ଭାଗବତ ଜନ୍ମ ଅବସରରେ ଉଦୟପୁର ରାଜସାହି ଭାଗବତ ମନ୍ଦିରରେ ସପ୍ତାହବ୍ୟାପୀ ଭାଗବତ ପରାୟଣ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୬/୯: କେନ୍ଦୁଝର ଜିଲ୍ଲାର ସର୍ବବୃହତ୍ତମ ଗ୍ରାମ ଉଦୟପୁରସ୍ଥିତ ରାଜସାହି ଭାଗବତ ମନ୍ଦିର ପରିସରରେ ଭାଗବତ ଜନ୍ମ ଅବସରରେ ଚଳିତବର୍ଷ ସପ୍ତାହବ୍ୟାପୀ ଭାଗବତ ପରାୟଣ ଧାର୍ମିକ ଭାବାବେଗ ଓ ଶ୍ରଦ୍ଧାର ସହ ପାଳିତ ହୋଇଛି।ସ୍ଥାନୀୟ ଅଞ୍ଚଳର ପୂଜକ ହରିଶଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସତ୍ୟପ୍ରିୟ ପହି ଓ ତାଙ୍କ ସହଧର୍ମିଣୀ ମାନସିକ ବ୍ରତ ରଖି ପୂଜାକର୍ମରେ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ରମେଶ ଚନ୍ଦ୍ର ରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା।ସପ୍ତାହବ୍ୟାପୀ ଭାଗବତ ପଠନରେ ସଙ୍କଳ୍ପଧାରୀ ଭାରତୀ ପହି, ସସ୍ମୀତା ମୁଦୁଲି, ଅନ୍ନପୂର୍ଣ୍ଣା ସାମଲ, ମୀନାକ୍ଷୀ ରାଜ, ଲିପିତା ସାମଲ, ସୁରେଖା ସାମଲ, ସୁଲୋଚନା ଧୀର, ଟିକିରାଣୀ ରାଜ, ନିବେଦିତା ରାଜ, ବବିତା ରାଜ, ସନ୍ଧ୍ୟାରାଣୀ ପହି, ସ୍ମୀତା ମହାପାତ୍ର, ସସ୍ମୀତା ମହାପାତ୍ର, ରାଜଲକ୍ଷ୍ମୀ ମହାନ୍ତି, ଏଲିନା ପହି, ଚିନ୍ମୟୀ ପହି, ପ୍ରଦୀପ ମୁଦୁଲି ଓ ଅବିନାଶ ରାଜ ପ୍ରମୁଖ ଯୋଗଦେଇଥିଲେ।ଏହି ଭବ୍ୟ ଧାର୍ମିକ କାର୍ଯ୍ୟକ୍ରମରେ ଉଦୟପୁର ଓ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ଅକୁଣ୍ଠ ଚିତ୍ତରେ ଭାଗବତ କଥାମୃତ ଶ୍ରବଣ କରିଥିଲେ। ସପ୍ତାହବ୍ୟାପୀ ଭାଗବତ ପରାୟଣ ଯୋଗୁଁ ରାଜସାହି ଭାଗବତ ମନ୍ଦିର ପରିସର ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)