ମୌସୁମୀ ସରିଲା, ଖରାପ ରାସ୍ତାର ତୁରନ୍ତ ମରାମତି କର: ଅବହେଳା କଲେ ଠିକା ସଂସ୍ଥା ବିରୋଧରେ ଆକ୍ସନ୍
News Summary
ଓଡ଼ିଶାରେ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି ନିର୍ଦ୍ଦେଶ। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କଡ଼ା ଚେତାବନୀ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର: ଚଳିତ ବର୍ଷ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। କେତେକ ସ୍ଥାନରେ ରାସ୍ତା ଧୋଇଯିବା ସହ ଯାତାୟାତରେ ସମସ୍ୟା ଦେଖାଦେଇଛି। ଏହି ସବୁ ରାସ୍ତାର ତୁରନ୍ତ ମରାମତି ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି।ବୈଠକରେ ନଖରା-ନିଆଳି, ଅଡ଼ଶପୁର-ଜଗତସିଂହପୁର ଓ କଳିଙ୍ଗା ଘାଟି ରାସ୍ତା ସମେତ କୋରାପୁଟ, ଭଦ୍ରକ, ବାଲେଶ୍ୱର, କଟକ ଟାଉନ୍, ଗଞ୍ଜାମ, ସମ୍ବଲପୁର, କେନ୍ଦୁଝର ଓ ପାରାଦୀପ ଅଞ୍ଚଳରେ କ୍ଷତିଗ୍ରସ୍ତ ରାସ୍ତାର ସ୍ଥିତି ଓ ମରାମତି କାର୍ଯ୍ୟ ନେଇ ସମୀକ୍ଷା କରାଯାଇଥିଲା।ସାମାଜିକ ଗଣମାଧ୍ୟମରେ ରାସ୍ତାର ଖରାପ ସ୍ଥିତି ସମ୍ପର୍କିତ ଖବର ପ୍ରସାରିତ ହେଉଥିବା ଘଟଣାକୁ ମଧ୍ୟ ବୈଠକରେ ଗୁରୁତ୍ୱର ସହ ନିଆଯାଇଛି। କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ତୁରନ୍ତ ମରାମତି ଶେଷ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସର୍ବୋଚ୍ଚ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ନିଜ ଅଧୀନରେ ଥିବା ରାସ୍ତାର ନିୟମିତ ଯାଞ୍ଚ କରିବେ। ପ୍ରତି ୧୫ ଦିନରେ ରାସ୍ତାର ସ୍ଥିତି ନେଇ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ନିର୍ମାଣ ଓ ମରାମତି କାର୍ଯ୍ୟ ସମୟରେ ଅଧିକାରୀମାନେ ଉପସ୍ଥିତ ରହି କାମର ଗୁଣବତ୍ତା ଯାଞ୍ଚ କରିବେ। ଖରାପ ମାନର କାମ କରୁଥିବା ଠିକା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ତ୍ତ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।