ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଖୁଣ୍ଟାପଡ଼ା ଜଗନ୍ନାଥ ଭାଗବତ ଟୁଙ୍ଗୀରେ ଭାଗବତ ଜନ୍ମୋତ୍ସବ ପାଳିତ

News Summary

ଘଟଗାଁ ଖୁଣ୍ଟାପଡ଼ା ଜଗନ୍ନାଥ ଭାଗବତ ଟୁଙ୍ଗୀରେ ଭାଗବତ ଜନ୍ମୋତ୍ସବ ପାଳିତ। ପୂଜାର୍ଚ୍ଚନା, ଭାଗବତ ପାଠ ଓ ନାମ ସଙ୍କୀର୍ତ୍ତନ ସହ ଭାଗବତର ଆଧ୍ୟାତ୍ମିକ ମହତ୍ତ୍ୱ ଉପରେ ଆଲୋଚନା।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ଘଟଗାଁ, ୨୭/୯: ଘଟଗାଁ ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡ଼ାସ୍ଥିତ ଶ୍ରୀ ଜଗନ୍ନାଥ ଭାଗବତ ଟୁଙ୍ଗୀ, ସାନ୍ତରାପୁର ଶ୍ରୀ ନୃସିଂହନାରାୟଣ ଭାଗବତ ଟୁଙ୍ଗୀ ଏବଂ ପଇଦାପାଟଣା ସଙ୍କୀର୍ତ୍ତନ ମଣ୍ଡଳୀର ମିଳିତ ଆନୁକୂଲ୍ୟରେ ପବିତ୍ର ଭାଗବତ ଜନ୍ମୋତ୍ସବ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପବିତ୍ର ଭାଗବତ ଗ୍ରନ୍ଥ ଏବଂ ସ୍ଥାନୀୟ ଚତୁର୍ଦ୍ଧା ବିଗ୍ରହଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା, ଆଳତି ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା। ପରେ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଭାଗବତ ପାଠ ଓ ନାମ ସଙ୍କୀର୍ତ୍ତନ କରାଯାଇଥିଲା।କାର୍ଯ୍ୟକ୍ରମରେ ଭାଗବତର ସୃଷ୍ଟି, କାବ୍ୟିକ ମହତ୍ତ୍ୱ, ଆଧ୍ୟାତ୍ମିକ ଚେତନା ଓ ସାମାଜିକ ମୂଲ୍ୟବୋଧ ଉପରେ ଆଲୋଚନା ହୋଇଥିଲା। ଭାଗବତ ଟୁଙ୍ଗୀର ତତ୍ତ୍ୱାବଧାରକ ଜୟଦେବ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମାଜ, ପରିବାର ଓ ବ୍ୟକ୍ତିଗତ ଜୀବନକୁ ସଂସ୍କାରିତ ଏବଂ ଶୃଙ୍ଖଳିତ କରିବା ପାଇଁ ଭାଗବତର ପ୍ରଚାର-ପ୍ରସାର ସହ ନିତ୍ୟ ପାଠ ଓ ଶ୍ରବଣର ଆବଶ୍ୟକତା ରହିଛି।ଭାଗବତ ଜନ୍ମୋତ୍ସବକୁ ସଫଳ କରିବାରେ ଭାଗବତ ନାୟକ, ଭୀମସେନ ନାୟକ, ଅଲେଖ ନାୟକ, ଭୀଷ୍ମସେନ ନାୟକ, ଜନାର୍ଦ୍ଦନ ନାୟକ, ପ୍ରମୋଦ ନାଏକ, ଅଭିମନ୍ୟୁ ମହାନ୍ତ, ଦେବବ୍ରତ ପଣ୍ଡା, ଭବାନୀ ପ୍ରସାଦ ଦାଶ, ଗୌରୀ ଶଙ୍କର ପଣ୍ଡା, ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ, ଟଙ୍କଧର ମହାନ୍ତଙ୍କ ସମେତ ସୁକାନ୍ତି ନାୟକ, କୁଶୁଳା ନାୟକ, ପାର୍ବତୀ ନାୟକ, ଭାଗ୍ୟବତୀ ନାୟକ, ବାସନ୍ତୀ ନାୟକ, ସବିତା ମହାନ୍ତ, ଲିଲି ମହାନ୍ତ, ରଶ୍ମୀରାଣୀ ଷଡ଼ଙ୍ଗୀ ଓ ସୁଶୀଳା ନାଏକ ପ୍ରମୁଖ ସହଯୋଗ କରିଥିଲେ।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News



About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।