ଢେଙ୍କିକୋଟ ଶିବ ମନ୍ଦିରରେ ସାଂସଦଙ୍କ ଦୀପ ଦାନ, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା
News Summary
ଢେଙ୍କିକୋଟ ଶିବ ମନ୍ଦିରରେ ସାଂସଦଙ୍କ ଦୀପ ଦାନ, ମୋଦୀଙ୍କ ଦୀର୍ଘ ଜୀବନ କାମନା
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୧୭/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଢେଙ୍କିକୋଟ ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଢେଙ୍କିକୋଟ ମଣ୍ଡଳ ସଭାପତି ରଣଜିତ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଦୀପ ଦାନ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଅଖିଳ ଚନ୍ଦ୍ର ପାତ୍ର, ରାମଚନ୍ଦ୍ର ସାହୁ, ବାବୁଲା ସାହୁ, ସୌମ୍ୟରଞ୍ଜନ ମଣ୍ଡଳ, ଅର୍ଜୁନ ଚରଣ ବାରିକ, କୃଷ୍ଣ ଚନ୍ଦ୍ର ବାରିକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।ଏହି ଅବସରରେ ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରାର୍ଥନା କରାଯାଇଥିଲା। ସାଂସଦ ଅନନ୍ତ ନାୟକଙ୍କ ସମେତ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ଦେଶର ମଙ୍ଗଳ ଓ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଥିଲେ ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)