ଘଟଗାଁରେ ଡାଇରିଆ, ଡେଙ୍ଗୁ ଓ ମେଲେରିଆ ସଚେତନତା ରଥର ଶୁଭାରମ୍ଭ
ଘଟଗାଁ:୪/୯, କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡାଇରିଆ, ଡେଙ୍ଗୁ ଓ ମେଲେରିଆ ଭଳି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ ହୋଇଛି।ଏହି ଅବସରରେ ଘଟଗାଁ ବିଇଓ ହରେକୃଷ୍ଣ ନାଏକ, ଡାକ୍ତର କୁଲଦୀପ ସେଠୀ, ଶିକ୍ଷକ ବିଜୟ ବେହେରାଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅତିଥିମାନେ ସବୁଜ ପତାକା ଦେଖାଇ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ।ଏହି ସଚେତନତା ରଥ ଘଟଗାଁ ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ଡାଇରିଆ, ଡେଙ୍ଗୁ ଓ ମେଲେରିଆର କାରଣ, ପ୍ରତିଷେଧକ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ।ଏହି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳରେ ରୋଗ ପ୍ରତିରୋଧ ସହ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
Tags:
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
