ଚିନାମାଳିପଶି ରାସ୍ତାରେ ଉପୁଡ଼ି ପଡ଼ିଲା ବଡ଼ ନିମ ଗଛ, ଅଗ୍ନିଶମ ବାହିନୀ ହଟାଇଲା
ପାଟଣା, ୨/୯ (ବ୍ୟୁରୋ ରିପୋର୍ଟ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ମୁଖ୍ୟାଳୟ ନିକଟରେ ଏକ ବଡ଼ ନିମ ଗଛ ଉପୁଡ଼ି ପଡ଼ିବାରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଚିନାମାଳିପଶିରୁ ମଲ୍ଲୀପଶି ଛକ ଦେଇ ୨୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାର ରୁଢ଼ିଆପଡ଼ା ନିକଟରେ ଆଜି ଏହି ଘଟଣା ଘଟିଛି।ଗଛଟି ରାସ୍ତା ଉପରେ ପଡ଼ିଯିବା ଫଳରେ କିଛି ସମୟ ପାଇଁ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଥିଲା। ତେବେ ସୌଭାଗ୍ୟବଶତଃ ଗଛଟି ପଡ଼ିବା ସମୟରେ ରାସ୍ତା ଦେଇ କୌଣସି ଯାତ୍ରୀବାହୀ ବସ୍ କିମ୍ବା ହାଲୁକା ଯାନ ଯାଉନଥିବାରୁ ବଡ଼ ଅଘଟଣ ଟଳିଯାଇଛି। ଏଥିପାଇଁ ସ୍ଥାନୀୟ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।ଘଟଣା ସମ୍ପର୍କରେ ଖବର ପାଇବା ପରେ କେନ୍ଦ୍ରାଧିକାରୀ ଗୌର ମୋହନ ହେମ୍ବ୍ରମଙ୍କ ନେତୃତ୍ୱରେ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀମାନେ ଗଛକୁ କାଟି ଖଣ୍ଡ ଖଣ୍ଡ କରି ରାସ୍ତାରୁ ହଟାଇଥିଲେ। ଏହାପରେ ରାସ୍ତାରେ ଯାନବାହନ ଚଳାଚଳ ପୁଣି ସ୍ୱାଭାବିକ ହୋଇଛି।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
