ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ବେଆଇନ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ, ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

News Summary

ମଙ୍ଗଳପୁର ଗ୍ରାମରେ ବେଆଇନ ଚୋରା ମଦ କାରବାର ବନ୍ଦ ଦାବିରେ ମହିଳାଙ୍କ ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ। କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ।

ନଜର ଓଡ଼ିଶା | Nazar Odisha


କେନ୍ଦୁଝର/ପାଟଣା:୧୫/୯,ପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଅବାଧରେ ଚାଲିଥିବା ବେଆଇନ ମଦ କାରବାରକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଚୋରା ମଦ ବିକ୍ରି ବନ୍ଦ କରିବା ଦାବିରେ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ପାଟଣା ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି।ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳପୁର ଗ୍ରାମରେ ଦିନରାତି ବେଧଡ଼କ ଭାବେ ଚୋରା ମହୁଲି ମଦ ଓ ବିଦେଶୀ ମଦ ବିକ୍ରି ହେଉଛି। ଏହା ଯୋଗୁଁ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେବା ସହ ପରିବାରରେ ଅଶାନ୍ତି ବୃଦ୍ଧି ପାଉଥିବା ସେମାନେ କହିଛନ୍ତି।ଏଥିସହ ମଦ୍ୟପଙ୍କ ଉତ୍ପାତ ଯୋଗୁଁ ମହିଳା ଓ ଯୁବତୀମାନେ ରାସ୍ତାଘାଟରେ ଯାତାୟାତ କରିବା ସମୟରେ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ବିରୋଧ କରାଯାଇଥିଲେ ମଧ୍ୟ ଚୋରା ମଦ କାରବାର ବନ୍ଦ ହେଉନଥିବା ମହିଳାମାନେ ଅଭିଯୋଗ କରିଛନ୍ତି।ମଙ୍ଗଳପୁର ଗ୍ରାମରେ ଚାଲିଥିବା ବେଆଇନ ମଦ କାରବାର ଉପରେ ତୁରନ୍ତ ଅଙ୍କୁଶ ଲଗାଇବା ସହ ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ପାଟଣା ଥାନା ଓ ଅବକାରୀ ବିଭାଗରେ ଲିଖିତ ଅଭିଯୋଗ ଓ ଦାବି ଜଣାଇଛନ୍ତି।ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ମଙ୍ଗଳପୁର ଗ୍ରାମରେ ଚାଲିଥିବା ଚୋରା ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରାନଗଲେ, ସମଗ୍ର ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।