ଶିକ୍ଷାବିତ ସନାତନ ମହାନ୍ତଙ୍କ ବିୟୋଗରେ ଶୋକ, ପାଟଣା ଅଞ୍ଚଳରେ ଶୋକର ଛାୟା
News Summary
ପାଟଣାର ବିଶିଷ୍ଟ ଶିକ୍ଷାବିତ ଓ ଆଦର୍ଶ ଶିକ୍ଷକ ସନାତନ ମହାନ୍ତଙ୍କ ୮୬ ବର୍ଷ ବୟସରେ ହୃଦଘାତରେ ପରଲୋକ। ମଙ୍ଗଳପୁର ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୬/୯: ପାଟଣା ବ୍ଲକ୍ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତର ଡିଆନାଳୀ ଗ୍ରାମର ବାସିନ୍ଦା ତଥା ବିଶିଷ୍ଟ ଶିକ୍ଷାବିତ, ସଂଗଠକ ଓ ଆଦର୍ଶ ଶିକ୍ଷକ ସନାତନ ମହାନ୍ତ (୮୬)ଙ୍କ ପରଲୋକରେ ପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶୁକ୍ରବାର ଭୋର ସମୟରେ କେନ୍ଦୁଝରର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା।ସନାତନ ମହାନ୍ତ ଜଣେ ଛାତ୍ରବତ୍ସଳ, ସ୍ନେହୀ ଓ ଧାର୍ମିକ ବ୍ୟକ୍ତି ଭାବେ ପାଟଣା ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିଲେ। ପାଟଣା ମୁଖ୍ୟାଳୟର ସର୍ବପୁରାତନ ଜି.ଏନ୍. ହାଇସ୍କୁଲରେ ଦୀର୍ଘ ବର୍ଷ ଧରି ବିଜ୍ଞାନ ଶିକ୍ଷକ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ପରେ ସାହାରପଡ଼ା ବ୍ଲକରେ ଏସ୍ଆଇ ଭାବେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।ଏହାପରେ ପୁଣି ନିଜ କର୍ମକ୍ଷେତ୍ର ଜି.ଏନ୍. ଉଚ୍ଚ ବିଦ୍ୟାଳୟକୁ ଫେରି ଶିକ୍ଷକତା କରିବା ପରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତାଙ୍କର ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ଓ ସାମାଜିକ କାର୍ଯ୍ୟ ପାଇଁ ସେ ଅଞ୍ଚଳବାସୀଙ୍କ ନିକଟରେ ସ୍ମରଣୀୟ ହୋଇ ରହିବେ।ଶନିବାର ତାଙ୍କ ଡିଆନାଳୀସ୍ଥିତ ବାସଭବନରେ ବହୁ ପୂର୍ବତନ ଛାତ୍ର, ବିଶିଷ୍ଟ ବ୍ୟକ୍ତି ଓ ଶୁଭେଚ୍ଛୁ ପହଞ୍ଚି ଶେଷ ଦର୍ଶନ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁଅ ଜଗଦୀଶ ମହାନ୍ତ, ମୃତ୍ୟୁଞ୍ଜୟ ମହାନ୍ତ, ଖିତିଶ ମହାନ୍ତଙ୍କ ସମେତ ବୋହୂ, ଝିଅ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ।ବୈତରଣୀ ନଦୀର ମଙ୍ଗଳପୁର ଶ୍ମଶାନ ଘାଟରେ ସନାତନ ମହାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ବଡ଼ ପୁଅ ଜଗଦୀଶ ମହାନ୍ତ ମୁଖାଗ୍ନି ଦେଇଥିଲେ।ତାଙ୍କ ବିୟୋଗ ଖବର ପାଇ ପାଟଣା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ, ବିଜେଡି ନେତା ମାଧବାନନ୍ଦ ପୃଷ୍ଟି, କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ପାଟଣା ବଣିକ ସଂଘ ସଭାପତି ବୁଲୁ ଭଞ୍ଜ, ସାମାଜିକ କର୍ମୀ ବିଦ୍ୟାଧର ମହାନ୍ତ, କଂଗ୍ରେସ ନେତା ଲକ୍ଷ୍ମଣ କୁମାର ଦାଶ, ଶିକ୍ଷକ ନେତା କମଳାକାନ୍ତ ପତି, ଦିଲ୍ଲୀପ ଦାଶ, ଜ୍ଞାନେନ୍ଦ୍ର ମିଶ୍ର, ସାମାଜିକ କର୍ମୀ ଅରୁଣ କୁମାର ମିଶ୍ର, ବିଜେପି ନେତା ରାଧାକାନ୍ତ ମହାନ୍ତ, ଶିଳ୍ପପତି ଅରବିନ୍ଦ ଦାଶ, ରଘୁନାଥ ଦାଶ, ଯତୀନ୍ଦ୍ର କୁମାର ଦାଶ, ସଂଜିତ ଚକ୍ର, ରୁନୁ ମହାନ୍ତ ପ୍ରମୁଖ ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।ସେହିପରି ତାଙ୍କ ପୂର୍ବତନ ଛାତ୍ର ବୀରକିଶୋର ଦାଶ, ବିଜୟ ରତ୍ନ ପତି ଓ ତ୍ରିନାଥ ମହାନ୍ତଙ୍କ ସମେତ ବହୁ ପୂର୍ବତନ ଛାତ୍ର ମଧ୍ୟ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଥିଲେ।ସନାତନ ମହାନ୍ତଙ୍କ ବିୟୋଗରେ ପାଟଣା ଅଞ୍ଚଳର ଶିକ୍ଷାବିତ, ପୂର୍ବତନ ଛାତ୍ର, ସାମାଜିକ କର୍ମୀ ଓ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)