ଲଗାଣ ବର୍ଷାରେ ଘର ଭୁଶୁଡ଼ି ୪୫ କୁକୁଡ଼ା ମୃତ, ଆସବାବପତ୍ର ନଷ୍ଟ
News Summary
ଘଟଗାଁ ଝାଟିଆଳି ସାହିରେ ଲଗାଣ ବର୍ଷାରେ ଘର ଭୁଶୁଡ଼ି ୪୫ଟି କୁକୁଡ଼ା ମୃତ। ଆସବାବପତ୍ର ନଷ୍ଟ ହୋଇଥିବାବେଳେ କ୍ଷତିଗ୍ରସ୍ତ ପରିବାର ରାଜସ୍ୱ ବିଭାଗର ସହାୟତା ଦାବି କରିଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୨୬/୯: ଲଗାଣ ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା ଏକ ଘର ହଠାତ୍ ଭୁଶୁଡ଼ି ପଡ଼ିବାରୁ କୁକୁଡ଼ା ଭାଡ଼ି ମଧ୍ୟ ମାଟିରେ ମିଶିଯାଇଛି। ଫଳରେ ଭାଡ଼ିରେ ଥିବା ପ୍ରାୟ ୪୫ଟି ସାନବଡ଼ କୁକୁଡ଼ାଙ୍କ ମୃତ୍ୟୁ ଘଟିଛି। ଏଥିସହ ଘରର ବିଭିନ୍ନ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଛି।ଏପରି ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଇଦାପାଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝାଟିଆଳି ସାହିରେ ଘଟିଛି।ସୂଚନା ଅନୁସାରେ, ଝାଟିଆଳି ସାହିର ଶିରପାଣି ମହାନ୍ତ ଆଜି ସକାଳୁ ଶୌଚ ହେବା ପାଇଁ ଘର ବାହାରକୁ ଯାଇଥିଲେ। ଏହି ସମୟରେ ଲଗାଣ ବର୍ଷା ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା ଘରଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଘରଟି କୁକୁଡ଼ା ଭାଡ଼ି ଉପରେ ପଡ଼ିବାରୁ ଭାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।ଘର ଭୁଶୁଡ଼ିବା ଯୋଗୁଁ ପ୍ରାୟ ୪୫ଟି କୁକୁଡ଼ା ମରିବା ସହ ଘରର ଆସବାବପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହା ଫଳରେ ପରିବାରଟି ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି।କ୍ଷତିଗ୍ରସ୍ତ ପରିବାରକୁ ରାଜସ୍ୱ ବିଭାଗ ପକ୍ଷରୁ ଉଚିତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Tags:
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)