ମାଛଗଡ ପଞ୍ଚାୟତରେ ସେବାସେତୁ ଅଭିଯାନ: ୨୬୩ ଅଭିଯୋଗର ଶୁଣାଣି
News Summary
ମାଛଗଡ ପଞ୍ଚାୟତରେ ସେବାସେତୁ ଅଭିଯାନ ଅବସରରେ ୨୬୩ଟି ଅଭିଯୋଗର ଶୁଣାଣି। ବିଭିନ୍ନ ବିଭାଗର ଅଧିକାରୀ ଲୋକଙ୍କ ସମସ୍ୟା ଶୁଣିଲେ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା,୨୧/୯: ସାହାରପଡ଼ା ବ୍ଲକ ଅନ୍ତର୍ଗତ ମାଛଗଡ ପଞ୍ଚାୟତ ସଭାଗୃହରେ ସେବାସେତୁ ଅଭିଯାନ ଅବସରରେ ଆବେଦନ ଓ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୋଟ ୨୬୩ଟି ଅଭିଯୋଗର ଶୁଣାଣି କରାଯାଇଥିଲା।କାର୍ଯ୍ୟକ୍ରମରେ ସାହାରପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଣଜିତ କୁମାର ମହାନ୍ତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତୁଙ୍ଗ ଓ ସହକାରୀ ଶ୍ରମ ଅଧିକାରୀ ଦେବରାଜ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ପାନୀୟ ଜଳ ଯୋଗାଣ, ସାମାଜିକ ସୁରକ୍ଷା, ଖାଦ୍ୟ ଓ ଯୋଗାଣ, ଆଦିବାସୀ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଗ୍ରହଣ କରି ତାହାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା।ମାଛଗଡ, ଗୋରାସ ଓ ଦାମାହୁଦା ପଞ୍ଚାୟତର ଅଧିବାସୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଗ୍ରାମ ଓ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ଅଭିଯୋଗ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମାଛଗଡ ସରପଞ୍ଚ ସୋନାଲି ଦାସ, ସମିତିସଭ୍ୟ ରିପୁନାଥ ହୋ, ଗୋରାସ ପଞ୍ଚାୟତ ସରପଞ୍ଚ ଜଳଧର ନାଏକ, ୩୦ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ଚମ୍ପାବତୀ ଟୁଡୁଙ୍କ ସମେତ ତିନିଟି ପଞ୍ଚାୟତର ପିଇଓ, ଓଏଡିଓ ଓ ସ୍ଥାନୀୟ ୱାର୍ଡମେମ୍ବରମାନେ ଉପସ୍ଥିତ ଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)