ସୁଆମରେ ଭକ୍ତିମୟ ପରିବେଶରେ ହରିହାଟ, ବିଶ୍ୱଶାନ୍ତି ଯଜ୍ଞ ଓ ଭାଗବତ-ଗୀତା ପାଠ
News Summary
ସୁଆମ ବ୍ରାହ୍ମଣ ଶାସନରେ ବଡ଼ ଏକାଦଶୀ ଅବସରରେ ଭକ୍ତିମୟ ପରିବେଶରେ ହରିହାଟ, ବିଶ୍ୱଶାନ୍ତି ଯଜ୍ଞ ଓ ଭାଗବତ-ଗୀତା ପାଠ ଅନୁଷ୍ଠିତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା: ୨୩/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସୁଆମ ବ୍ରାହ୍ମଣ ଶାସନରେ ବଡ଼ ଏକାଦଶୀ ଅବସରରେ ଭକ୍ତିମୟ ପରିବେଶରେ ହରିହାଟ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗ୍ରାମରେ ଥିବା ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପିତଳ ମୂର୍ତ୍ତିକୁ ଗ୍ରାମ ମଧ୍ୟସ୍ଥିତ ମଣ୍ଡପକୁ ଅଣାଯାଇ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ବିଶ୍ୱଶାନ୍ତି ଯଜ୍ଞ, ସମ୍ପୂର୍ଣ୍ଣ ଭାଗବତ ଓ ଗୀତା ପାଠ ଅନୁଷ୍ଠିତ ହୋଇଥିଲା।ହରିହାଟରେ ମୁଖ୍ୟ ପୂଜକ ଭାବେ ଦୈତାରୀ ଶତପଥୀ ଓ ଶିବପ୍ରସାଦ ଦାଶଙ୍କ ସହ ଅଜିତ କୁମାର ଦାଶ ଓ ମନୋରଞ୍ଜନ ଦାଶ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ।ଭାଗବତ ଓ ଗୀତା ପାଠରେ ମଦନମୋହନ ଦ୍ୱିବେଦୀ, ଲୋକନାଥ ମିଶ୍ର, ତରୁଣ କୁମାର ଦାଶ, ଅରୁଣ କୁମାର ଦାଶ, ବୀରମୋହନ ଦ୍ୱିବେଦୀ, ରଜତ କୁମାର କର, ରବି ନାରାୟଣ ଦାଶ, ହିମାଂଶୁ ଶେଖର ମିଶ୍ର, ସଜତ କର, ସୌମ୍ୟରଞ୍ଜନ ଦାଶ, ଜ୍ଞାନେନ୍ଦ୍ର ମିଶ୍ର ଓ ସୁମିତ କୁମାର ପତିଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।
ହରିହାଟ ଅବସରରେ ଗ୍ରାମରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)