ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଯାଜପୁରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’: ବିରଜା ମନ୍ଦିର ଓ ଦଶାଶ୍ୱମେଧ ଘାଟରେ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’

News Summary

ଯାଜପୁରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅବସରରେ ମା’ ବିରଜା ମନ୍ଦିର, ଦଶାଶ୍ୱମେଧ ଘାଟ ସମେତ ବିଭିନ୍ନ ସ୍ଥାନରେ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ।

ନଜର ଓଡ଼ିଶା | Nazar Odisha
ଯାଜପୁର,୧୭/୯: ରାଜ୍ୟବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଶୁଭାରମ୍ଭ ଅବସରରେ ଯାଜପୁର ଜିଲ୍ଲାରେ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଜିଲ୍ଲାସ୍ତରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିସର ଏବଂ ଐତିହାସିକ ଦଶାଶ୍ୱମେଧ ଘାଟରେ ଆଶୀର୍ବାଦ ଦୀପ ପ୍ରଜ୍ୱଳନ କରାଯାଇଥିଲା।ମା’ ବିରଜା ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀପ୍ରସାଦ ମହାନ୍ତି, ସମାଜସେବୀ ଶ୍ରୀ ଗୌତମ ରାୟ, ଯାଜପୁର ପୌରପାଳିକା ନିର୍ବାହୀ ଅଧିକାରୀ ଲଷ୍ମୀଧର ରାଉତ, ଅତିରିକ୍ତ ତହସିଲଦାର, ଡିପିସି ମିଶନ ଶକ୍ତି ସୀତାଂଶୁ ଶେଖର ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବର୍ଗର ଜନପ୍ରତିନିଧି, ମିଶନ ଶକ୍ତିର ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।ସେହିପରି ଐତିହାସିକ ଦଶାଶ୍ୱମେଧ ଘାଟରେ ମଧ୍ୟ ଆଶୀର୍ବାଦ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏଠାରେ ଯାଜପୁର ପୌରପାଳିକାର ନିର୍ବାହୀ ଅଧିକାରୀ, ସମାଜସେବୀ ତପନ କୁମାର ନନ୍ଦ, ଡିପିସି ମିଶନ ଶକ୍ତି ସୀତାଂଶୁ ଶେଖର ସାହୁଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିଥିଲେ।‘ସେବା ସଂକଳ୍ପ ଅଭିଯାନ’ର ମୁଖ୍ୟ ଉଦ୍ଦେଶ୍ୟ ସେବା, ସମର୍ପଣ ଓଜନକଲ୍ୟାଣର ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବା। ଏହି ଅବସରରେ ପ୍ରଜ୍ୱଳିତ ଦୀପକୁ ସେବା ଓ ସାମାଜିକ ଦାୟିତ୍ୱ ପ୍ରତି ଏକତା ଏବଂ ସଂକଳ୍ପର ପ୍ରତୀକ ଭାବେ ପ୍ରଦର୍ଶିତ କରାଯାଇଥିଲା।ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଓ ପ୍ରମୁଖ ସ୍ଥାନରେ ମଧ୍ୟ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଥିଲା।ସେହିପରି ଗୋକର୍ଣ୍ଣେଶ୍ୱର ମନ୍ଦିରରେ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ବ୍ୟାସସରୋବରରେ କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ ଏବଂ ମହାବିନାୟକ ମନ୍ଦିରରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଛତିଆଠାରେ ବିଜେପି ସଭାପତି ଦେବଯାନୀ ପ୍ରଧାନଙ୍କ ଉପସ୍ଥିତିରେ
ମଧ୍ୟ ଆଶୀର୍ବାଦ ଦୀପ ପ୍ରଜ୍ୱଳନ ହୋଇଥିଲା।ଏଥିସହ ରତ୍ନଗିରି ବୌଦ୍ଧ ବିହାର, ବରୁଣେଶ୍ୱର ମନ୍ଦିର ଏବଂ ଉଦୟଗିରି ବୌଦ୍ଧ କମ୍ପ୍ଲେକ୍ସରେ ମଧ୍ୟ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ ପାଳିତ ହୋଇଥିଲା।କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ଏହାକୁ ଅଧିକ ଜନସମ୍ପୃକ୍ତ କରିଥିଲା। ବିଭିନ୍ନ ସ୍ଥାନରେ ଦୀପ ପ୍ରଜ୍ୱଳନ ମାଧ୍ୟମରେ ସେବା, ସମର୍ପଣ, ମହିଳା ସଶକ୍ତିକରଣ ଓ ଜନକଲ୍ୟାଣର ବାର୍ତ୍ତା ପ୍ରତିଫଳିତ ହୋଇଥିଲା।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।