୦୧/୦୬ ଗତେ ଘ୦୨/୪୦ ମଧ୍ୟେ
ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୪ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୭ ମଧ୍ୟେ ଓ ଘ୦୮/୪୫ ଗତେ ଘ୧୧/୧୭ ମଧ୍ୟେ ଓ ରାତ୍ରି ଘ୦୮/୦୪ ଗତେ ଘ୦୮/୫୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୬/୦୪ ଗତେ ଘ୦୮/୦୩ ମଧ୍ୟେ
═✧══•❁❀❁•════✧
ଅଦ୍ୟ ଶିମ୍ବ ରାତ୍ରି ଘ୦୯/୪୩ ଗତେ ପୋଇ ଭକ୍ଷଣ ନିଷେଧ
✧═════•❁❀❁•═════✧
🌼🌹🌹꧁ରାଶିଫଳ꧂🌹🌹🌼 ✧═════•❁❀❁•═════✧
🌹🌹ମେଷ : 👉ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
✧═════•❁❀❁•═════✧
🌹🌹ବୃଷ :👉 ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
✧═════•❁❀❁•═════✧
🌹🌹ମିଥୁନ : 👉ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
✧═════•❁❀❁•═════✧
🌹🌹କର୍କଟ : 👉ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
✧═════•❁❀❁•═════✧
🌹🌹ସିଂହ :👉 ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
✧═════•❁❀❁•═════✧
🌹🌹କନ୍ୟା : 👉ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
✧═════•❁❀❁•═════✧
🌹🌹ତୁଳା : 👉ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।
✧═════•❁❀❁•═════✧
🌹🌹ବିଛା : 👉ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
✧═════•❁❀❁•═════✧
🌹🌹ଧନୁ : 👉ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
✧═════•❁❀❁•═════✧
🌹🌹ମକର :👉 ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
✧═════•❁❀❁•═════✧
🌹🌹କୁମ୍ଭ :👉 ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
✧═════•❁❀❁•═════✧
🌹🌹ମୀନ : 👉ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।
✧═════•❁❀❁•═════✧
ଜ୍ୟୋତିର୍ବିଦ:ଭାବଗ୍ରାହୀ ଖଡିରତ୍ନ
ଯୋଗାଯୋଗ:୯୪୩୮୧୫୨୬୨୭
ଆଜିର ରାଶିଫଳ ୨୨ ସେପ୍ଟେମ୍ବର ୨୦୨୬: ଜାଣନ୍ତୁ ୧୨ ରାଶିର ଭବିଷ୍ୟଫଳ, ପଞ୍ଜିକା ଓ ଶୁଭ ସମୟ
News Summary
୨୨ ସେପ୍ଟେମ୍ବର ୨୦୨୬ ଭଦ୍ରକାଳୀ ପଞ୍ଜିକା, ତିଥି, ନକ୍ଷତ୍ର, ଯୋଗ, ଶୁଭ ସମୟ ଓ ୧୨ ରାଶିର ଆଜିର ରାଶିଫଳ ଜାଣନ୍ତୁ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)