ମୟୂରଭଞ୍ଜ:୧୭/୯,ମୟୂରଭଞ୍ଜ ଜିଲ୍ଲାର ୧୮ ନମ୍ବର ଜାତୀୟ ରାଜପଥରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୁଳିଅଣା ଥାନା ଅଧୀନ ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, କଣ୍ଟେନରଟି ବାରିପଦା ଦେଇ ପାଟଣା ଅଭିମୁଖେ ଯାଉଥିଲା। ଶୁଖୁଆପଡ଼ା ଟୋଲଗେଟ୍ ନିକଟରେ ଗାଡ଼ିଟି ଅଟକିଥିବା ସମୟରେ ଚାଳକ କଣ୍ଟେନର ନିକଟରେ ରୋଷେଇ କରୁଥିଲେ। ଏହି ସମୟରେ ହଠାତ୍ କଣ୍ଟେନରରେ ନିଆଁ ଲାଗିଯାଇଥିଲା।
ମୟୂରଭଞ୍ଜରେ ଜାତୀୟ ରାଜପଥରେ ଜଳିଗଲା କଣ୍ଟେନର, ରୋଷେଇ ବେଳେ ଲାଗିଲା ନିଆଁ
News Summary
ମୟୂରଭଞ୍ଜର ୧୮ ନମ୍ବର ଜାତୀୟ ରାଜପଥର ଶୁଖୁଆପଡ଼ା ଟୋଲଗେଟ୍ ନିକଟରେ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ। ରୋଷେଇ ବେଳେ ନିଆଁ ଲାଗିଥିବା ସୂଚନା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମୟୂରଭଞ୍ଜ:୧୭/୯,ମୟୂରଭଞ୍ଜ ଜିଲ୍ଲାର ୧୮ ନମ୍ବର ଜାତୀୟ ରାଜପଥରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୁଳିଅଣା ଥାନା ଅଧୀନ ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, କଣ୍ଟେନରଟି ବାରିପଦା ଦେଇ ପାଟଣା ଅଭିମୁଖେ ଯାଉଥିଲା। ଶୁଖୁଆପଡ଼ା ଟୋଲଗେଟ୍ ନିକଟରେ ଗାଡ଼ିଟି ଅଟକିଥିବା ସମୟରେ ଚାଳକ କଣ୍ଟେନର ନିକଟରେ ରୋଷେଇ କରୁଥିଲେ। ଏହି ସମୟରେ ହଠାତ୍ କଣ୍ଟେନରରେ ନିଆଁ ଲାଗିଯାଇଥିଲା।
କିଛି ସମୟ ମଧ୍ୟରେ ନିଆଁ କଣ୍ଟେନରର ବିଭିନ୍ନ ଅଂଶକୁ ବ୍ୟାପିଯାଇଥିଲା। ନିଆଁ ଲାଗିଥିବା ଦେଖି ଚାଳକ ତୁରନ୍ତ ଗାଡ଼ିଠାରୁ ଦୂରେଇ ଯାଇଥିଲେ। ଫଳରେ ବଡ଼ ଅଘଟଣ ଟଳିଥିବା ବେଳେ ଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡ ଯୋଗୁଁ ୧୮ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିଥିଲା।ତେବେ କଣ୍ଟେନରରେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ରୋଷେଇ ସମୟରେ ନିଆଁ ଲାଗିଥିବା ଜଣାପଡ଼ିଥିଲେ ମଧ୍ୟ ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)