ଧାରୁଆପଡାରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ: ବୈତରଣୀ କୂଳରେ ରୋପଣ ହେଲା ୭ ଶହ ଚାରା
News Summary
ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଧାରୁଆପଡା ବୈତରଣୀ କୂଳରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ। ବର୍ଷା ସତ୍ତ୍ୱେ ୭ ଶହ ଚାରା ରୋପଣ କରାଯାଇଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୫/୯: ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଅନ୍ତର୍ଗତ ଧାରୁଆପଡା ଗ୍ରାମ ବୈତରଣୀ ନଦୀ କୂଳରେ ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ସହ ନଦୀତଟର ସୁରକ୍ଷା ଉଦ୍ଦେଶ୍ୟରେ ଏହି ଚାରାରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ଯୋଗଦେଇ ଚାରାରୋପଣର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁରୁସୁଆଁ ସରପଞ୍ଚ ହରିଶଙ୍କର ଦେହୁରୀ, ସମିତି ସଭ୍ୟ ସୁଶୀଲ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁସ୍ମିତା ବେହେରା, କନିଷ୍ଠ ଯନ୍ତ୍ରୀ ଇଂ. ମନୋଜ କୁମାର ପଣ୍ଡା, ଏପିଓ ମଧୁସୂଦନ ପ୍ରଧାନ, ବିଆରସି ଜମାଲୁଉଦ୍ଦିନ ଖାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଶିଥ କୁମାର ରାଉତ ଓ ଏଡିଇଓ ମୋନାଲିସା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ଏଥିସହ ଏସଏଚଜି ମହିଳା ସଦସ୍ୟାମାନେ ମଧ୍ୟ ଚାରାରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ପୂଜାର୍ଚ୍ଚନା ପରେ ବର୍ଷା ସତ୍ତ୍ୱେ ବିଭିନ୍ନ ପ୍ରକାରର ପ୍ରାୟ ୭ ଶହ ଚାରା ରୋପଣ କରାଯାଇଥିଲା।କେବଳ ଚାରାରୋପଣରେ କାର୍ଯ୍ୟକ୍ରମ ସୀମିତ ନରହି ନଦୀତଟ ଓ ପରିବେଶର ସୁରକ୍ଷା ପାଇଁ ରୋପଣ କରାଯାଇଥିବା ଗଛଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତକୁ ଦିଆଯାଇଛି। ଏହାଦ୍ୱାରା ଚାରାଗୁଡ଼ିକର ସୁରକ୍ଷା ସହ ଆଗାମୀ ଦିନରେ ବୈତରଣୀ ନଦୀତଟର ସବୁଜିମା ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)