ପାଟଣା: ୩/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆସ୍ଥିତ ଭିମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ବାହିନୀ ପକ୍ଷରୁ ତାଲିମ ଓ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ର ମାର୍ଗଦର୍ଶକ ଅଧ୍ୟାପକ ସନ୍ତୋଷ କୁମାର ସେନାପତି ସଂଯୋଜନା କରିଥିଲେ। ସେ ରେଡକ୍ରସ୍ର ଇତିହାସ, ଲକ୍ଷ୍ୟ, ନୀତି ଓ ସ୍ୱେଚ୍ଛାସେବୀଙ୍କ ଭୂମିକା ସମ୍ପର୍କରେ ଗୀତ ପରିବେଷଣ ମାଧ୍ୟମରେ ସ୍ୱେଚ୍ଛାସେବୀମାନଙ୍କୁ ସଚେତନ କରାଇଥିଲେ।ସମ୍ମାନିତ ଅତିଥି ଭାବେ ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍ ମାର୍ଗଦର୍ଶିକା ତୃପ୍ତିମୟୀ ବାରିକ ଯୋଗଦେଇଥିଲେ। ରେଡକ୍ରସ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡକ୍ରସ୍ ସଂଯୋଜକ ତଥା କେନ୍ଦୁଝର ଜିଲ୍ଲା ରକ୍ତଦାତା ପରିବାରର ପ୍ରତିଷ୍ଠାତା ଅଧ୍ୟାପକ ହିମାଂଶୁ ଶେଖର ମହାନ୍ତ ଯୋଗଦେଇ ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ସେ ନୂତନ ରକ୍ତଦାତା ସୃଷ୍ଟି କରିବା ସହ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ‘ହର ଘର ରକ୍ତଦାତା’ ସୃଷ୍ଟି କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷା ବିଭାଗର ଡେମନଷ୍ଟ୍ରେଟର ସନ୍ଦୀପ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ତାଲିମ ଓ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀର ସମସ୍ତ ସ୍ୱେଚ୍ଛାସେବୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଭିମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ତାଲିମ ଓ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ
Tags:ଜିଲ୍ଲା ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
