ନିଶା ନିବାରଣ ନେଇ ଘଟଗାଁ ଏମ୍ଇ ସ୍କୁଲ୍ର ସଚେତନତା ଶୋଭାଯାତ୍ରା
ଘଟଗାଁ, ୧୦/୯: ଘଟଗାଁ ଏମ୍ଇ ସ୍କୁଲ୍ ପକ୍ଷରୁ ନିଶା ନିବାରଣ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରୋହିତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ନିଶା ନିବାରଣ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ନିଶା ସେବନର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଘଟଗାଁ ବିଇଓ ହରେକୃଷ୍ଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ସଞ୍ଜୟ ପଲେଇ, ସିଆର୍ସିସି କମଳାକାନ୍ତ ପଣ୍ଡା, ନବକୃଷ୍ଣ ରାଉତ, ଘଟଗାଁ ବ୍ଲକ ଏଲିମେଣ୍ଟାରୀ ଶିକ୍ଷକ ସଂଘର ଉପସଭାପତି ସିମନ ସ୍ମିତା ପୃଷ୍ଟି ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ।ପଥପ୍ରାନ୍ତ ନାଟକ ଅବସରରେ ଘଟଗାଁର ବରିଷ୍ଠ ନାଗରିକ ପ୍ରମୋଦ ଦେହୁରୀ, ଅଲି ଅହମଦ, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ବିଶିଷ୍ଟ ସମାଜସେବୀ ପଦ୍ମଲୋଚନ ବଳ ଉପସ୍ଥିତ ରହି ନିଶା ନିବାରଣ ଉପରେ ମୂଲ୍ୟବାନ ବାର୍ତ୍ତା ପ୍ରଦାନ କରିଥିଲେ।ଘଟଗାଁ ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ଜେନା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ସେହିପରି ଘଟଗାଁ ବିଇଓଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅନୁଭାଗ ଅଧିକାରୀ ଧୀରେନ କୁମାର ବେଜ୍ ଓ ଅମର କୁମାର ପାତ୍ର ଉପସ୍ଥିତ ରହି ରାଲିକୁ ସମ୍ବୋଧିତ କରିଥିଲେ।କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ମାଗୁଣି ଚରଣ ମାଝୀ, ସଞ୍ଜୀବ ସାହୁ, ଶୁଭକାନ୍ତ ସେଠୀ, ଶିକ୍ଷୟିତ୍ରୀ ମାଳତୀ କୁମାରୀ ନାଥ ଶର୍ମା, ଭାରତୀ ମହାନ୍ତି, ରଶ୍ମିତା ମହାନ୍ତ ଓ ଗୋଷ୍ଠୀ ଶିକ୍ଷକ ଭରତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଛାତ୍ରୀ ଜାଗୃତି ଭଞ୍ଜ, ରିଙ୍କି ଦାସ ଓ ତିଥି ପ୍ରଜ୍ଞା ସିଂ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)