କେନ୍ଦୁଝର,୧୭/୯: ଗଣେଶ ପୂଜା ପରେ କେନ୍ଦୁଝରରେ ଆୟୋଜିତ ହୋଇଛି ଯୁବ କଂଗ୍ରେସର ଗଣେଶ ମେଢ଼ ଭସାଣି ଉତ୍ସବ। ସ୍ଥାନୀୟ କଂଗ୍ରେସ ଭବନରେ ଯୁବ କଂଗ୍ରେସ ପକ୍ଷରୁ ଧୁମଧାମରେ ଗଣେଶ ପୂଜା ଆୟୋଜନ କରାଯାଇଥିବା ବେଳେ ଭସାଣି ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ତଥା ଯୁବ ଶିଳ୍ପପତି ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇଥିଲେ।କଂଗ୍ରେସ ଭବନରେ ଆଲୋକ ସଜ୍ଜା ଓ ଆକର୍ଷଣୀୟ ତୋରଣ ସହ ପୂଜା ପରିବେଶ ମନମୁଗ୍ଧକର ହୋଇଥିଲା। ଦୁଇ ଦିନ ଧରି ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ ମଧ୍ୟ କରାଯାଇଥିଲା।
କେନ୍ଦୁଝରରେ ଯୁବ କଂଗ୍ରେସର ଗଣେଶ ଭସାଣି: ଯୋଗଦେଲେ ନବଜ୍ୟୋତି ପଟ୍ଟନାୟକ
News Summary
କେନ୍ଦୁଝରରେ ଯୁବ କଂଗ୍ରେସର ଗଣେଶ ଭସାଣି ଉତ୍ସବ। ଯୋଗଦେଲେ ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର,୧୭/୯: ଗଣେଶ ପୂଜା ପରେ କେନ୍ଦୁଝରରେ ଆୟୋଜିତ ହୋଇଛି ଯୁବ କଂଗ୍ରେସର ଗଣେଶ ମେଢ଼ ଭସାଣି ଉତ୍ସବ। ସ୍ଥାନୀୟ କଂଗ୍ରେସ ଭବନରେ ଯୁବ କଂଗ୍ରେସ ପକ୍ଷରୁ ଧୁମଧାମରେ ଗଣେଶ ପୂଜା ଆୟୋଜନ କରାଯାଇଥିବା ବେଳେ ଭସାଣି ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ତଥା ଯୁବ ଶିଳ୍ପପତି ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇଥିଲେ।କଂଗ୍ରେସ ଭବନରେ ଆଲୋକ ସଜ୍ଜା ଓ ଆକର୍ଷଣୀୟ ତୋରଣ ସହ ପୂଜା ପରିବେଶ ମନମୁଗ୍ଧକର ହୋଇଥିଲା। ଦୁଇ ଦିନ ଧରି ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ ମଧ୍ୟ କରାଯାଇଥିଲା।
ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ତତ୍ତ୍ୱାବଧାନରେ ଏହି ପୂଜା ଉତ୍ସବ ଆୟୋଜିତ ହୋଇଥିଲା। ମୂର୍ତ୍ତି ବିସର୍ଜନ ପରେ ଆୟୋଜିତ ମେଢ଼ ଭସାଣି ଉତ୍ସବରେ ନବଜ୍ୟୋତି ପଟ୍ଟନାୟକ ଯୋଗଦେଇ ଯୁବ ଓ ଛାତ୍ର ସମାଜର ଭୂମିକା ଉପରେ ମତ ରଖିଥିଲେ।ନବଜ୍ୟୋତି ପଟ୍ଟନାୟକ କହିଥିଲେ ଯେ, ଛାତ୍ର ଓ ଯୁବ ସମାଜ ଚାହିଁଲେ ହିଁ ଦେଶର ପ୍ରକୃତ ବିକାଶ ସମ୍ଭବ। ତେଣୁ ଛାତ୍ର ଓ ଯୁବ ବର୍ଗଙ୍କୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ।ଏହି ଭସାଣି କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ. ବିନୋଦ ବିହାରୀ ନାଏକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଯୁବ କଂଗ୍ରେସ ନେତା ସୌମ୍ୟରଞ୍ଜନ ରାଉତ, ସନତ ପାଢ଼ୀ, ଅମିତ ଅନୁପମ ରାଉତ, ଦେବଦର୍ଶନ ଦାସ, ଆନନ୍ଦ ମାଝୀ, ମଳୟ ପରିଡା, ବାବୁନ ସାହୁ, ବେଦବ୍ୟାସ ବେହେରା, ସୌମ୍ୟରଞ୍ଜନ ସାହୁ, ଦୀପକ ମୁଖୀ, ଆଶିଷ ପାତ୍ର, ରଶ୍ମିରଞ୍ଜନ ଜେନା, ରଞ୍ଜିତ ଜେନା ଓ ରସାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ଛାତ୍ର କଂଗ୍ରେସ ନେତା ସୌମ୍ୟ ସଚିନ ମିଶ୍ର, ଅଭିନାଶ ଓଝା, ପ୍ରମୋଦ ବେହେରା, ମାନସ ବେହେରା, ଅଭିଜିତ ବେହେରା, ସଂଗ୍ରାମ ବେହେରା ଓ ହାପି ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର, ଲଳିତ ମୋହନ ନାୟକ, ରତ୍ନାକର ଜେନା, ଲଷ୍ମଣ ମହାନ୍ତ, ଦିଲ୍ଲୀପ ସାହୁ, ଉତ୍ତମ କୁମାର ସାହୁ, ସୁଢଳ କୁମାର ସେଠି, ପ୍ରମୋଦ ବେହେରା ଓ ସୁଦର୍ଶନ ପାଇକରାୟ ପ୍ରମୁଖ ମଧ୍ୟ ଭସାଣି ଉତ୍ସବରେ ଉପସ୍ଥିତ ଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)