ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘଟଗାଁରେ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ପାଳିତ
ଘଟଗାଁ: ୪/୯,ଘଟଗାଁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଶୁକଦେବ ମହାନ୍ତଙ୍କ ତତ୍ତ୍ୱାବଧାନରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା କୁନି ପ୍ରବଚକ ଶ୍ରୀମାନ ଦ୍ୱିତିକୃଷ୍ଣ କେଶବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଜନ୍ମାଷ୍ଟମୀର ମହତ୍ତ୍ୱ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ପ୍ରବଚନ ମାଧ୍ୟମରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ଓ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ।ପରେ ଶ୍ରୀକୃଷ୍ଣଙ୍କ ପୂଜାବିଧି ଆରମ୍ଭ ହୋଇଥିଲା। ଶ୍ରୀକୃଷ୍ଣ ବେଶଧାରୀ ଶିଶୁମାନଙ୍କ ପାଦଧୌତ କରାଯିବା ପରେ ବନ୍ଦାପନା କରାଯାଇଥିଲା। ଏହାପରେ ସମସ୍ତ ଶିଶୁ ମନ୍ଦିର ଦର୍ଶନ କରିବା ସହ ମିଷ୍ଟାନ୍ନ ସେବନ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋରଞ୍ଜନ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଜନ୍ମାଷ୍ଟମୀ ଉତ୍ସବକୁ ସଫଳ କରିବାରେ ଧ୍ରୁବ ଚରଣ ନାଏକ, ଦୟାନିଧି ପାତ୍ର, ଡମ୍ବରୁଧର ବେହେରା, ଗଗନ ବିହାରୀ ମହାନ୍ତ, ପଦ୍ମାବତୀ ବାରିକ, ଏଲିନା ପଟ୍ଟନାୟକ, ସୁବାସିନୀ ପ୍ରଧାନ, ଲୋପାମୁଦ୍ରା ବଳ, ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମେତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ।
Tags:ଜିଲ୍ଲା ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
