ଭଦ୍ରକାଳୀ ପଞ୍ଜିକା: ୨୮ ସେପ୍ଟେମ୍ବର ୨୦୨୬, ସୋମବାର ଆଜିର ପଞ୍ଜିକା ଓ ରାଶିଫଳ
News Summary
ଭଦ୍ରକାଳୀ ପଞ୍ଜିକା ୨୮ ସେପ୍ଟେମ୍ବର ୨୦୨୬, ସୋମବାରର ତିଥି, ନକ୍ଷତ୍ର, ଯୋଗ, କରଣ, ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ, ଶୁଭ ସମୟ, କାଳବେଳା ଓ ଆଜିର ୧୨ ରାଶିର ରାଶିଫଳ ଜାଣନ୍ତୁ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର, ୨୮/୦୯/୨୦୨୬: ଆଜି ସେପ୍ଟେମ୍ବର ୨୮ ତାରିଖ ୨୦୨୬ ମସିହା, ସୋମବାର। ଭଦ୍ରକାଳୀ ପଞ୍ଜିକା ଅନୁସାରେ ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥି। ରାତ୍ରି ଘ.୦୭/୧୩ ଗତେ ତୃତୀୟା ତିଥି ଆରମ୍ଭ ହେବ। ଆଜିର ନକ୍ଷତ୍ର ରେବତୀ, ଦିବା ଘ.୧୦/୧୬ ଗତେ ଅଶ୍ୱିନୀ ନକ୍ଷତ୍ର ହେବ।
ଆଜିର ପଞ୍ଜିକା
ତାରିଖ: ୨୮ ସେପ୍ଟେମ୍ବର ୨୦୨୬
ବାର: ସୋମବାର
ଶକାବ୍ଦ: ୧୯୪୮
ସମ୍ବତ୍: ୨୦୮୩
ଦିଲ୍ଲୀଶ୍ୱରାବ୍ଦ: ୧୪୩୪
ସମ୍ବତ୍ସର: ରୌଦ୍ର
ମାସ: ଆଶ୍ୱିନ
ପକ୍ଷ: କୃଷ୍ଣପକ୍ଷ
ତିଥି: ଦ୍ୱିତୀୟା, ରାତ୍ରି ଘ.୦୭/୧୩ ଗତେ ତୃତୀୟା
ନକ୍ଷତ୍ର: ରେବତୀ, ଦିବା ଘ.୧୦/୧୬ ଗତେ ଅଶ୍ୱିନୀ
ଚନ୍ଦ୍ର: ମୀନ, ଦିବା ଘ.୧୦/୧୬ ଗତେ ମେଷ
ଯୋଗ: ଧୃବ
କରଣ: ତୈତିଳ
ସୌରମାସ: କନ୍ୟା ୧୨ ଦିନ
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
ସୂର୍ଯ୍ୟୋଦୟ: ପ୍ରାତଃ ଘ.୦୫/୩୪/୦୮
ସୂର୍ଯ୍ୟାସ୍ତ: ସନ୍ଧ୍ୟା ଘ.୦୫/୩୫/୧୨
ଆଜିର ଯୋଗ ଓ ବିଶେଷ ତଥ୍ୟ
ଯୋଗିନୀ ଉତ୍ତରେ, ରାତ୍ରି ଘ.୦୭/୧୭ ଗତେ ଅଗ୍ନିକୋଣେ।
ମେଷ ରାଶିର ଘାତଚନ୍ଦ୍ର।
ମିଥୁନ ରାଶିର ଘାତବାର।
ଦ୍ୱିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।
ମୃତେ ରାତ୍ରି ଘ.୦୭/୧୩ ମଧ୍ୟେ ଏକପାଦ ପୁଷ୍କରଦୋଷ।
କାଳବେଳା ଓ ବାରବେଳା
କାଳବେଳା: ଦିବା ଘ.୦୭/୧୧ ଗତେ ଘ.୦୮/୪୨ ମଧ୍ୟେ।
ବାରବେଳା: ଦିବା ଘ.୦୨/୩୬ ଗତେ ଘ.୦୪/୦৮ ମଧ୍ୟେ।
ବିଶୁଦ୍ଧ ଅମୃତ ବେଳା
ଦିବା ଘ.୦୭/୧୦ ମଧ୍ୟେ ଏବଂ ଘ.୦୮/୫୩ ଗତେ ଘ.୧୧/୧୪ ମଧ୍ୟେ। ରାତ୍ରି ଘ.୦୮/୦୧ ଗତେ ଘ.୧୧/୦୯ ମଧ୍ୟେ।
ବିଶୁଦ୍ଧ ମାହେନ୍ଦ୍ର ବେଳା: ନାସ୍ତି।
ଆଜି ବୋଇତିକଖାରୁ ଭକ୍ଷଣ ନିଷେଧ।
ଆଜିର ରାଶିଫଳ
ମେଷ
ଘରେ ଲାଗିରହିଥିବା ଅଶାନ୍ତି ଆପଣଙ୍କ ଚିନ୍ତାର କାରଣ ହୋଇପାରେ। ପରିସ୍ଥିତିକୁ ବୁଝି ଭୁଲ କେଉଁଠି ହୋଇଛି ତାହା ଜାଣିବାକୁ ଚେଷ୍ଟା କରନ୍ତୁ। ନିଜ କ୍ରୋଧକୁ ସମ୍ବରଣ କରନ୍ତୁ।
ବୃଷ
କିଛିଦିନ ଧରି ଚାଲିଆସୁଥିବା ସମସ୍ୟା ଓ ଚିନ୍ତାରୁ ଆପଣ କ୍ଳାନ୍ତ ଅନୁଭବ କରିପାରନ୍ତି। ଅଧିକ ଚିନ୍ତା ନକରି କଳିରୁ ଦୂରେଇ ରୁହନ୍ତୁ। ବନ୍ଧୁ ଓ ପରିବାର ସହ ଭଲ ବ୍ୟବହାର କରନ୍ତୁ। ବ୍ୟବସାୟରେ ଲାଭର ସୁଯୋଗ ରହିଛି।
ମିଥୁନ
ପୂର୍ବରୁ ବିରୋଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ଆସିପାରେ। ନିଜ ଉଦ୍ୟମର ଫଳ ମିଳିବାର ସମ୍ଭାବନା ରହିଛି। ବିରୋଧୀମାନେ ଦୂରେଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ
କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ ବ୍ୟସ୍ତ ରଖିପାରେ ଏବଂ କାର୍ଯ୍ୟରେ ବାଧା ଆସିପାରେ। ସାହସର ସହିତ ପରିସ୍ଥିତିର ମୁକାବିଲା କରନ୍ତୁ।
ସିଂହ
ଦୈନନ୍ଦିନ କାର୍ଯ୍ୟରେ କିଛି ନୂତନତା ଆଣିବାକୁ ଚେଷ୍ଟା କରିବେ। ଦୀର୍ଘଦିନର ଇଚ୍ଛା ପୂରଣ ପାଇଁ ପଦକ୍ଷେପ ନେଇପାରନ୍ତି। ଯାତ୍ରା ସମୟରେ ସତର୍କ ରୁହନ୍ତୁ।
କନ୍ୟା
ଉଚ୍ଚ ଅଧିକାରୀଙ୍କଠାରୁ ସାହାଯ୍ୟ ପାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦେଖାଦେଲେ ଅଧିକାରୀଙ୍କୁ ଜଣାନ୍ତୁ। କାର୍ଯ୍ୟାଳୟର ପରିବେଶ ସୁଧାରିବା ଦିଗରେ ମଧ୍ୟ ଆଲୋଚନା କରିପାରନ୍ତି।
ତୁଳା
ବ୍ୟୟ ବୃଦ୍ଧି ହେଲେ ମଧ୍ୟ ପରିବାର ପାଇଁ ଦିନଟି ଖୁସିର ହୋଇପାରେ। ପରିବାର ସହ ସମୟ କାଟିବାର ସୁଯୋଗ ମିଳିବ। ବୁଲାବୁଲି କିମ୍ବା ମନୋରଞ୍ଜନର ଯୋଜନା ହୋଇପାରେ।
ବିଛା
ଅସୁବିଧାଜନକ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଅନାବଶ୍ୟକ କାର୍ଯ୍ୟରେ ନପଡ଼ି ସକାରାତ୍ମକ ଚିନ୍ତା ବଜାୟ ରଖନ୍ତୁ। ନିଜ ସାମର୍ଥ୍ୟ ଅନୁଯାୟୀ ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ।
ଧନୁ
ଆଜି ଶାରୀରିକ ଅସୁବିଧା ସହ କୁସଙ୍ଗର ପ୍ରଭାବ ପଡ଼ିପାରେ। ନିଜ ସଙ୍ଗତି ପ୍ରତି ସତର୍କ ରୁହନ୍ତୁ। ଅନାବଶ୍ୟକ ସମସ୍ୟାରୁ ଦୂରେଇ ଚାଲନ୍ତୁ।
ମକର
ଆୟ ବୃଦ୍ଧି ସହ ନୂଆ ବନ୍ଧୁ ତିଆରି କରିବାର ସୁଯୋଗ ମିଳିପାରେ। ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଲେ ନୂଆ ପରିଚୟ ହୋଇପାରେ। ଏହି ପରିଚୟ ଭବିଷ୍ୟତରେ ନୂଆ ସୁଯୋଗ ଆଣିପାରେ।
କୁମ୍ଭ
କୌଣସି ମିତ୍ର କିମ୍ବା ସହଯୋଗୀଙ୍କଠାରୁ ଆଶା କରିଥିବା ସାହାଯ୍ୟ ନମିଳିବାରୁ ନିରାଶ ହୋଇପାରନ୍ତି। କାର୍ଯ୍ୟରେ ବାଧା ଓ ଅପ୍ରତ୍ୟାଶିତ ଅର୍ଥବ୍ୟୟର ସମ୍ଭାବନା ରହିଛି।
ମୀନ
ସାମାଜିକ ସମାରୋହ ପରେ ଘରକୁ ସଜାଡ଼ିବାରେ ସମୟ ଦେଇପାରନ୍ତି। ଆରାମ ପାଇଁ ମଧ୍ୟ ସମୟ ରଖନ୍ତୁ। ଦାୟିତ୍ୱଗୁଡ଼ିକୁ ଠିକ୍ ଭାବେ ତୁଲାଇବା ସହ ଦିନଟି ଉପଭୋଗ କରନ୍ତୁ।
ଜ୍ୟୋତିର୍ବିଦ: ଭାବଗ୍ରାହୀ ଖଡିରତ୍ନ
ଯୋଗାଯୋଗ: ୯୪୩୮୧୫୨୬୨୭
ଟିପ୍ପଣୀ: ପଞ୍ଜିକା ଓ ରାଶିଫଳର ସମୟ/ତଥ୍ୟ ସ୍ଥାନଭେଦେ ପରିବର୍ତ୍ତନ ହୋଇପାରେ।
Tags:ରାଶିଫଳ
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)