ପାଟଣା ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟରେ ଧୁମଧାମରେ ବିଶ୍ୱକର୍ମା ପୂଜା
News Summary
ପାଟଣା ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ପରିସରରେ ଧୁମଧାମରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ। ତିନି ଦିନ ଧରି ଚାଲିବ ପୂଜା କାର୍ଯ୍ୟକ୍ରମ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା:୧୭/୯,ପାଟଣା ମୁଖ୍ୟାଳୟସ୍ଥିତ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ପରିସରରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଛି। ବିଶ୍ୱକର୍ମା ପୂଜା ଅବସରରେ କାର୍ଯ୍ୟାଳୟ ପରିସରକୁ ସୁସଜ୍ଜିତ ମେଢ ଓ ଆକର୍ଷଣୀୟ ଆଲୋକ ତୋରଣରେ ସଜାଯାଇଥିବା ବେଳେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।ଏହି ବିଶ୍ୱକର୍ମା ପୂଜା ତିନି ଦିନ ଧରି ଅନୁଷ୍ଠିତ ହେବ। ପାଟଣା ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପୂଜାରେ କର୍ତ୍ତା ଭାବେ ନିହାର ରଞ୍ଜନ ଖାଟୁଆ ଓ ପୂଜକ ଭାବେ ସୁଶାନ୍ତ ଶେଖର ଦାଶ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଜେଇ କମର୍ସ ଜ୍ୟୋତିରଞ୍ଜନ ସ୍ୱାଇଁ, ସିନିୟର ଚାର୍ଜମ୍ୟାନ୍ ଜୟକୃଷ୍ଣ ଦାସ, କିଶୋର ଚନ୍ଦ୍ର ପାଣିଗ୍ରାହୀ, ସଂଗ୍ରାମ କରଣ, ନରୋତ୍ତମ ମିଶ୍ର, ନବୀନ ବିହାରୀ ଦାସ, ସୁପରଭାଇଜର ଆଦର୍ଶ ବାସା, ସରୋଜିନୀ ସାମଲ, ରଞ୍ଜିତ ସେଠୀ, ପରେଶ ମହାନ୍ତ, କମଳ ଖାଟୁଆ, ବିଜୟ ଦାସ ଓ ପ୍ରବୀର ବାରିକଙ୍କ ସମେତ ପାଟଣା ବିଦ୍ୟୁତ ସେକ୍ସନର ସମସ୍ତ ଲାଇନମ୍ୟାନ୍, କୁଶଳୀ ଓ ଅଣକୁଶଳୀ କର୍ମଚାରୀ ଉପସ୍ଥିତ ରହିଥିଲେ।ସମସ୍ତ କର୍ମଚାରୀ ଭକ୍ତିପୂତ ଭାବେ ଭଗବାନ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରିବା ସହ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ମଙ୍ଗଳ କାମନା କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)