ବିଶ୍ୱକର୍ମା ପୂଜାରେ କେନ୍ଦୁଝରଗଡ଼ ଲୋକୋ ରନିଂ ଷ୍ଟାଫଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ
News Summary
କେନ୍ଦୁଝରଗଡ଼ ଲୋକୋ ରନିଂ ଷ୍ଟାଫ ଆସୋସିଏସନ ପକ୍ଷରୁ ବିଶ୍ୱକର୍ମା ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ। ନୃତ୍ୟ, ସଙ୍ଗୀତ ଓ ପୁରସ୍କାର ବିତରଣରେ ଜମିଲା ଉତ୍ସବ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର, ୧୯/୯: ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅବସରରେ ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର କେନ୍ଦୁଝରଗଡ଼ ଲୋକୋ ରନିଂ ଷ୍ଟାଫ ଆସୋସିଏସନ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ବିଶ୍ୱକର୍ମା ପୂଜାର ଦ୍ୱିତୀୟ ଦିନ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ଅନୁଷ୍ଠାନର ପିଲାମାନଙ୍କ ପକ୍ଷରୁ ନୃତ୍ୟ, ସଙ୍ଗୀତ ସମେତ ବିଭିନ୍ନ ଆକର୍ଷଣୀୟ ପରିବେଷଣ କରାଯାଇଥିଲା। ଏହାକୁ ଉପସ୍ଥିତ ଦର୍ଶକମାନେ ଉପଭୋଗ କରିଥିଲେ।କାର୍ଯ୍ୟକ୍ରମରେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏଡିଇଏନ୍ କୀର୍ତ୍ତିବାସ ବେହେରା ଏବଂ ମୁଖ୍ୟ ବକ୍ତା ଭାବେ ଏଇଇ, ଟିଆରଡି ଶୁଶାନ୍ତ କୁମାର ସ୍ୱାଇଁ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ବିଭିନ୍ନ ଗଠନମୂଳକ ଓ ପ୍ରେରଣାଦାୟକ ଉପଦେଶ ଦେଇଥିଲେ।ଅତିଥିମାନଙ୍କୁ କମିଟି ସଦସ୍ୟମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ମଞ୍ଚକୁ ସ୍ୱାଗତ କରିଥିଲେ। ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅତିଥିମାନେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ପୂଜା କମିଟି ସଭାପତି ତଥା ସିଏଲ୍ଆଇଓ ମୁଖ୍ୟ କର୍ମିଦଳ ନିୟନ୍ତ୍ରକ ବିମଳ ଏକାଙ୍କଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କମିଟିର କୋଷାଧ୍ୟକ୍ଷ ବାଘାଇ ସରେନ, ମେଘନାଦ, ନବୀନ ସାଇ, ନବୀନ ପଲେଇ, ସନ୍ତୋଷ, ରାଜେଶ, ବିଭୁତି, ପଙ୍କଜ ପ୍ରମୁଖ ସକ୍ରିୟ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।ସେହିପରି ଦୀପକ ବାରିକ ଓ ନବୀନ ନାଏକଙ୍କ ଦୃଢ଼ ଉପସ୍ଥାପନା କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା। ବିଶ୍ୱକର୍ମା ପୂଜା ଅବସରରେ ଆୟୋଜିତ ଏହି ସାଂସ୍କୃତିକ ସନ୍ଧ୍ୟା କେନ୍ଦୁଝରଗଡ଼ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)