ମଣିଷ–ହାତୀ ସଂଘର୍ଷ ରୋକିବାକୁ ମହିଁଷାମୁଣ୍ଡି ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ
News Summary
ମଣିଷ–ହାତୀ ସଂଘର୍ଷ ରୋକିବାକୁ ମହିଁଷାମୁଣ୍ଡି ସ୍କୁଲରେ ସଚେତନତା। ଛାତ୍ରଛାତ୍ରୀଙ୍କୁ ହାତୀ ସୁରକ୍ଷା ଓ ସତର୍କତା ନେଇ ସଚେତନ କରାଗଲା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୮/୯: ମଣିଷ ଓ ହାତୀ ମଧ୍ୟରେ ବଢ଼ୁଥିବା ସଂଘର୍ଷକୁ ରୋକିବା ସହ ଉଭୟଙ୍କ ଜୀବନ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ପକ୍ଷରୁ ମହିଁଷାମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ମଣିଷ–ହାତୀ ସଂଘର୍ଷ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ପ୍ରଦାନର ମିଳିତ ସହଯୋଗରେ ଚାଲିଥିବା ଏହି ସଚେତନତା ଅଭିଯାନରେ ମହିଁଷାମୁଣ୍ଡି ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ହିମାଦ୍ରୀ ଲୋଚନ ମହାନ୍ତ ଛାତ୍ରଛାତ୍ରୀଙ୍କୁ ମଣିଷ–ହାତୀ ସଂଘର୍ଷର ପ୍ରମୁଖ କାରଣ, ହାତୀଙ୍କ ଗତିବିଧି ସମୟରେ ନେବାକୁ ଥିବା ସତର୍କତା ଏବଂ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ।ହାତୀ ଦେଖିଲେ ତାହାର ନିକଟକୁ ନଯିବା, ଫଟୋ କିମ୍ବା ଭିଡିଓ କରିବା ପାଇଁ ହାତୀ ପାଖକୁ ଯାଇ ନିଜ ଜୀବନକୁ ବିପଦରେ ନପକାଇବା ଏବଂ ହାତୀ ସହ ଅନ୍ୟ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ନେଇ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।“ହାତୀକୁ ବଞ୍ଚାଇବା, ଜୀବନକୁ ସୁରକ୍ଷିତ ରଖିବା” ବାର୍ତ୍ତା ନେଇ ପାଟଣା ବନାଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏଥିସହ ବିଭିନ୍ନ ଗ୍ରାମରେ ମଧ୍ୟ ମଣିଷ–ହାତୀ ସଂଘର୍ଷ ରୋକିବା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଲୋକମାନଙ୍କୁ ସଚେତନ କରାଯାଉଛି।କାର୍ଯ୍ୟକ୍ରମର ଆୟୋଜକ ହିମାଦ୍ରୀ ଲୋଚନ ମହାନ୍ତ ଥିବାବେଳେ କେନ୍ଦେଇପଶି ବନରକ୍ଷୀ ରୂପଶ୍ରୀ ଖୁଣ୍ଟିଆଙ୍କ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।