ପାଟଣାର ମୁଷାପଡା ଗ୍ରାମରୁ ୭ ଫୁଟ ଲମ୍ବର ଜଙ୍ଗଲି ବୋଡା ସାପ ଉଦ୍ଧାର
ପାଟଣା, ୨/୯ (ବ୍ୟୁରୋ ରିପୋର୍ଟ): କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅଧୀନ ପାଟଣା ସେକ୍ସନର ମୁଷାପଡା ଗ୍ରାମରୁ ଆଜି ଏକ ପ୍ରାୟ ୭ ଫୁଟ ଲମ୍ବର ଜଙ୍ଗଲି ବୋଡା ସାପକୁ ବନବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି।ସୂଚନା ଅନୁଯାୟୀ, ମୁଷାପଡା ଗ୍ରାମର ଭରତ ମହାନ୍ତଙ୍କ ପନିପରିବା ବଗିଚାରେ ଏହି ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏନେଇ ବନବିଭାଗକୁ ଖବର ଦିଆଯାଇଥିଲା।ଖବର ପାଇ ବନପାଳ ନିରଞ୍ଜନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମପ୍ରାପ୍ତ ସାପ ଧରାଳି କାର୍ତ୍ତିକ ମହାନ୍ତ ଓ ସଞ୍ଜୟ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ପରେ ବନବିଭାଗ ପକ୍ଷରୁ ସାପଟିକୁ ପାଟଣା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା। ଏନେଇ ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା ସୂଚନା ଦେଇଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
