ପାଟଣା ବ୍ଲକ ଆତ୍ମା ଅଧ୍ୟକ୍ଷା ହେଲେ ଦୀପାଳି ମହାନ୍ତ, ୧ ଭୋଟରେ ବିଜୟୀ
News Summary
ପାଟଣା ବ୍ଲକ ଆତ୍ମା ଅଧ୍ୟକ୍ଷା ନିର୍ବାଚନରେ ଦୀପାଳି ମହାନ୍ତ ୧୩ ଭୋଟ ପାଇ ୧ ଭୋଟରେ ବିଜୟୀ। ଡମ୍ବରୁଧର ମହାନ୍ତଙ୍କୁ ୧୨ ଭୋଟ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୫/୯: ପାଟଣା ବ୍ଲକ କୃଷକ ପରାମର୍ଶଦାତା କମିଟି ପକ୍ଷରୁ ଆଜି କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା)ର ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଡ଼ା ମୁକାବିଲା ମଧ୍ୟରେ ଦୀପାଳି ମହାନ୍ତ ବିଜୟୀ ହୋଇ ଆତ୍ମା ଅଧ୍ୟକ୍ଷା ପଦ ହାସଲ କରିଛନ୍ତି।ନିର୍ବାଚନରେ ଦୀପାଳି ମହାନ୍ତଙ୍କୁ ୧୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡମ୍ବରୁଧର ମହାନ୍ତଙ୍କୁ ୧୨ ଖଣ୍ଡ ଭୋଟ ମିଳିଥିଲା। ଫଳରେ ମାତ୍ର ୧ ଭୋଟରେ ଦୀପାଳି ମହାନ୍ତ ବିଜୟୀ ହୋଇଛନ୍ତି।ନିର୍ବାଚନ ସମୟରେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବ୍ଲକ କୃଷି ଅଧିକାରିଣୀ ବର୍ଷା ବୈଶାଳୀ, ସହକାରୀ ଉଦ୍ୟାନ ଅଧିକାରୀ ତପନ କୁମାର ସେଠୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ଦୀପ୍ତିମୟୀ ଦାସ ଓ କୃଷି ଅଧିଦର୍ଶକ ଦୁର୍ଗାଚରଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାଣୀ ଚିକିତ୍ସା ଅଧିକାରୀ ଅର୍ପିତ ଅମିତାଂଶୁ ବିଶ୍ୱାଳ ପ୍ରିଜାଇଡିଂ ଅଧିକାରୀ ଭାବେ ନିର୍ବାଚନ ଦାୟିତ୍ୱ ତୁଲାଇଥିଲେ।ନବନିର୍ବାଚିତ ଆତ୍ମା ଅଧ୍ୟକ୍ଷା ଦୀପାଳି ମହାନ୍ତଙ୍କ ଘର ବୁଢ଼ୀକାପୁଡ଼ି ପଞ୍ଚାୟତର ପୁଟୁଗାଁରେ ବୋଲି ଜଣାପଡ଼ିଛି।
Tags:
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)