କୁଦାବେଡ଼ାରେ ଶ୍ରୀ ଲୋକନାଥ ମନ୍ଦିରର ରତ୍ନମୁଦ ଉତ୍ସବ, ଯୋଗଦେଲେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ
News Summary
କୁଦାବେଡ଼ା ଗ୍ରାମରେ ଶ୍ରୀ ଲୋକନାଥ ମନ୍ଦିରର ରତ୍ନମୁଦ ଉତ୍ସବ ସମାରୋହରେ ଅନୁଷ୍ଠିତ। ପୂଜା, ରତ୍ନଗର୍ଭରେ ଧନରତ୍ନ ନିକ୍ଷେପ ଓ ଶ୍ରଦ୍ଧାଳୁଙ୍କ ଯୋଗଦାନ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା: ୨୫/୯: ପୁରୀ ଶ୍ରୀକ୍ଷେତ୍ରଧାମର କ୍ଷେତ୍ରପାଳ ଶ୍ରୀ ଲୋକନାଥ ମହାପ୍ରଭୁଙ୍କ ମହିମାରୁ ପ୍ରେରିତ ଦାମାହୁଦା ଅଞ୍ଚଳର ବହୁଚର୍ଚ୍ଚିତ ଶ୍ରୀ ଲୋକନାଥ ମନ୍ଦିରର ରତ୍ନମୁଦ ଉତ୍ସବ ଗୁରୁବାର କୁଦାବେଡ଼ା ଗ୍ରାମରେ ସମାରୋହର ସହିତ ଅନୁଷ୍ଠିତ ହୋଇଯାଇଛି।ସ୍କନ୍ଦପୁରାଣ ରୀତି ଆଧାରରେ ଅନୁସୃତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ପ୍ରଥମେ କୁଦାବେଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଗ୍ରାମଦେବୀଙ୍କ ପୂଜନ କରାଯାଇଥିଲା। ଏହାପରେ ଆଜ୍ଞାମାଳ ନେଇ ବେଦଜ୍ଞ ବ୍ରାହ୍ମଣ ଅଲେଖ ଚନ୍ଦ୍ର ତ୍ରିପାଠୀଙ୍କ ବେଦ ଉଚ୍ଚାରଣ ମଧ୍ୟରେ ନିକଟସ୍ଥ କେନ୍ଦୁଯୋଡ଼ା ଗ୍ରାମରୁ ଦାରୁ ସଂଗ୍ରହ କରାଯାଇଥିଲା।ଏହି ପୂଜାକର୍ମରେ କର୍ତ୍ତା ଭାବେ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଗୌରହରି ମହାନ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ବିଶ୍ୱକର୍ମା ରତ୍ନାକର ଖଟେଇ ଦାରୁ ନେଇ ଇନ୍ଦ୍ର ଓ ଇନ୍ଦ୍ରାଣୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ।ଇନ୍ଦ୍ର ପୂଜା ପରେ ମନ୍ଦିରର କର୍ତ୍ତା ଶ୍ରୀ ମହାନ୍ତ ପ୍ରଥମେ ରତ୍ନଗର୍ଭରେ ଧନରତ୍ନ ନିକ୍ଷେପ କରିଥିଲେ। ଏହାପରେ ଆଗ୍ରହୀ ଗ୍ରାମବାସୀମାନେ ଧାଡ଼ିରେ ଯାଇ ଗର୍ଭଗୃହରେ ଧନରତ୍ନ ଓ ଶସ୍ୟାଦି ଦାନ କରିଥିଲେ।ରତ୍ନମୁଦ ମହୋତ୍ସବରେ ମିଥୁନ କୁମାର ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତ, ଈଶ୍ୱର ଚନ୍ଦ୍ର ମହାନ୍ତ, ଦୀପକ କୁମାର ମହାନ୍ତ, ଜଗନ୍ନାଥ ମହାନ୍ତ, ଚନ୍ଦନ ଲାଲ ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତ (ସିଲୁ), ମନୋରଞ୍ଜନ ମହାନ୍ତ, ସୁଶାନ୍ତ କୁମାର ମହାନ୍ତଙ୍କ ସମେତ ମନ୍ଦିର କମିଟି ଓ ଗ୍ରାମବାସୀ ଆନ୍ତରିକତାର ସହ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।ଏହି ଅବସରରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ସାହାରପଡ଼ା ବିଡିଓ ରଞ୍ଜିତ ମହାନ୍ତ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଅଧିକ ଗୌରବମୟ କରିଥିଲେ। ପାଗର ପ୍ରତିକୂଳତା ସତ୍ତ୍ୱେ ରତ୍ନମୁଦ ଉତ୍ସବରେ ବହୁ ସଂଖ୍ୟାରେ ଜନସାଧାରଣ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)