ବିଳମ୍ବିତ ରାତିରେ ଘର କବାଟରେ ତାଲା ପକାଇ ୫ ଛେଳି ଚୋରି, ପାଟଣାରେ ବଢୁଛି ଛେଳି ଚୋରି ଆତଙ୍କ
News Summary
ପାଟଣାରେ ୫ ଛେଳି ଚୋରି: ବଢୁଛି ଚାଷୀଙ୍କ ଚିନ୍ତା
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା,୧୯/୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଛେଳି ଚୋରି ଘଟଣା ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପୁଟୁଳିଆ ଗ୍ରାମର ଭାଗବତ ମହାନ୍ତଙ୍କ ଗୁହାଳ ଘରୁ ବିଳମ୍ବିତ ରାତିରେ ୫ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଭାଗବତଙ୍କ ପରିବାର ଘରେ ଶୋଇଥିବା ସମୟରେ ଏକ ଚାରିଚକିଆ ଗାଡ଼ିରେ କିଛି ଦୁର୍ବୃତ୍ତ ଘର ସମ୍ମୁଖରେ ଆସି ପହଞ୍ଚିଥିଲେ। ପରିବାର ଲୋକେ ବାହାରକୁ ଆସିପାରିବେ ନାହିଁ ବୋଲି ଶୋଇବା ଘରର କବାଟକୁ ବାହାର ପଟୁ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି।ଏହାପରେ ଦୁର୍ବୃତ୍ତମାନେ ଗୁହାଳରେ ପଶି ୩ଟି ଖାସି ଓ ୨ଟି ମାଇ ଛେଳିକୁ ଗାଡ଼ିରେ ନେଇ ଫେରାର ହୋଇଯାଇଥିଲେ। ଗାଡ଼ି ଚାଲିଯିବାର ଶବ୍ଦ ଶୁଣି ପରିବାର ଲୋକେ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। ତେବେ କବାଟ ବାହାର ପଟୁ ବନ୍ଦ ଥିବାରୁ ସେମାନେ ତୁରନ୍ତ ବାହାରି ପାରିନଥିଲେ।ପରେ ପଡ଼ୋଶୀଙ୍କୁ ଫୋନ୍ କରି ଡାକିବା ପରେ ସେମାନେ କବାଟ ଖୋଲିଥିଲେ। କିନ୍ତୁ ସେତେବେଳକୁ ଚୋରମାନେ ଘଟଣାସ୍ଥଳରୁ ଫେରାର ହୋଇସାରିଥିଲେ। ଛେଳି ଚୋରି ହୋଇଥିବା ଜଣାପଡ଼ିବା ପରେ ଭାଗବତ ମହାନ୍ତ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପାଟଣା, ଘଟଗାଁ ଓ ତୁରୁମୁଙ୍ଗା ଅଞ୍ଚଳରେ ଛେଳି ଚୋରି ଚିନ୍ତା ଗତ କିଛି ଦିନ ହେବ ପାଟଣା, ଘଟଗାଁ ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଛେଳି ଚୋରି ଘଟଣା ବଢ଼ିଥିବା ନେଇ ଅଭିଯୋଗ ହେଉଛି। କିଛି ଦିନ ବ୍ୟବଧାନରେ ଛେଳି ଚୋରି ହେଉଥିବା ନେଇ ଥାନାରେ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ଚୋରମାନଙ୍କ ସମ୍ପର୍କରେ ପୁଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ ସୁରାକ ପାଇନଥିବା ଅଭିଯୋଗ ରହିଛି।ଲଗାତର ଛେଳି ଚୋରି ଘଟଣାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢ଼ିବାରେ ଲାଗିଛି। ଘଟଣାର ତଦନ୍ତ କରି ଛେଳି ଚୋରିରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ସହ ଚୋରି ରାକେଟ୍ର ପର୍ଦ୍ଦାଫାଶ କରିବାକୁ ଚାଷୀମାନେ ପୁଲିସ ନିକଟରେ ଦାବି କରିଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)